ହାଇଦ୍ରାବାଦ: ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍ 2022 ସିଜିନର ଦ୍ବାଦଶ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍ରେ ହରାଇଛି । ୧୭୦ ରନ୍ର ଲକ୍ଷ୍ୟକୁ ପିଛ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୭ ରନ୍ରେ ସୀମିତ ରହିଥିଲା । ଦମଦାର ଫର୍ମରେ ଥିବା ଅଭେଶ ଖାନ LSG ପାଇଁ ୪ଟି ୱିକେଟ ହାସଲ ହାସଲ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ କେଏଲ ରାହୁଲ ଓ ଦୀପକ୍କ ହୁଡ୍ଡାଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୭ ୱିକେଟ ହରଇ ୧୬୯ ରନ୍ ସଂଗ୍ରହ କରିଥିଲା । କେଏଲ ରାହୁଲ ୫୦ ବଲ୍ରୁ ୬୮ ଓ ଦୀପକ ହୁଡ୍ଡା ୩୩ ବଲ୍ରୁ ୫୧ ରନ୍ର ଇଂନିସ ଖେଳିଥିଲେ । ସନରାଇଜର୍ସ ହାଇଦ୍ରାବାଦ ପାଇଁ ଟି ନଟରାଜନ, ୱାସିଂଟନ ସୁନ୍ଦର ଓ ରୋମାରିୟୋ ସେଫର୍ଡ ଦୁଇଟି ଲେଖାଏଁ ୱିକେଟ ହାତେଇଥିଲେ ।
ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲ
ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ଦୁଇଟି ମ୍ୟାଚ୍ରୁ ୪ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଏହାପରେ କୋଲକାତା ନାଇଟ ରାଇଡର୍ସ ୪ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଗୁଜରାଟ ଟାଇଟନ୍ସ ମଧ୍ୟ ୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ସମାନ ୪ ପଏଣ୍ଟ ହାସଲ କରି ମଧ୍ୟ ପଞ୍ଜାବ କିଙ୍ଗ୍ସ ଟିମ ଚତୁର୍ଥ ସ୍ଥାନରେ ରହିଛି । ସୋମବାର ମିଳିଥିବା ବିଜୟ ପରେ ଲକ୍ଷ୍ନୌର ମଧ୍ୟ ୪ ପଏଣ୍ଟ ହୋଇଛି, ଫଳରେ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି କେଏଲ ରାହୁଲଙ୍କ ଟିମ । ପରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସପ୍ତମରେ, ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟମ ସ୍ଥାନରେ ଓ ଚେନ୍ନାଇ ସୁପର କିଙ୍ଗ୍ସ ନବମ ସ୍ଥାନରେ ରହିଛି । ସେହିପରି ଶେଷରେ ଅର୍ଥାତ ଦଶମ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ରହିଛି ।
ଅରେଞ୍ଜ କ୍ୟାପ୍ ରେସ୍
- ୧. ଇଶାନ କିଶନ (ମୁମ୍ବାଇ ଇଣ୍ଡିଆନ୍ସ) - ୧୩୫ ରନ୍
- ୨. ଜସ ବଟଲର (ରାଜସ୍ଥାନ ରୟାଲ୍ସ) - ୧୩୫ ରନ୍
- ୩. ଦୀପକ ହୁଡ୍ଡା (ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ) - ୧୧୯ ରନ୍
- ୪. ଶିବମ ଦୁବେ(ଚେନ୍ନାଇ ସୁପର କିଙ୍ଗ୍ସ) - ୧୦୯ ରନ୍
- ୫. କେଏଲ ରାହୁଲ(ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ) - ୧୦୮ ରନ୍
ପର୍ପଲ କ୍ୟାପ୍ ରେସ୍
- ୧. ଉମେଶ ଯାଦବ(କୋଲକାତା ନାଇଟ ରାଇଡର୍ସ) - ୮ ୱିକେଟ
- ୨.ଅଭେଶ ଖାନ(ଲକ୍ଷ୍ନୌ ସୁପର ଜିଆଣ୍ଟସ ) - ୭ ୱିକେଟ
- ୩. ରାହୁଲ ଚହର (ପଞ୍ଜାବ କିଙ୍ଗ୍ସ) - ୬ ୱିକେଟ
- ୪. ୟୁଜଭେନ୍ଦ୍ର ଚହଲ(ରାଜସ୍ଥାନ ରୟାଲ୍ସ) - ୫ ୱିକେଟ
- ୫. ମହମ୍ମଦ ସାମି(ଗୁଜରାଟ ଟାଇଟନ୍ସ) - ୫ ୱିକେଟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ