ETV Bharat / sports

ଟ୍ରଫି ଜିତିବ RCB, ଆଶାୟୀ ଅଛନ୍ତି ଦେବଦତ୍ତ ପାଦ୍ଦିକଲ - IPL dubai

ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପନର ଦେବଦତ୍ତ ପାଦ୍ଦିକଲ ସକାରାତ୍ମକ ରହିଛନ୍ତି । ତାଙ୍କ ମତରେ ଦୁଇ ପର୍ଯ୍ୟାୟ ଆଇପିଏଲ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣରେ କ୍ରିକେଟ ଖେଳିବାକୁ ମିଳିଥିଲା ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

ଟ୍ରଫି ଜିତିବ RCB, ଆଶାୟୀ ଅଛନ୍ତି ଦେବଦତ୍ତ ପାଦ୍ଦିକଲ

author img

By

Published : Sep 12, 2021, 7:26 PM IST

ଦୁବାଇ: ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପନର ଦେବଦତ୍ତ ପାଦ୍ଦିକଲ ସକାରାତ୍ମକ ରହିଛନ୍ତି । ତାଙ୍କ ମତରେ ଦୁଇ ପର୍ଯ୍ୟାୟ ଆଇପିଏଲ ମଧ୍ୟର ପର୍ଯ୍ୟାପ୍ତ ପରିମାଣରେ କ୍ରିକେଟ ଖେଳିବାକୁ ମିଳିଥିଲା । ଏଥିପାଇଁ ଦୁଇଟି ପର୍ଯ୍ୟାୟ ମଧ୍ୟରେ ଅଧିକ ସମୟ ବିତିନଥିବା ଭଳି ମନେ ହେଉଛି ।

ରବିବାର ଏକ ଭର୍ଚ୍ଚୁଆଲ ସାକ୍ଷାତକାରରେ RCBର ଓପନର ଦେବଦତ୍ତ ପାଦ୍ଦିକଲ କହିଛନ୍ତି ଯେ, "ମୋତେ ଲାଗୁଛି ଟୁର୍ଣ୍ଣାମେଣ୍ଟ ଜାରି ରହିଥିଲା ଓ ଆମେ ଆଉ ଏକ ମ୍ୟାଚ ଖେଳିବାକୁ ଯାଉଛୁ । ଲମ୍ବା ବ୍ରେକ ନେଇଥିବା ଭଳି ମନେ ହେଉନାହିଁ । କାରଣ ଆଇପିଏଲର ପ୍ରଥମ ପର୍ଯ୍ୟାୟ ବନ୍ଦ ହେବାପରେ ପର୍ଯ୍ୟାପ୍ତ ପରିମାଣରେ କ୍ରିକେଟ ଖେଳିବାକୁ ମିଳିଥିଲା । ପୂର୍ବରୁ ଯେଉଁ ଲୟ ଆମେ ପାଇଥିଲୁ ତାହାକୁ ନେଇ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ।"

ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଦେବଦତ୍ତ ପାଦ୍ଦିକଲ ରାଜସ୍ତାନ ରୟାଲ୍ସ ବିପକ୍ଷରେ ଶତକ ହାସଲ କରିଥିଲେ । ଏହାକୁ ନେଇ ଦେବଦତ୍ତ ପାଦ୍ଦିକଲ କହିଛନ୍ତି ଯେ, "ମୁଁ କେବେ ଶତକ ହାସଲ କରିବି ବୋଲି ଭାବିନଥିଲି । ଏଭଳି ଏକ ଶତକ ହାସଲ କରିବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ । ପଡ଼ିଆକୁ ଗଲାବେଳେ ମୁଁ କେବଳ ଭଲ ବ୍ୟାଟିଂ କରିବା କଥା ଚିନ୍ତା କରୁଥିଲି । ଏଭଳି ଦିନ ବାରମ୍ବାର ଆସେନି ।"

୨୦ ବର୍ଷୀୟ ବ୍ୟାଟସ୍‌ମ୍ୟାନ ଦେବଦତ୍ତ ପାଦ୍ଦିକଲ ଚଳିତ ସିଜିନ ଜୁଲାଇ ମାସରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଛନ୍ତି । ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଟ୍ରଫି ଜିତିବ ବୋଲି ଆଶା କରିଛନ୍ତି ଦେବଦତ୍ତ ପାଦ୍ଦିକଲ । ଦ୍ବିତୀୟ ପର୍ଯ୍ୟାୟ ଆଇପିଏଲ ପାଇଁ ପାଦ୍ଦିକଲ ପ୍ରସ୍ତୁତ ଥିବା କଥା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.