ETV Bharat / sports

IPL 2022: ମୁମ୍ବାଇର ଅଷ୍ଟମ ପରାଜୟ, 36 ରନରେ ଜିତିଲା ଲକ୍ଷ୍ନୌ - 36 ରନରେ ଜିତିଲା ଲକ୍ଷ୍ନୌ

ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ଆଇପିଏଲରେ ନା କିଛି ଶକ୍ତି କାମ ଦେଉଛି ନା ରଣନୀତି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଦଳ ପାଇଁ ବିଜୟ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ଅଧିକ ପଢନ୍ତୁ

36 ରନରେ ଜିତିଲା ଲକ୍ଷ୍ନୌ
36 ରନରେ ଜିତିଲା ଲକ୍ଷ୍ନୌ
author img

By

Published : Apr 25, 2022, 8:29 AM IST

ମୁମ୍ବାଇ: ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ଆଇପିଏଲରେ ନା କିଛି ଶକ୍ତି କାମ ଦେଉଛି ନା ରଣନୀତି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଦଳ ପାଇଁ ବିଜୟ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ମୁମ୍ବାଇର ପିଛା ଛାଡୁନି ପରାଜୟ । ଲଗାତାର ପରାଜୟ ପରେ ପରାଜୟ ହେଉଛି ଦଳ । ରବିବାର ଲକ୍ଷ୍ନୌ ସହ ଥିବା ୩୭ ତମ ମ୍ୟାଚ୍‌ରେ 36 ରନରେ ପରାସ୍ତ ହୋଇଛି ମୁମ୍ବାଇ । ଚଳିତ ସିଜିନରେ ଏହା ଦଳର ଅଷ୍ଟମ ପରାଜୟ ।

36 ରନରେ ଜିତିଲା ଲକ୍ଷ୍ନୌ

ଟସ୍‌ ଜିତି ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । ଇନିଂସ ଆରମ୍ଭରୁ ଲକ୍ଷ୍ନୌ ଦଳ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ମୁମ୍ବାଇ ବୋଲର ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବଡ଼ ସଟ୍‌ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ । ପ୍ରଥମ ୱିକେଟ ପାଇଁ ଲକ୍ଷ୍ନୌର ଦୁଇ ଓପନରଙ୍କ ମଧ୍ୟରେ ୨୭ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ କ୍ବିଣ୍ଟନ ଡି କକ୍‌ଙ୍କ ୱିକେଟ ହରାଇଥିଲା ଲକ୍ଷ୍ନୌ । ସେପଟେ ଲକ୍ଷ୍ନୌର ଅଧିନାୟକ କେ.ଏଲ. ରାହୁଲ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୬୨ ବଲ୍‌ରୁ ଶତକ ହାସଲ କରି ଅପରାଜିତ ରହିଥିଲେ । ରାହୁଲଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟର ବଡ଼ ସ୍କୋର କରି ପାରିନଥିଲେ । ମନୀଷ ପାଣ୍ଡେ କିଛି ସମୟ ପଡ଼ିଆରେ ବିତାଇଥିଲେ ସୁଦ୍ଧା ସେ ମାତ୍ର ୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ୬ ୱିକେଟ ହରାଇ ୧୬୮ ରନ୍‌ କରିଥିଲା ।

ସେପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ଓ ରିଲେ ମେରେଡିଥ୍‌ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦୁଇ ବୋଲର ୪ ଓଭରରେ ୪୦ ରନ୍‌ ଖର୍ଚ୍ଚ କରିଥିଲେ । ମେରେଡିଥ୍‌ ଓ କିରଣ ପୋଲାର୍ଡ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରା ଓ ସାମ୍ସ ଗୋଟିଏ ଲେଖାଏଁ ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ।

ଏହା ବି ପଢନ୍ତୁ...IPL 2022: ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ ପ୍ଲେ-ଅଫ୍‌ ମ୍ୟାଚ୍‌

169 ବିଜୟ ଲକ୍ଷ୍ୟ ନେଇ ରୋହିତ ଶର୍ମା ଓ ଇଶାନ କିଷନ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟରେ ଦଳ 49 ରନ ସଂଗ୍ରହ କରିଥିଲା । କିଷନ 8 ରନ କରି ଆଉଟ ହୋଇଥିଲେ । ପରେ ପରେ ଡିୱାଲ୍ଡ ବ୍ରେଭିସ (3) ରନ କରି ପାଭିଲିୟନ ଫେରିଥିଲେ । ରୋହିତ (39) ରନ କରି ଆଉଟ ହୋଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ସୂର୍ଯ୍ୟକୁମାର ଯାଦବଙ୍କୁ (7) ପାଭିଲିୟନ ରାସ୍ତା ଦେଖାଇଥିଲେ ସ୍ପିନର ବଦୋନି । ଏହା ତାଙ୍କ ପ୍ରଥମ ୱିକେଟ । ଦଳୀୟ ସ୍କୋର 67ରେ 4ଟି ୱିକେଟ ହରାଇଥିଲେ ଦଳ ।

ଏହାପରେ ତିଲକ ବର୍ମା ବିଜୟ ଆଶା ଦେଖାଇଥିଲେ । ତିଲକ 27 ବଲରୁ 38 ରନ କରିଥିଲେ । ପୋଲାର୍ଡ 19 ରନ କରିଥିଲେ । ଦଳ ପାଇଁ ଏହା ଯଥେଷ୍ଟ ନଥିଲା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । 20 ଓଭରରେ ଦଳ 8ଟି ୱିକେଟ ହରାଇ 132ରନ କରିବାକୁ ସକ୍ଷମ ହୋଇଥିଲା । ଲକ୍ଷ୍ନୌ ପକ୍ଷରୁ କୃନାଲ 3ଟି ୱିକେଟ ହାସଲ କରିଥିଲେ । 8ମ ବିଜୟ ସହ ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଥିଲା ସୁପରଜିଆଣ୍ଟ୍ସ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.