ETV Bharat / sports

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ହଟିଲେ ମ୍ୟାକଡୋନାଲ୍ଡ - ଆଇପିଏଲ ଖବର

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ହଟିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ରାଜସ୍ଥାନ ରୟାଲ୍ସ କୋଚିଂ ଟିମକୁ ନେଇ ସନ୍ତୁଷ୍ଟ ନଥିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ଅଧିକ ପଢ଼ନ୍ତୁ...

ରାଜସ୍ଥାନ ରୟାଲ୍ସର ମୁଖ୍ୟକୋଚ୍ ପଦରୁ ହଟିଲେ ମ୍ୟାକଡୋନାଲ୍ଡ

author img

By

Published : Feb 21, 2021, 6:28 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ହଟିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ରାଜସ୍ଥାନ ରୟାଲ୍ସ କୋଚିଂ ଟିମକୁ ନେଇ ସନ୍ତୁଷ୍ଟ ନଥିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ଏହାପରେ ଟିମ ମ୍ୟାନେଜମେଣ୍ଟ ସହ ଆପୋଷ ବୁଝାମଣା ପରେ ସେ ଏହି ଦାୟିତ୍ବରୁ ଓହରି ଯାଇଛନ୍ତି। ଏହାକୁ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି।

ଟ୍ରେଭର ପେନି ରାଜସ୍ଥାନ ରୟାଲ୍ସର ମୁଖ୍ୟ ସହକାରୀ ଭାବରେ ଯୋଗ ଦେଇଛନ୍ତି। କ୍ରିକେଟର ପରିଚାଳନା ନିର୍ଦ୍ଦେଶକ କୁମାର ସାଙ୍ଗାକାରଙ୍କ ନେତୃତ୍ବରେ କୋଚିଂ ଦଳ ଗଠନ କରୁଛି ରାଜାସ୍ଥାନ ରାୟଲ୍ସ। କୋଚିଂ ଟିମରେ ସାଇରାଜ ବାହାତୁଲେ ସ୍ପିନ ବୋଲିଂ କୋଚ ଦାୟିତ୍ବରେ ରହିଥିବା ବେଳେ ରବ କାସେନ ଫାଷ୍ଟ ବୋଲିଂ କୋଚ ଦାୟିତ୍ବରେ ରହିଛନ୍ତି। ସେହିଭଳି ଦିଶାନ୍ତ ୟାଗ୍ନିକଙ୍କୁ ଫିଲ୍ଡଂ କୋଚ ଦାୟିତ୍ବ ଦିଆଯାଇଛି। ସଞ୍ଜୁ ସାମସନଙ୍କ ଅଧିନାୟିତ୍ବରେ ରାଜସ୍ଥାନ ରୟାଲ୍ସ 2021 ଆଇପିଏଲରେ ପଡ଼ିଆକୁ ଓହ୍ଲାଇବ। ଦଳରେ ବେନ ଷ୍ଟୋକ୍ସ ଓ ଜୋଶ ବଟଲର ଭଳି ଖେଳାଳି ସାମିଲ ରହିଛନ୍ତି।

ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ମୁଖ୍ୟ କୋଚ ପଦରୁ ହଟିବା ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲସ୍ ମାକ୍ରମ କହିଛନ୍ତି ଯେ, "ରାଜସ୍ଥାନ ରୟାଲ୍ସର ପ୍ରତ୍ୟେକ ସଦସ୍ୟ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କୁ ଧନ୍ୟବାଦ ଦେଉଛନ୍ତି। ମାରାତ୍ମକ କୋରୋନା ସଂକ୍ରମଣ ବେଳେ ଆଇପିଏଲ 13ତମ ସଂସ୍କରଣ ପାଇଁ ସେ ରାଜସ୍ଥାନ ରୟାଲ୍ସର କୋଚ ଦାୟିତ୍ବ ନେଇଥିଲେ। ତାଙ୍କ ଭବିଶ୍ୟତକୁ ନେଇ ଆମେ ତାଙ୍କୁ ଶୁଭକାମନା ଦେଉଛୁ। ସେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସହ କାର୍ଯ୍ୟ କରିବାକୁ ଯାଉଛନ୍ତି।"

ସେପଟେ ଟ୍ରେଭର ପେନି ପୂର୍ବରୁ ଶ୍ରୀଲଙ୍କାର ସହକାରୀ କୋଚ ଓ ପରବର୍ତ୍ତୀ ସମୟରେ ମୁଖ୍ୟ କୋଚ ଦାୟିତ୍ବରେ ରହି ସାରିଛନ୍ତି। ଏହାସହ ସେ ଇଂଲଣ୍ଡ, ନେଦରଲାଣ୍ଡସ ଓ ୟୁଏସଏର କୋଚ ଦାୟିତ୍ବରେ ମଧ୍ୟ ରହିଥିଲେ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.