ETV Bharat / sports

IPL: ଚେନ୍ନାଇ ସୁପର କିଙ୍ଗ୍ସର ଅଭ୍ୟାସ ଆରମ୍ଭ - ମୁମ୍ବାଇ ଇଣ୍ଡିଆନ୍ସ

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଶୁକ୍ରବାରଠାରୁ ଅଭ୍ୟାସ ଆରମ୍ଭ କରିବ । ଅଧିକ ପଢନ୍ତୁ...

IPL: CSK to start training at ICC Academy on Thursday, MI to train at Sheikh Zayed Stadium from Friday
IPL: ଚେନ୍ନାଇ ସୁପର କିଙ୍ଗ୍ସର ଅଭ୍ୟାସ ଆରମ୍ଭ
author img

By

Published : Aug 19, 2021, 7:00 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ୧୪ତମ ସଂସ୍କରଣ ପାଇଁ ଖୁବଶୀଘ୍ର UAEରେ ପ୍ରସ୍ତୁତି ଆରମ୍ଭ କରିବ ଚେନ୍ନାଇ ସୁପର କିଙ୍ଗ୍ସ । ଦୁବାଇର ICC କ୍ରିକେଟ ଏକାଡେମୀରେ ଗୁରୁବାର ଠାରୁ CSK ଅଭ୍ୟାସ ଆରମ୍ଭ କରିବ । ଅନ୍ୟପଟେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଶୁକ୍ରବାରଠାରୁ ଅଭ୍ୟାସ ଆରମ୍ଭ କରିବା ନେଇ ସୂଚୀ ରହିଛି ।

ସୂଚନା ଅନୁଯାୟୀ, UAE ପହଞ୍ଚିଥିବା ଉଭୟ ଟିମର ଖେଳାଳି ସଫଳତାର ସହ ୬ ଦିନିଆ କ୍ବାରେଣ୍ଟିନ ସମୟ ଶେଷ କରିବା ସହ IPL ଅଭ୍ୟାସ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି । CSK ଗୁରୁବାର ଅଭ୍ୟାସ ଆରମ୍ଭ କରିବାକୁଥିବାବେଳେ ଶୁକ୍ରବାରଠାରୁ ମୁମ୍ବାଇ ଖେଳାଳି ଅଭ୍ୟାସ କରିବେ ।

ସେହିପରି ଗତବର୍ଷର ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ(DC) ଶନିବାର UAE ଅଭିମୁଖେ ଉଡାଣ ଭରିବ । ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଫିଟନେସ କୋଚ୍‌ଙ୍କ ସହିତ ପୂର୍ବରୁ UAEରେ ରହିଛନ୍ତି । ଘରୋଇ ଖେଳାଳି ରାଜଝାନୀ ଦିଲ୍ଲୀରେ UAE ଯାତ୍ରା ପାଇଁ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିସାରିଛନ୍ତି ।

ମହାମାରୀ COVID-19 ସଂକ୍ରମଣ ବୃଦ୍ଧି ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଗତ ମେ ମାସରେ ସ୍ଥଗିତ ହୋଇଥିଲା । ତେବେ ସେପ୍ଟେମ୍ବର ୧୯ରୁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ ଆରଣ ହେଉଛି । ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.