ETV Bharat / sports

ସଂକ୍ରମିତଙ୍କୁ ସହାୟତା କରିବ ପଞ୍ଜାବ କିଙ୍ଗ୍ସ, ପୁରାନ ମଧ୍ୟ କୋରୋନା ସଂଗ୍ରାମରେ ସାମିଲ

ଭାରତରେ କୋରୋନା ସଂକ୍ରମିତଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ପଞ୍ଜାବ କିଙ୍ଗ୍ସ ଦଳ । କେବଳ ପଞ୍ଜାବ କିଙ୍ଗ୍ସ ନୁହେଁ, ଏହି ଫ୍ରାଞ୍ଚାଇଜିର ଆକ୍ରାମକ ବ୍ୟାଟସମ୍ୟାନ ନିକୋଲାସ ପୁରାନ ବ୍ୟକ୍ତିଗତ ଭାବରେ ଭାରତରେ କୋରୋନା ଆକ୍ରାନ୍ତଙ୍କୁ ସହାୟତା କରିବାକୁ ମନସ୍ଥ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Apr 30, 2021, 6:52 PM IST

ସଂକ୍ରମିତଙ୍କୁ ସହାୟତା କରିବ ପଞ୍ଜାବ କିଙ୍ଗ୍ସ, ପୁରାନ ମଧ୍ୟ କୋରୋନା ସଂଗ୍ରାମରେ ସାମିଲ
ସଂକ୍ରମିତଙ୍କୁ ସହାୟତା କରିବ ପଞ୍ଜାବ କିଙ୍ଗ୍ସ, ପୁରାନ ମଧ୍ୟ କୋରୋନା ସଂଗ୍ରାମରେ ସାମିଲ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ପଞ୍ଜାବ କିଙ୍ଗ୍ସ ଦଳ । କେବଳ ପଞ୍ଜାବ କିଙ୍ଗ୍ସ ନୁହେଁ, ଏହି ଫ୍ରାଞ୍ଚାଇଜିର ଆକ୍ରାମକ ବ୍ୟାଟସମ୍ୟାନ ନିକୋଲାସ ପୁରାନ ବ୍ୟକ୍ତିଗତ ଭାବରେ ଭାରତରେ କୋରୋନା ଆକ୍ରାନ୍ତଙ୍କୁ ସହାୟତା କରିବାକୁ ମନସ୍ଥ କରିଛନ୍ତି । ଏହାକୁ ନେଇ ଉଭୟ ପଞ୍ଜାବ କିଙ୍ଗ୍ସ ଫ୍ରଞ୍ଚାଇଜି ଓ ନିକୋଲାସ ପୂରାନ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଦେଶରେ ଅନିୟନ୍ତ୍ରିତ ଭାବରେ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ବିଭିନ୍ନ ସ୍ଥାନରେ ଅକ୍ସିଜେନ ଯୋଗାଇ ଦେବାକୁ ଏକ ବେସରକାରୀ ସଂସ୍ଥାକୁ ଅର୍ଥରାଶି ଯୋଗାଇ ଦେବ ପଞ୍ଜାବ କିଙ୍ଗ୍ସ । ଏହାକୁ ନେଇ ପଞ୍ଜାବ କିଙ୍ଗ୍ସ ଟ୍ବିଟ କରି କହିଛି ଯେ, "ଦେଶରେ ବଢ଼ୁଥିବା କୋରୋନା ସଂକ୍ରମଣ ବିପକ୍ଷ ଲଢ଼େଇରେ ଆମେ ବି ସହାୟତାର ହାତ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ । ପଞ୍ଜାବ କିଙ୍ଗ୍ସ ଦଳ ଏକ ସଂସ୍ଥା ସହ ମିଶି ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସିଜେନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଅଭିଯାନରେ ଲୋକେ ଆମକୁ ସମର୍ଥନ ଦେବେ ବୋଲି ଆମର ବଶ୍ବାସ ।"

ଏହାଛଡ଼ା ପଞ୍ଜାବ କିଙ୍ଗ୍ସର ଆକ୍ରାମକ ବ୍ୟାଟସମ୍ୟାନ ନିକୋଲସ ପୁରାନ ମଧ୍ୟ ବ୍ୟକ୍ତିସ୍ଥରରେ କୋରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରୁ ଅର୍ଜିତ ଧନର କିଛି ଅଂଶ ସେ କୋରୋନା ସଂକ୍ରମିତଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାକୁ ନେଇ ନିକୋଲାସ ପୁରାନ ଟ୍ବିଟ କରି ଲେଖିଛନ୍ତି ଯେ, "ବିଶ୍ବରେ କୋରୋନା ସ୍ଥିତି ଭୟାବହ ରହିଛି । ଭାରତରେ ମଧ୍ୟ କୋରୋନା ମହାମାରୀ ସ୍ଥିତି ଗମ୍ଭୀର ରହିଛି । ଏହି ବିକଟାଳ ସ୍ଥିତିରେ ମୁଁ ବିତ୍ତୀୟ ସହାୟତା ଦେବି ।"

ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ କୋରୋନା ମହାମାରୀ ସହ ଲଢ଼େଇ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ରାଜସ୍ଥାନ ରୟାଲ୍ସ, 7.5 କୋଟି ଟଙ୍କା ଦାନ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ 1.5 କୋଟି ଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.