ETV Bharat / sports

IPL 2023: ଅରେଞ୍ଜ କ୍ୟାପ୍‌ ଉପରେ ଋତୁରାଜଙ୍କ ରାଜ, ଚହଲଙ୍କ ମୁଣ୍ଡରେ ପର୍ପଲ କ୍ୟାପ - ଅରେଞ୍ଜ କ୍ୟାପ

ଆଇପିଏଲ ୨୦୨୩ରେ ଜାରି ରହିଛି ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ଦୌଡ଼ । ଏବେ ପର୍ଯ୍ୟନ୍ତ ଚେନ୍ନାଇର ଋତୁରାଜ ଗାଏକୱାଡଙ୍କ ପାଖରେ ଅରେଞ୍ଜ କ୍ୟାପ୍‌ ରହିଥିବା ବେଳେ ମାର୍କ ଉଡ୍‌ଙ୍କଠାରୁ ପର୍ପଲ କ୍ୟାପ ଛଡ଼ାଇ ନେଇଛନ୍ତି ୟୁଜବେନ୍ଦ୍ର ଚହଲ । ଅଧିକ ପଢ଼ନ୍ତୁ

ଅରେଞ୍ଜ କ୍ୟାପ୍‌-ପର୍ପଲ କ୍ୟାପ ଦୌଡ଼
ଅରେଞ୍ଜ କ୍ୟାପ୍‌-ପର୍ପଲ କ୍ୟାପ ଦୌଡ଼
author img

By

Published : Apr 9, 2023, 7:14 PM IST

ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ ମହାସମର । ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇଥିଲା । ସେହିଭଳି ଆଜି ମଧ୍ୟ ଡବଲ ହେଡର ମ୍ୟାଚ୍‌ରେ ଜାରି ରହିଛି ଲଢ଼େଇ । ତେବେ ଚଳିତ ସଂସ୍କରଣର ଅରେଞ୍ଜ କ୍ୟାପ ଦୌଡ଼ରେ ଏବେ ପର୍ଯ୍ୟନ୍ତ ଆଗରେ ୧୮୯ ରନ ସଂଗ୍ରହ କରି ଚେନ୍ନାଇର ଋତୁରାଜ ଗାଏକୱାଡ ଆଗରେ ଥିବା ବେଳେ ପର୍ପଲ କ୍ୟାପ ରେସରେ ଆଗରେ ରହିଛନ୍ତି ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜବେନ୍ଦ୍ର ଚହଲ ।

ଅରେଞ୍ଜ କ୍ୟାପ୍‌ ଉପରେ ଋତୁରାଜଙ୍କ ରାଜ: ପ୍ରଥମ ମ୍ୟାଚ୍‌ରୁ ହିଁ ଅରେଞ୍ଜ କ୍ୟାପ ଦୌଡ଼ରେ ଆଗରେ ରହିଛନ୍ତି ଚେନ୍ନାଇ ସୁପରକିଙ୍ଗସର ଯୁବ ତାରକା ବ୍ୟାଟର ଋତୁରାଜ ଗାଏକୱାଡ । ଚଳିତ ସଂସ୍କରଣରେ ପ୍ରଥମ ମୁକାବିଲାରୁ ହିଁ ସେ ଆକ୍ରାମକ ପ୍ରଦର୍ଶନ ଜାରି ରଖିଛନ୍ତି । ଏବେ ପର୍ଯ୍ୟନ୍ତ ଚେନ୍ନାଇ ଖେଳିଥିବା ସମସ୍ତ ୩ ମ୍ୟାଚ୍‌ ଖେଳି ଋତୁରାଜ ଦୃତ ୧୮୯ ରନ ସଂଗ୍ରହ କରିଛନ୍ତି । ତେବେ ଶନିବାର ପ୍ରଥମ ମୁକାବିଲାରେ ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର ୬୫ ରନ ସଂଗ୍ରହ କରିବା ପରେ ଚଳିତ ସଂସ୍କରଣରେ ସମୁଦାୟ ୧୫୮ ରନ ସଂଗ୍ରହ କରିଥିଲେ । ଏହାପରେ ସେ ଅରେଞ୍ଜ କ୍ୟାପ ହାସଲ କରିଥିଲେ । ତେବେ ଏହାର ମାତ୍ର କିଛି ସମୟ ପରେ ହିଁ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୪୦ ରନ ସଂଗ୍ରହ କରି ଡେଭିଡ ୱାର୍ନରଙ୍କଠାରୁ ପୁଣିଥରେ ଅରେଞ୍ଜ କ୍ୟାପ ଛଡ଼ାଇ ଆଣିଥିଲେ ଋତୁରାଜ । ସେପଟେ ୩ ମ୍ୟାଚ୍‌ରୁ ୧୫୨ ରନ ସଂଗ୍ରହ କରି ଏହି ସୂଚୀର ତୃତୀୟ ସ୍ଥାନରେ ରହିଛନ୍ତି ରାଜସ୍ଥାନର ଇଂରାଜୀ ବ୍ୟାଟର ଜୋଶ ବଟଲର । ସେହିଭଳି ଲକ୍ଷ୍ନୌର କାୟଲ ମାୟର୍ସ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ଶିଖର ଧାୱନ ଏହି ଦୌଡ଼ରେ ସାମିଲ ଅଛନ୍ତି ।

ଚହଲଙ୍କ ମୁଣ୍ଡରେ ପର୍ପଲ କ୍ୟାପ: ଚଳିତ ସଂସ୍କରଣରେ ପର୍ପଲ କ୍ୟାପ ଦୌଡ଼ରେ ଶନିବାର ପର୍ଯ୍ୟନ୍ତ ଆଗରେ ରହିଥିଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମାର୍କ ଉଡ୍‌ । ତେବେ ଶନିବାର ଦିଲ୍ଲୀ ବିପକ୍ଷ ମ୍ୟାଚରେ ୩ ୱିକେଟ ହାସଲ କରି ଏହି ଦୌଡ଼ରେ ମାର୍କ ଉଡ୍‌ଙ୍କୁ ପଛରେ ପକାଇଛନ୍ତି ରାଜସ୍ଥାନ ସ୍ପିନର ୟୁଜବେନ୍ଦ୍ର ଚହଲ । ତେବେ ଉଭୟ ଚହଲ ଓ ମାର୍କ ଉଡ୍‌ଙ୍କ ଖାତାରେ ୮ଟି ୱିକେଟ ରହିଛି । ଏହି ସୂଚୀରେ ତୃତୀୟ ସ୍ଥାନରେ ଲକ୍ଷ୍ନୌର ରବି ବିଷ୍ଣୋଇ, ଚତୁର୍ଥରେ କୋଲକାତାର ବରୁଣ ଚକ୍ରବର୍ତ୍ତୀ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ଗୁଜରାଟର ରସିଦ ଖାନ । ଏହି ସମସ୍ତଙ୍କ ଖାତାରେ ୬ଟି ଲେଖାଏଁ ୱିକେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.