ETV Bharat / sports

ଆଇପିଏଲ 2021; ସନରାଇଜର୍ସକୁ 6 ରନରେ ମାତ ଦେଲା ଆରସିବି - IPL

ଆଇପିଏଲ 2021ରେ ରୟାଲ ଚ୍ୟାଲେଞ୍ଜର୍ସର ରୋମାଞ୍ଚକର ବିଜୟ ହାସଲ କରିଛି । 6 ରନରେ ସନରାଇଜର୍ସକୁ ହରାଇ ଲାଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

ଜିତିଲା ଆରସିବି
ଜିତିଲା ଆରସିବି
author img

By

Published : Apr 15, 2021, 7:08 AM IST

ଚେନ୍ନାଇ: ଚିପକ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସର ରୋମାଞ୍ଚକର ବିଜୟ ହାସଲ କରିଛି । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ଓ ଡେଥ ଓଭରରେ ଶୃଙ୍ଖଳିତ ବୋଲିଂ କରି 6 ରନରେ ସନରାଇରର୍ସକୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚଳିତ ଆଇପିଏଲରେ ବାଙ୍ଗାଲୋରର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ।

ସନରାଇଜର୍ସ ହାଇଦ୍ରାବାଦ ଟସ ଜିତିଥିଲା । ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ପରେ ପଡିଆକୁ ଓହ୍ଲାଇଥିଲା ଆରସିବି । ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଆରସିବି 20 ଓଭରରେ 8ଟି ୱିକେଟ ହରାଇ 149 ରନ କରିଥିଲା । ସରରାଇଜର୍ସକୁ 150ରନର ବିଜୟ ଲକ୍ଷ୍ୟ ଦେଇଥିଲା ଆରସିବି ।

ଆରିସିବିର ଓପନର ଦେବଦତ୍ତ ପାଡିକଲ 2ଟି ଚୌକା ସହ 11 ରନ କରି ପଡିଆରୁ ପ୍ରଥମେ ବିଦାୟ ନେଇଥିଲେ । ଏହା ପରେ ଶାହବାଜ ଅହମ୍ମଦ ଗୋଟିଏ ଛକା ସହ 14 ରନ କରିଥିଲେ । ଏହା ପରେ ଆରିସିବି ଅଧିନାୟକ ବିରାଟ କୋହଲି ଜଗିରଖି ଖେଳ ଜାରି ରଖିଥିଲେ । କୋହଲି 29ରେ 4ଟି ଚୌକା ସହ 33ରନ କରିଥିଲେ । ଏବି ଡି ଭିଲିଅର୍ସ ମାତ୍ର 1 ରନ କରିଥିଲେ । ଫଳରେ ଆରସିବିର ରନ ଗତି ଧିମା ପଡିଯାଇଥିଲା । 10 ଓଭରରେ ଆରସିବି 63ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାକ୍ସୱେଲଙ୍କ ବ୍ୟାଟିଂ ପାଇଁ ଶେଷ 3 ଓଭରରେ 39ରନ କରିଥିଲେ ଆରସିବି । ମ୍ୟାକ୍ସୱେଲ 41 ବଲରେ 3ଟି ଛକା ଓ 5ଟି ଚୌକା ସହ 59 ରନ କରିଥିଲେ । 2016 ପରେ ଏହା ମ୍ୟାକ୍ସୱେଲଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ । ଫଳରେ 20 ଓଭରରେ 149 ରନ କରିଥିଲା ।

150ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଆସିଥିଲା ସନରାଇଜର୍ସ ହାଇଦ୍ରାବାଦ । ଆରମ୍ଭରୁ ହିଁ ଏପନର ରିଦ୍ଧିମାନ ଶାହା 1ରନ କରି ଆଉଟ ହୋଇଥିଲେ । ଏହାପରେ ଅନ୍ୟ ଏପନର ଡେଭିଡ ୱାର୍ଣ୍ଣରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । 31 ବଲରେ ବାମହାତି ୱାର୍ଣ୍ଣର ଅର୍ଦ୍ଧଶତକ ପୂରଣ କରିଥିଲେ । 37 ବଲରେୁ ଗୋଟିଏ ଛକା ଓ 7ଟି ଚୌକା ମାରି 54 ରଲ କରିଥିଲେ ୱାର୍ଣ୍ଣର । 11 ଓଭରରେ 83 ରନର 2 ୱିକେଟ ଭାଗିଦାରୀ ପରେ ୱାର୍ଣ୍ଣର ଆଉଟ ହୋଇଥିଲେ । ପରେ ପରେ ସନରାଇଜର୍ସର ୱିକେଟ ପତନ ହୋଇଥିଲା । ହାଇଦ୍ରାବାଦ 20 ଓଭରରେ 9 ୱ୍ବିକେଟ ହାରାଇ 143 ରନ କରିଥିଲା । ବାଙ୍ଗାଲୋରର ଶୃଙ୍ଖଳିତ ବୋଲିଂ ବଳରେ ସନରାଇଜର୍ସ ହାତରୁ ମ୍ୟାଚକୁ ଛଡାଇ ନେଇଛି ଆରସିବି । ଆଇପିଏଲ 2021ରେ ବାଙ୍ଗାଲୋରର ଦ୍ବିତୀୟ ବିଜୟ ହାସଲ କରିଛି । ମ୍ୟାକ୍ସୱେଲ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.