ETV Bharat / sports

ଆହତ ସାରିଦେବ କି କୁଲଦୀପଙ୍କ କ୍ରିକେଟ କ୍ୟାରିଅର !

author img

By

Published : Sep 27, 2021, 6:13 PM IST

ଆଣ୍ଠୁରେ ଆଘାତ ଯୋଗୁଁ କୋଲକାତା ନାଇଟ ରାଇଡର୍ସ ଷ୍ଟାର ସ୍ପିନର କୁଲଦୀପ ଯାଦବ ଆଇପିଏଲରୁ ବାହାର । ଅଧିକ ପଢନ୍ତୁ...

Kuldeep Yadav back from UAE after sustaining knee injury, may miss most of domestic season
ଆହତ ସାରିଦେବ କି କୁଲଦୀପଙ୍କ କ୍ରିକେଟର କ୍ୟାରିୟର !

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟ ଜାରି ରହିଥିବାବେଳେ କୋଲକାତା ନାଇଟ ରାଇଡର୍ସ(KKR)କୁ ଲାଗିଛି ବଡ ଝଟ୍‌କା । ଆଣ୍ଠୁରେ ଗଭୀର ଆଘାତ ଯୋଗୁଁ ଟିମର ଷ୍ଟାର ସ୍ପିନର କୁଲଦୀପ ଯାଦବ ଆଇପିଏଲରୁ ବାହାର ହେଇଛନ୍ତି । ଏଥିସହ UAEରୁ ଭାରତ ଫେରିଆସିଛନ୍ତି କୁଲଦୀପ । କେବଳ ଆଇପିଏଲ ନୁହେଁ ବରଂ ଆହତ କାରଣରୁ ଆଗାମୀ ଘରୋଇ ସିଜିର ଅନେକ ମ୍ୟାଚ୍‌ରୁ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇପାରନ୍ତି କୁଲଦୀପ ।

UAE ରେ ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ଫିଲ୍ଡିଂ କରୁଥିବା ସମୟରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା ଯାହା ତାଙ୍କପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ।

ଖରାପ ଫର୍ମ ପାଇ ଜାତୀୟ ଟିମରୁ ପୂର୍ବରୁ ବାଦ ପଡିଥିବା ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ KKR ସ୍କ୍ବାଡ ଛାଡି ସ୍ବଦେଶ ଫେରିଛନ୍ତି । ନିକଟରେ ମୁମ୍ବାଇରେ ତାଙ୍କର ଏକ ସର୍ଜରୀ ହୋଇଥିଲା । ଆଣ୍ଠୁ ଜନିତ ଆହତ ସମସ୍ୟାରୁ ମୁକୁଳିବାକୁ ଦୀର୍ଘ ସମୟ ଲାଗୁଥିବା ନଜିର ରହିଛି । ଏପରି ସ୍ଥିତିରେ ଜାତୀୟ କ୍ରିକେଟ ଏକାଡେମୀ(NCA) ରେ କୁଲଦୀପଙ୍କୁ ସୁସ୍ଥ ହୋଇ କ୍ରିକେଟ ପଡିଆକୁ ଫେରିବାକୁ ପ୍ରାୟ ୪-୬ ମାସ ସମୟ ଲାଗିବାରେ ବୋଲି କୁହାଯାଉଛି । ଆଗାମୀ ରଣଜୀ ଟ୍ରଫି ସିଜିନରେ ମଧ୍ୟ ସେ ଖେଳିବା ଆଶଙ୍କା କ୍ଷୀଣ ।

ଏକ ସମୟରେ ଟିମ ଇଣ୍ଡିଆର ପ୍ରମୁଖ ସ୍ପିନର ରହିଥିଲେ କୁଲଦୀପ । ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ହାସଲ କରିବା ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ତାଙ୍କୁ ବିଦେଶମାଟିରେ ଭାରତର ନମ୍ବର ୧ ସ୍ପିନର ବୋଲି ସମ୍ବୋଧନ କରିଥିଲେ । ମାତ୍ର ଏହାପରେ କୁଲଦୀପଙ୍କ କ୍ୟାରିୟର ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ୨୦୧୯ ସଂସ୍କରଣର ଆଇପିଏଲରେ ଖରାପ ପ୍ରଦର୍ଶନ ରହିଥିଲା । ଏକ ମ୍ୟାଚ୍‌ରେ ଷ୍ଟାଣ୍ଟବାଏ ଖେଳାଳି ଭାବେ ଥିବା ସାହାବାଜ ନଦୀମଙ୍କୁ ଟିମ ଇଣ୍ଡିଆର ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା ମାତ୍ର ମୁଖ୍ୟ ସ୍କ୍ବାଡରେ ଥାଇ ମଧ୍ୟ କୁଲଦୀପଙ୍କୁ ସୁଯୋଗ ମିଳିନଥିଲା ।

୨୬ ବର୍ଷୀୟ କାନପୁର ସ୍ପିନର ଟିମ ଇଣ୍ଡିଆ ପକ୍ଷରୁ ୭ଟି ଟେଷ୍ଟ, ୬୫ଟି ଦିନିକିଆ ଓ ୨୩ଟି ଟି-୨୦ ମ୍ୟାଚ୍‌ ଖେଳି ମୋଟ ୧୭୪ ରନ୍‌ ସଂଗ୍ରହ କରିଛନ୍ତି ।

ଶେଷ ଥର ପାଇଁ ସେ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍‌ ଖେଳିଥିଲେ ଓ ୨/୪୮ ପ୍ରଦର୍ଶନ କରିଥିଲେ । ଏହି ଗସ୍ତରେ ସେ ଆଉ ଦୁଇଟି ମ୍ୟାଚ୍‌(ଗୋଟିଏ ଦିନିକିଆ, ଗୋଟିଏ ଟି-୨୦) ଖେଳିଥିଲେ ମଧ୍ୟ ୱିକେଟ ଶୂନ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.