ETV Bharat / sports

ଅଭ୍ୟାସ ଆରମ୍ଭ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ଆଇପିଏଲ 14

ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର 11 ଖେଳାଳି। ଏହି ତାଲିକାରେ ସ୍ପିନର ୟୁଜିବେନ୍ଦ୍ର ଚହଲ ଓ ଫାଷ୍ଟ ବୋଲର ମହମ୍ମଦ ସିରାଜ ସାମିଲ ରହିଛନ୍ତି। ଅଧିକ ପଢ଼ନ୍ତୁ...

ଅଭ୍ୟାସ ଆରମ୍ଭ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

author img

By

Published : Mar 30, 2021, 7:34 PM IST

ଚେନ୍ନାଇ: ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର 11 ଖେଳାଳି। ଏହି ତାଲିକାରେ ସ୍ପିନର ୟୁଜିବେନ୍ଦ୍ର ଚହଲ ଓ ଫାଷ୍ଟ ବୋଲର ମହମ୍ମଦ ସିରାଜ ସାମିଲ ରହିଛନ୍ତି। ଆଇପିଏଲର 14ତମ ସଂସ୍କରଣ ପୂର୍ବରୁ ଏକ 9 ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ କରିଛି ଦଳ ।

ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟର ସ୍ପୋର୍ଟସ ସାଇନ୍ସ ସେଣ୍ଟରରେ ଏହି କ୍ୟାମ୍ପ ଆରମ୍ଭ କରାଯାଇଛି। ଦଳର କ୍ରିକେଟ ଅପରେସନ ନିର୍ଦ୍ଦେଶକ ମାଇକ ହେସନ ଓ ମୁଖ୍ୟ କୋଚ ସାଇମନ କାଟିଚଙ୍କ ନେତୃତ୍ବରେ ମୋଟ 11 ଜଣ କ୍ରିକେଟର ଏଥିରେ ସାମିଲ ହୋଇଛନ୍ତି। ହର୍ଷଲ ପଟେଲ, ଶାହବାଜ ଅହମ୍ମଦ, ପବନ ଦେଶପାଣ୍ଡେ, ମହମ୍ମଦ ଆଝାରୁଦ୍ଦିନ, ରଜତ ପତିଦାର, ସଚିନ ବେବୀ, ସୁୟାଶ ପ୍ରଭୁଦେଶାଇ ଓ କେଏସ ଭରତ ପଡ଼ିଆରେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି।

ବାକିଥିବା ଦଳୀୟ ଖେଳାଳୀ ସେମାନଙ୍କ କ୍ବାରେଣ୍ଟିନ ଅବଧି ଶେଷ କରି ଅଭ୍ୟାସରେ ଯୋଗ ଦେବେ। ପ୍ରାଥମିକ ପର୍ଯ୍ୟାୟରେ କେବଳ ଫିଟନେସ ଡ୍ରିଲ ଆରମ୍ଭ କରାଯାଇଛି। ଏଥିରେ ସହକାରୀ କୋଚ ସଞ୍ଜୟ ବାଙ୍ଗର, ଶ୍ରୀରାମ ଶ୍ରୀଧରଣ ପ୍ରମୁଖ ଖେଳାଳିଙ୍କୁ ସମସ୍ତ ପ୍ରକାର ସହାୟତା କରୁଛନ୍ତି। ଦଳର ଅଧିନାୟକ ବିରାଟ କୋହଲି ଏପ୍ରିଲ 1 ତାରିଖରେ ଦଳରେ ଯୋଗ ଦେବା ନେଇ ସୂଚନା ମିଳିଛି। ଦିନିକିଆ ସିରିଜ ପରେ ସେ ବାୟୋ ବବଲ ଛାଡ଼ି ଦେଇଥିବାରୁ, ଦଳରେ ଯୋଗ ଦେବାପରେ ତାଙ୍କୁ 7 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ। ଏପ୍ରିଲ 9 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.