ETV Bharat / sports

IPL 2023: ଶାର୍ଦ୍ଦୁଲ ଠାକୁରଙ୍କ ଦୃତତମ ଅର୍ଦ୍ଧଶତକ, ଜୋଶ ବଟଲରଙ୍କ ସହ ହେଲେ ସମକକ୍ଷ - ଜୋଶ ବଟଲରଙ୍କ ସହ ହେଲେ ସମକକ୍ଷ

ଜାରି ରହିଥିବା ଆଇପିଏଲ ୨୦୨୩ରେ ଆରସିବି ବିପକ୍ଷ ମ୍ୟାଚ୍‌ରେ ଆଲରାଉଣ୍ଡ ପ୍ରଦର୍ଶନ କରି ଦୃତତମ ଅର୍ଦ୍ଧଶତକ ହାସଲ କରିଥିଲେ କୋଲକାତାର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ଏହା ସହିତ ସେ ଚଳିତ ସଂସ୍କରଣରେ ଜୋଶ ବଟଲରଙ୍କ ସମକକ୍ଷ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଶାର୍ଦ୍ଦୁଲ ଠାକୁରଙ୍କ ଦୃତତମ ଅର୍ଦ୍ଧଶତକ
ଶାର୍ଦ୍ଦୁଲ ଠାକୁରଙ୍କ ଦୃତତମ ଅର୍ଦ୍ଧଶତକ
author img

By

Published : Apr 7, 2023, 10:23 PM IST

ହାଇଦ୍ରାବାଦ: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌କୁ ୮୧ ରନରେ ଜିତି ଆଇପିଏଲ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ତେବେ କୋଲକାତାକୁ ଏହି ମ୍ୟାଚ୍‌ ଜିତାଇବାରେ ଦଳର ଦୃତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଏହି ମ୍ୟାଚ୍‌ରେ ଶୀର୍ଷକ୍ରମ ବ୍ୟାଟର ମାନେ ଫେଲ ମାରିଥିଲେ ମଧ୍ୟ ସେ ୭ ନମ୍ବରରେ ବ୍ଯାଟିଂ କରିବାକୁ ଆସି ଧୂଆଁଧାର ବ୍ୟାଟିଂ କରିଥିଲେ । ଫଳରେ ଗୋଟିଏ ସମୟରେ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ଦଳ ସମୁଦାୟ ୨୦୪ ଭଳି ଏକ ବିଶାଳ ସ୍କୋରରେ ପହଞ୍ଚି ପାରିଥିଲା । ଏହି ମ୍ୟାଚ୍‌ରେ ସେ ମାତ୍ର ୨୦ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ରାଜସ୍ଥାନ ରୟାଲ୍ସର ଜୋଶ ବଟଲରଙ୍କ ସମକକ୍ଷ ହୋଇଛନ୍ତି ।

ତେବେ ଆରସିବି ବିପକ୍ଷରେ ଶାର୍ଦ୍ଦୁଲ ହାସଲ କରିଥିବା ଅର୍ଦ୍ଧଶତକ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଥିଲା । ତେବେ ଏହି ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଯେଉଁ ସମୟରେ ଏବଂ ଯେଉଁଭଳି ପ୍ରଦର୍ଶନ କରି ସେ ହାସଲ କରିଥିଲେ, ଏହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । କ୍ରିକେଟ ସମୀକ୍ଷକଙ୍କ ମତରେ ସେ ଏବେ ନିଜକୁ କେବଳ ଜଣେ ଦୃତ ବୋଲର ନୁହେଁ, ବରଂ ଜଣେ ଭଲ ଅଲରାଉଣ୍ଡର ଭାବେ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଦଳୀୟ ସ୍କୋର ୨୯ ରନ ହୋଇଥିବା ବେଳେ କୋଲକାତା ଲଗାତାର ୨ଟି ବଲରେ ରାମାନୁଲ୍ଲା ଗୁରବାଜ ଓ ଆନ୍ଦ୍ରେ ରସେଲଙ୍କୁ ହରାଇଥିଲା । ଆରସିବି ସ୍ପିନର କର୍ଣ୍ଣ ଶର୍ମାଙ୍କ ବଲରେ ଉଭୟ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଧୂଆଁଧାର ବ୍ୟାଟିଂ କରିଥିଲେ ଶାର୍ଦ୍ଦୁଲ । ସେ ଏହି ମ୍ୟାଚ୍‌ରେ କେବଳ ୨୯ ବଲ ଖେଳି ୬୮ ରନର ଦମଦାର ପାଳି ଖେଳିଥିଲେ ।

ପ୍ରକାଶ ଥାଉକି, ଆଇପିଏଲର ୧୬ତମ ସଂସ୍କରଣରେ ଦୃତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଜୋଶ ବଟଲରଙ୍କ ନାମରେ ଥିଲା । ବଟଲର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏବେ ଶାର୍ଦ୍ଦୁଲ ଠାକୁର ମଧ୍ୟ ବଟଲରଙ୍କ ସମକକ୍ଷ ହୋଇଛନ୍ତି । ତେବେ ଶାର୍ଦ୍ଦୁଲ ଠାକୁରଙ୍କର ଅଲରାଉଣ୍ଡର ପ୍ରଦର୍ଶନ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍‌ରେ ୱାଶିଂଟନ ସୁନ୍ଦରଙ୍କ ସହିତ ଏକ ବଡ଼ ପାଳି ଖେଳିଥିଲେ । ବ୍ରିସବେନରେ ଭାରତର ଐତିହାସିକ ବିଜୟରେ ଶାର୍ଦ୍ଦୁଲଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ସେ ଏହି ମ୍ୟାଚ୍‌ରେ ୬୭ ରନ ସ୍କୋର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.