ETV Bharat / sports

ଆଇପିଏଲ 14: ଆରସିବିର ବିଜୟ ଧାରାକୁ ରୋକିବା ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍ସ

ୱାଙ୍ଖଡ଼େ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଆଇପିଏଲର 16ତମ ମୁକାବିଲା। ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ପ୍ରଦର୍ଶନ କରି ଅଜେୟ ରହିଛି । ଅଧିକ ପଢ଼ନ୍ତୁ...

author img

By

Published : Apr 22, 2021, 4:25 PM IST

ଆଇପିଏଲ 14: ଆରସିବିର ବିଜୟ ଧାରାକୁ ରୋକିବା ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍ସ
ଆଇପିଏଲ 14: ଆରସିବିର ବିଜୟ ଧାରାକୁ ରୋକିବା ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲର 16ତମ ମୁକାବିଲା । ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ପ୍ରଦର୍ଶନ କରି ଅଜେୟ ରହିଛି । ସେପଟେ 3ଟି ମ୍ୟାଚରେ ଦୁଇଟ ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ବାଙ୍ଗାଲୋରର ବିଜୟ ଧାରାକୁ ରୋକିବାକୁ ଚାହିଁବ ରାଜସ୍ଥାନ ।

ୱାଙ୍ଖଡ଼େରେ ଖେଳାଯିବାକୁ ମ୍ୟାଚରେ ପୁଣି ଥରେ ଗ୍ଲେନ ମାକ୍ସୱେଲ ଓ ଏବି ଡିଭିଲିୟର୍ସଙ୍କ ଆକ୍ରାମକ ବ୍ୟାଟିଂ ଦେଖିବାକୁ ମିଳିପାରେ । ଦୁଇ ବ୍ୟାଟସମ୍ୟାନ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି । ସେପଟେ ଅଧିନାୟକ ବିରାଟ କୋହଲି ରାଜସ୍ଥାନ ବିପକ୍ଷରେ ଭଲ ବ୍ୟାଟିଂ କରିବାକୁ ଚେଷ୍ଟା କରିବେ । ପ୍ରଥମ ଦୁଇଟି ମ୍ୟାଚରେ କୋହଲି କେବଳ 33 ରନ କରିଥିଲେ । ଏହାପରେ ଶେଷ ମ୍ୟାଚରେ ସେ କେବଳ 5ରନ କରି ପାରିଥିଲେ । ରୟାଲ ଚ୍ୟାଲେଞ୍ଜର୍ଶ ବାଙ୍ଗାଲୋରକୁ ବଡ଼ ସ୍କୋର କରିବାରୁ ରୋକିବା ରାଜସ୍ଥାନ ରୟାଲ୍ସର ମୁଖ୍ୟ ଲକ୍ଷ୍ୟ ରହିବ ।

ରାଜସ୍ଥାନ ରୟାଲ୍ସ ଚଳିତ ସିଜିନରେ ଏତେଟା ଭଲ ବ୍ୟାଟିଂ ପ୍ରଦର୍ଶନ କରି ପାରିନାହିଁ । ପ୍ରଥମ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିବା ଅଧନାୟକ ସଞ୍ଜୁ ସାମସନ ଗତ ଦୁଇଟି ମ୍ୟାଚରେ ଖରାପ ସଟ ଖେଳି ନିଜ ୱିକେଟ ହରାଇଛନ୍ତି । ବାୟୋବବଲରୁ ଥକି ପଡ଼ିଥିବା କହି ଇଂଲିଶ ଅଲରାଉଣ୍ଡର ଲିଆମ ଲିବିଂଷ୍ଟୋନ ସ୍ବଦେଶ ଫେରିଛନ୍ତି । ଏହାପୂର୍ବରୁ ବେନ ଷ୍ଟୋକ୍ସ ମଧ୍ୟ ଆହତ ହୋଇ ଦଳ ଛାଡ଼ିଥିଲେ । ଆରସିବିର ବ୍ୟାଟିଂକୁ ରୋକିବାକୁ କ୍ରୀଶ ମୋରିସ ଓ ମୁସ୍ତାଫିଜୁର ରେହମାନଙ୍କୁ ଭଲ ବୋଲିଂ କରିବାକୁ ହେବ ।

ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜର୍ସ ଦଳ

ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ୍ଡିକାଲ, ଫିନ୍ ଆଲେନ୍, ଏବି ଡିଭିଲିୟର୍ସ, ପବନ ଦେଶପାଣ୍ଡେ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ୟୁଜିବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଶାହାବାଜ ଅହମ୍ମଦ, ମହମ୍ମଦ ସିରାଜ, ନବଦୀପ ସାଇନି, କେନ ରିଚାର୍ଡସନ, ହର୍ଷଲ ପଟେଲ, ଗ୍ଲେନ ମାକ୍ସୱେଲ, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଆଜାରୁଦ୍ଦିନ, କାଇଲ ଜାମିସନ, ଡାନିଏଲ ଖ୍ରୀଷ୍ଟିଆନ, ସୁୟଶ ପ୍ରଭୁଦେଶାଇ, କେ.ଏସ୍ ଭରତ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ ଓ ଆକାଶ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.