ETV Bharat / sports

IPL: ସେହ୍ବାଗଙ୍କୁ ଟପିଲେ ପନ୍ତ, ବନିଲେ ଦିଲ୍ଲୀର ସର୍ବାଧିକ ରନ୍‌ ସଂଗ୍ରହକାରୀ - ଇଣ୍ଡିଆନ ପ୍ରିମିୟର ଲିଗ୍‌

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଟିମର ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଅଧିକ ପଢନ୍ତୁ...

IPL: Skipper Rishabh Pant becomes Delhi's leading run-scorer
IPL: ସେହ୍ବାଗଙ୍କୁ ଟପିଲେ ପନ୍ତ, ବନିଲେ ଦିଲ୍ଲୀର ସର୍ବାଧିକ ରନ୍‌ ସଂଗ୍ରହକାରୀ
author img

By

Published : Sep 28, 2021, 6:59 PM IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଟିମର ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଏହି କିର୍ତ୍ତୀମାନର ଅଧିକାରୀ ହେବାରେ ପନ୍ତ, ବିରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୪୧ତମ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି ।

କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ଶେଷ ମ୍ୟାଚରେ KKR, ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାସ୍ତ ହୋଇଥିବାବେଳେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ କୋଲକାତା ୧୦ଟି ମ୍ୟାଚ୍‌ରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ KKR କ୍ୟାପଟେନ ଇଆନ ମୋର୍ଗାନ । ଏହାପରେ ବୋଲରଙ୍କ କମାଲ ବଳରେ ୧୨୭ ରନ୍‌ରେ ଦିଲ୍ଲୀକୁ ରୋକିଥିଲା ମୋର୍ଗାନଙ୍କ ଟିମ । ପନ୍ତ ୩୬ ବଲ୍‌ରୁ ୩୯ ରନ୍‌ର ଇଂନିସ ଖେଳି ରନ୍‌ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.