ETV Bharat / sports

IPL 2023: ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ଆଇପିଏଲ ଖେଳିବେନି ବୁମରା

ଆଇପିଏଲ 16ତମ ସଂସ୍କରଣରେ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା ଲାଗିିଛି । ଆହତଜନିତ ସମସ୍ୟା ପାଇଁ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଆଇପିଏଲରୁ ବାଦ ପଡିପାରନ୍ତି । ଅଧିକ ପଢନ୍ତୁ

author img

By

Published : Mar 2, 2023, 4:32 PM IST

jasprit bumrah to miss ipl
ଆଇପିଏଲ 2023

ନୂଆଦିଲ୍ଲୀ: ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଫଟାଫାଟ ଟି-20 ଲିଗ ଆଇପିଏଲ ମାର୍ଚ୍ଚ 31ରୁ ଆରମ୍ଭ ହେଉଛି । ଏହା 16ତମ ସଂସ୍କରଣ । ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା ଲାଗିଛି । ଆହତଜନିତ ସମସ୍ୟା ପାଇଁ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଦଳରୁ ବାଦ ପଡିବେ । ଟପ ବୋଲର ବୁମରା ଦଳରୁ ବାଦ ପଡିବା ନେଇ ଖବର ପ୍ରକାଶ ପାଇବା ପରେ ସର୍ବାଧିକ ଟାଇଟଲ ବିଜେତା ରୋହିତ ଶର୍ମାଙ୍କ ନେତୃତ୍ବଧୀନ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢିଛି ।

ଯଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହା ସହ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଓ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଏକ ଦିବସୀୟ ବିଶ୍ବକର ଖେଳିବାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । 29 ବର୍ଷୀୟ ବୁମରା ପିଠି ଯନ୍ତ୍ରଣା ସମସ୍ୟା ନେଇ ଦୀର୍ଘଦିନ ହେବ ବିଶ୍ରାମ ନେଉଛନ୍ତି । ତାଙ୍କ ଅସ୍ତ୍ରୋପଚାର ମଧ୍ୟ ହୋଇପାରେ । ଗତବର୍ଷ ସେପ୍ଟେମ୍ବରରୁ କୌଣସି ମ୍ୟାଚ ଖେଳି ନାହାନ୍ତି ବୁମରା । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ସମୟ ଲାଗିବ ତେଣୁ ସେ ଏଥର ଆଇପିଏଲ ନଖେଳିବାର ଯେଥେଷ୍ଟ ସମ୍ଭାବନା ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ଖବର ଶକ୍ତ ଧକ୍କା ସଦୃଶ ହୋଇଛି ।

ଏହା ବି ପଢନ୍ତୁ...WPL 2023: ହର୍ମନପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମାର୍ଚ୍ଚ 31 ତାରିଖରୁ ଆଇପିଏଲର 16 ତମ ସଂସ୍କରଣ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଓ ଏମଏସଡିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ । ଚଳିତ ଆଇପିଏଲ 12ଟି ଭେନ୍ୟୁରେ ଖେଳାଯିବ । 10ଟି ଟିମ 52 ଦିନରେ 70ଟି ଲିଗ ମ୍ୟାଚ ଖେଳିବେ । 4ଟି ପ୍ଲେ ଅଫ ମ୍ୟାଚ ଖେଳାଯିବ । ମଇ 28 ତାରିଖରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ପ୍ରତି ଟିମ 14ଟି ଲେଖାଏଁ ମ୍ୟାଚ ଖେଳିବେ । 7ଟି ଲେଖାଏଁ ନିଜ ହୋମ ଗ୍ରାଉଣ୍ଡ ଓ 7ଟି ବିପକ୍ଷ ଦଳ ଗ୍ରାଉଣ୍ଡରେ ହେବ । 2 ଏପ୍ରିଲରେ ଆରସିବି ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଭିଯାନ ଆରମ୍ଭ କରିବ । ଗତବର୍ଷ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ସଞ୍ଜୁ ସାମସନଙ୍କ ରଜସ୍ଥାନ ରୟାଲ୍ସକୁ ହରାଇ ଟ୍ରଫି ହାତେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.