ETV Bharat / sports

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ, ନୀଳ ଜର୍ସିରେ ନଜର ଆସିବ RCB - କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

କୋରୋନା ଯୋଦ୍ଧାଙ୍କ ସମ୍ମାନରେ ଗୋଟିଏ ମ୍ୟାଚ ପାଇଁ ବଦଳିବ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି । ଗୋଟିଏ ଲିଗ ମ୍ୟାଚରେ ନୀଳ ଜର୍ସିରେ ନଜର ଆସିବ ଆରସିବି ଦଳ । ଅଧିକ ପଢ଼ନ୍ତୁ...

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ, ନୀଳ ଜର୍ସିରେ ନଜର ଆସିବ ଆରସିବି

author img

By

Published : May 2, 2021, 12:42 PM IST

ହାଇଦ୍ରାବାଦ: କୋରୋନା ଯୋଦ୍ଧାଙ୍କ ସମ୍ମାନରେ ଗୋଟିଏ ମ୍ୟାଚ ପାଇଁ ବଦଳିବ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି । ଗୋଟିଏ ଲିଗ ମ୍ୟାଚରେ ନୀଳ ଜର୍ସିରେ ନଜର ଆସିବ ଆରସିବି ଦଳ । ଏହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜି ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛି । ଆଇପିଏଲରେ ବାକି ଥିବା ସମସ୍ତ ମ୍ୟାଚ ମଧ୍ୟରେ କେବଳ ଗୋଟିଏ ମ୍ୟାଚରେ ନୀଳ ଜର୍ସିରେ ନଜର ଆସିବ ଆରସିବି ।

ଖାଲି ସେତିକି ନୁହେଁ ଗୁରୁତର କୋରୋନା ସଂକ୍ରମିତଙ୍କ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ ଯୋଗାଇବା ଆର୍ଥିକ ସହାୟତା କରିବ ଆରସିବି। ଏହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି । ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଦେଇ ଏହା କହିଛନ୍ତି ବିରାଟ କୋହଲି । ପ୍ରାଥମିକ ପର୍ଯ୍ୟାୟରେ 100 ୟୁନିଟ ଅକ୍ସିଜେନ ଯୋଗାଇ ଦିଆଯିବ।

ବିରାଟ କୋହିଲ କହିଛନ୍ତି ଯେ, "ସମସ୍ତ ଖେଳାଳି ଦସ୍ତଖତ କରିଥିବା ବହୁ ଜର୍ସିକୁ ନିଲାମ କରାଯିବ । ଏହି ନିଲାମୀରୁ ହାସଲ ହେବାକୁ ଥିବା ଅର୍ଥ ଗୁରୁତର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବିନିଯୋଗ ହେଉଥିବା ଅକ୍ସିଜେନ କିଣିବା ପାଇଁ ଦାନ କରାଯିବ । ଆମେ ଆପଣଙ୍କୁ ଘରେ ରହିବା ସହ ସୁରକ୍ଷିତ ରହିବାକୁ ନିବେଦନ କରୁଛୁ । ତାସାଙ୍ଗକୁ ଆପଣମାନେ ନିଜ ପାଖ ଅଞ୍ଚଳରେ ଥିବା ଟୀକାକରଣ କେନ୍ଦ୍ରରେ ଟିକା ନିଅନ୍ତୁ ।"

ଗତବର୍ଷ ମଧ୍ୟ କୋରୋନା ସଂକ୍ରମଣ ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ 3 ଲକ୍ଷ ଲିଟର ସାନିଟାଇଜର ଯୋଗାଇ ଦିଆଯାଇ ଥିଲା । ଏହାସହ କୋଭିଡ ଲଢ଼େଇ ପାଇଁ 75 କୋଟି ଟଙ୍କା ଦାନ କରିଥିଲା ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.