ETV Bharat / sports

IPL 2023: ଶେଷ ଓଭରରେ ଅବିଶ୍ବସନୀୟ ୫ ଛକା, ଧୋନିଙ୍କୁ ପଛରେ ପକାଇଲେ ରିଙ୍କୁ - ୫ ବଲରେ ୫ ଛକା

ରବିବାର ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଶେଷ ୫ ବଲରେ ୫ ଛକା ମାରି କୋଲକାତାକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ଦଳର ବାମହାତୀ ବ୍ୟାଟର ରିଙ୍କୁ ସିଂହ । ତେବେ ଶେଷ ଓଭରେ ୩୦ ରନ ସଂଗ୍ରହ କରି ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଅଧିକ ପଢ଼ନ୍ତୁ

ଧୋନିଙ୍କୁ ପଛରେ ପକାଇଲେ ରିଙ୍କୁ ସିଂହ
ଧୋନିଙ୍କୁ ପଛରେ ପକାଇଲେ ରିଙ୍କୁ ସିଂହ
author img

By

Published : Apr 10, 2023, 10:01 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୩ର ମହାସମରରେ ଜାରି ରହିଛି ରୋମାଞ୍ଚକର ମୁକାବିଲା । ତେବେ ପ୍ରତିଦିନ ବିଭିନ୍ନ ଖେଳାଳି ମାନେ ନିଜ ନାମରେ ନୂଆ ନୂଆ ରେକର୍ଡ କରିବାରେ ଲାଗିଛନ୍ତି । ରବିବାର ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ନାଟକୀୟ ଢଙ୍ଗରେ ବିଜୟ ହାସଲ କରିଥିଲା କୋଲକାତା । ଦଳର ମଧ୍ୟକ୍ରମ ବ୍ୟାଟର ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ପାଳି ବଳରେ ଦଳ ୩ ୱିକେଟରେ ବିଜୟ ହାସଲ କରିଥିଲା । ଶେଷ ୫ ବଲରେ ୫ ଛକା ମାରି କୋଲକାତାକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ଏହି ବାମହାତୀ ବ୍ୟାଟର । ତେବେ ଶେଷ ୫ଟି ବଲରେ ୩୦ ରନ କରି ରିଙ୍କୁ ସିଂହ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ।

ଶେଷ ଓଭରରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ରିଙ୍କୁ ସିଂହ: କୋଲକାତା ୨୦୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିଲା । ତେବେ ଶେଷ ଓଭରରେ ଦଳକୁ ବିଜୟ ପାଇଁ ୨୯ ରନର ଆବଶ୍ୟକ ହେଉଥିଲା । ଏତିକିବେଳେ ଏହି ବିଜୟ ଅସମ୍ଭବ ଲାଗୁଥିଲା । ପ୍ରଥମ ବଲରେ ଉମେଶ ଯାଦବ ସିଙ୍ଗିଲ ରନ କରି ରିଙ୍କୁଙ୍କୁ ଷ୍ଟ୍ରାଇକ ଦେଇଥିଲେ । ଏହାପରେ ଶେଷ ୫ଟି ବଲରେ ୨୮ ରନ ଆବଶ୍ୟକ ଥିବାବେଳେ ରିଙ୍କୁ ଅବିଶ୍ବସନୀୟ ଭାବେ ଲଗାତାର ୫ଟି ଛକା ମାରିଥିଲେ । ତେବେ ବିଜୟ ଲକ୍ଷ୍ୟ ନେଇ ଶେଷ ଓଭରରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି ରିଙ୍କୁ । ଏହା ପୂର୍ବରୁ ଏହି ରେକର୍ଡ ଏମଏସ ଧୋନିଙ୍କ ନାଁରେ ରହିଥିଲା । ଆଇପିଏଲ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ବେଳେ ଧୋନି ଶେଷ ଓଭରରେ ୨୪ ରନ ସଂଗ୍ରହ କରିଥିଲେ । ତେବେ ରବିବାର ଗୁଜରାଟ ବିପକ୍ଷରେ ଶେଷ ଓଭରରେ ବ୍ୟକ୍ତିଗତ ୩୦ ରନ ସଂଗ୍ରହ କରି ନିଜ ଦଳକୁ ବିଜୟ ମଧ୍ୟ କରିଛନ୍ତି ରିଙ୍କୁ ।

ଏମଏସ ଧୋନି ଶେଷ ଓଭରରେ କରିଥିଲେ ୨୪ ରନ: ଆଇପିଏଲ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୬୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଶେଷ ଓଭରରେ ଜିତିବା ପାଇଁ ସିଏସକେକୁ ୨୬ ରନ ଆବଶ୍ୟକ ଥିଲା । ଅଧିନାୟକ ଧୋନି ଆରସିବିର ଦୃତ ବୋଲର ଉମେଶ ଯାଦବଙ୍କ ପ୍ରଥମ ୫ ବଲରୁ ୨୪ ରନ ସଂଗ୍ରହ କରି ନେଇଥିଲେ । ଶେଷ ବଲରେ ସିଙ୍ଗିଲ ନେବାକୁ ଯାଇ ଶାର୍ଦ୍ଦୁଲ ଠାକୁର ରନ ଆଉଟ ହୋଇଯାଇଥିଲେ । ଫଳରେ ଆରସିବି ଏହି ମ୍ୟାଚ୍‌କୁ ମାତ୍ର ୧ ରନରେ ଜିତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.