ETV Bharat / sports

ସଞ୍ଜୟ ବାଙ୍ଗର ଆରସିିବିର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ

author img

By

Published : Feb 10, 2021, 7:22 PM IST

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର। ଏହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପକ୍ଷରୁ ଘୋଷଣା କରାଯାଇଛି। ଅଧିକ ପଢ଼ନ୍ତୁ...

sanjay bangar appointed as batting consultant of royal challengers bangalore
ସଞ୍ଜୟ ବାଙ୍ଗର ଆରସିିବିର ବ୍ୟାଟିଂ ପରାମର୍ଶଦାତା ନିଯୁ୍କ୍ତ

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର। ଏହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପକ୍ଷରୁ ଘୋଷଣା କରାଯାଇଛି। 2021 ଆଇପିଏଲରେ ସେ ଆରିସିବିର ବ୍ୟାଟିଂ ପରାମର୍ଶଦାତା ଭାବରେ ଦାୟିତ୍ବ ତୁଲାଉଥିବା ଦେଖିବାକୁ ମିଳିବ।

କୋଚିଂଙ୍କୁ ବାଙ୍ଗରଙ୍କ ପାଖରେ ବହୁ ଅଭିଜ୍ଞତା ରହିଛି। ସେ ପୂର୍ବରୁ ବିଭିନ୍ନ ଜାତୀୟ ଦଳ ତଥା ଆପିଏଲ ଦଳର କୋଚ ଦାୟିତ୍ବ ତୁଲାଇ ସାରିଛନ୍ତି। ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅନ୍ୟ କୋଚିଂ ଷ୍ଟାଫଙ୍କ ସହ ଯୋଗ ଦେବେ। ବର୍ତ୍ତମାନ ପୂର୍ବତନ ଅଷ୍ଟ୍ରେଲିଆନ ଖେଳାଳି ସାଇମନ କାଟିଚ ଆରସିବିର ମୁଖ୍ୟ କୋଚ ଦାୟିତ୍ବରେ ରହିଛନ୍ତି। ସେହିଭଳି ଶ୍ରଧରନ ଶ୍ରୀରାମ ବ୍ୟାଟିଂ ଓ ସ୍ପିନ ବୋଲିଂ କୋଚ ଦାୟିତ୍ବରେ ରହିଛନ୍ତି।

ସଞ୍ଜୟ ବାଙ୍ଗରଙ୍କୁ ନେଇ ଆରସିବି କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ମାଇକ ହେସେନ କହିଛନ୍ତି ଯେ, "ସଞ୍ଜୟ ବାଙ୍ଗର ଆମ ଦଳ ସହ ଜଡ଼ିତ ହେବାକୁ ଯାଉଛନ୍ତି। ତାଙ୍କ ଅଭିଜ୍ଞତା ଦଳ ପାଇଁ ସକରାତ୍ମକ ହେବ। ମୁଖ୍ୟ କୋଚ ସାଇମନ କାଟିଚଙ୍କ ତତ୍ତ୍ବବଧାନରେ ସେ ବ୍ୟାଟିଂ ପରାମର୍ଶ ଦାତା ଦାୟିତ୍ବ ତୁଲାଇବେ।"

ଆଇପିଏଲ ପାଇଁ ଆରସିବି ଦଳ ଅଭ୍ୟାସ କ୍ୟାମ୍ପ ଆରମ୍ଭ କରିବ। ଏହି କ୍ୟାମ୍ପରେ ସଞ୍ଜୟଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ଆରସିବି କ୍ରିକେଟ ପରିଚାଳନା ନିର୍ଦ୍ଦେଶକ। ତାଙ୍କ ଅଭିଜ୍ଞତା ଦଳର ଭଲ ପ୍ରଦର୍ଶନ କରିବାରେ ସହାୟକ ହେବ। ଆଗକୁ ଆଇପିଏଲର ମିନି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ଆରସିବି 12 ଜଣ ଖେଳାଳିଙ୍କୁ ରେଟେନ କରିଛି। ଏଥିରେ ବିରାଟ କୋହଲି, ଏବି.ଡି'ଭିଲିୟର୍ସ ଭଳି ଖେଳାଳି ସାମିଲ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.