ଚେନ୍ନାଇ: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ ଦଳ । ଆଇପିଏଲର ଏହି 14ତମ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ ଦଳ। ସେପଟେ ପଞ୍ଜାବ କିଙ୍ଗ୍ସ ମଧ୍ୟ ଦୁଇଟି ମ୍ୟାଚରେ ପରାଜିତ ହୋଇ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟୀ ହୋଇ ପଞ୍ଜାବ କିଙ୍ଗ୍ସ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚାହିଁବ ।
ବର୍ତ୍ତମାନ ସୁଦ୍ଧା ଆଇପିଏଲର 14ତମ ସଂସ୍କରଣରେ ହାଇଦ୍ରାବାଦ 3ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇ ପାରିନାହିଁ । ଗତ ସିଜିନରେ ଏହି ଦଳ ଭଲ ପ୍ରଦର୍ଶନ କରି ପ୍ଲେ-ଅଫରେ ପହଞ୍ଚି ପାରିଥିଲା । ଏମ ଏ ଚିଦମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ହାଇଦ୍ରାବାଦର ପ୍ରଦର୍ଶନ ଉପରେ ସଭିଁଙ୍କ ନଜର ରହିବ । ଦଳର ବ୍ୟାଟିଂ ପ୍ରଦର୍ଶନ ଆଶାନୁରୂପ ରହି ନାହିଁ। ମଧ୍ୟକ୍ରମରେ ଦଳ ବ୍ୟାଟିଂ ଫେଲ ମାରିଛି । ଆଜିର ମ୍ୟାଚରେ କୌଣସି ଭୁଲ କରିବାକୁ ଚାହିଁବନି ।
ସେପଟେ ପଞ୍ଜାବ କିଙ୍ଗ୍ସର ଓପନର ମୟଙ୍କ ଅଗ୍ରୱାଲ ଫର୍ମକୁ ଫେରିଛନ୍ତି । ଏହା ଦଳ ପାଇଁ ଆଶ୍ବସ୍ତିକର ବିଷୟ ହୋଇଛି । ଗତ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ତେବେ ତାଙ୍କ ଇନିଂଶ ଧିମା ରହିଥିଲା । ଯାହା ଫଳରେ ଦଳ ଯେଉଁ ବିଜୟ ଲକ୍ଷ୍ୟ ଆଶା କରିଥିଲା ତାହା କରି ପାରିନଥିଲା । ତେବେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଶାହାରୁଖ ଖାନ କେତେକ ଭଲ ଇନିଂଶ ଖେଳିଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ
ଡେଭିଡ ୱାର୍ଣ୍ଣର(ଅଧିନାୟକ), ଜନି ବେୟାରଷ୍ଟୋ, କେନ ୱିଲିୟମସନ, ବିରାଟ କୋହଲି, ବିଜୟ ଶଙ୍କର, ଅଭିଶେକ ଶର୍ମା, କେଦାର ଯାଦବ, ରାଶିଦ ଖାନ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ ଓ ସିଦ୍ଧାର୍ଥ କାଉଲ ।
ପଞ୍ଜାବ କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ
କେ.ଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରୀଶ ଗେଲ, ମୋଇସେସ ହେନରିକ୍ସ, ନିକୋଲାସ ପୂରାନ, ଦୀପକ ହୁଡ୍ଡା, ଶାହାରୁଖ ଖାନ, ଫାବିଆନ ଏଲେନ, ମୁରୁଗନ ଅଶ୍ବିନ, ମହମ୍ମଦ ସାମି ଓ ଅର୍ଶଦୀପ ସିଂହ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ