ETV Bharat / sports

IPL 2023: 7 ହଜାର ରନ କ୍ଲବରେ ପ୍ରଥମ ଖେଳାଳି କିଙ୍ଗ କୋହଲି - ବିଟାର କୋହଲିଙ୍କ ଆଇପିଏଲ ରନ ରେକର୍ଡ

ଆଇପିଏଲରେ ପ୍ରଥମ ଖେଳାଳି ଭାବେ 7ହଜାର ରନ କରିଛନ୍ତି ଆରସିବି ପ୍ଲେୟାର ବିରାଟ କୋହଲି । ଅଧିକ ପଢନ୍ତୁ

Virat Kohli IPL run record
Virat Kohli reaching 7000 IPL runs
author img

By

Published : May 7, 2023, 11:10 AM IST

Updated : May 7, 2023, 11:51 AM IST

ନୂଆଦିଲ୍ଲୀ: କିଙ୍ଗ କୋହଲିଙ୍କ ନାମରେ ଆଉ ଏକ ରେକର୍ଡ ଯୋଡି ହୋଇଛି । ଆଇପିଏଲରେ 7 ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିରାଟ କୋହଲି 55ରନ କରିଥିଲେ । ଏହି ରନ ସହିତ ସେ ଆଇପିଏଲରେ 7 ହଜାର ରନ ପୂରଣ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ଏହା ଆଉ ଏକ ରେକର୍ଡ ।

ଆଇପିଏଲ 16 ତମ ସଂସ୍କରଣରେ ଗତକାଲି ଘରୋଇ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ମ୍ୟାଚରେ ଓପନିଂରେ ଆସିଥିବା କୋହଲି 46 ବଲରେ 5ଚୌକା ସହାୟତାରେ 55ରନ କରିଥିଲେ । ଏହା ସହିତ କୋହଲି ଆଇପିଏଲରେ 7000 ରନ ପୂରଣ କରିଥିଲେ । ଏହା କୋହଲିଙ୍କ 50ତମ ଅର୍ଦ୍ଧଶତକ ଥିଲା । ଆଇପିଏଲ ଇତିହାସରେ 7 ହଜାର ରନ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ପ୍ରଥମ ଖେଳାଳି ଭାବେ ମଧ୍ୟ ସେ 6 ହଜାର ରନ ପୂରଣ କରିଥିଲେ ।

7 ହଜାର ରନ କ୍ଲବରେ ସାମିଲ ହେବାକୁ ମାତ୍ର 12 ରନ ଆବଶ୍ୟକ ଥିଲା । ମୋଟ 233 ଆଇପିଏଲ ମ୍ୟାଚରୁ କୋହଲିଙ୍କ ରନ 7043ରନରେ ପହଞ୍ଚିଛି । ଯେଉଁଥିରେ 5ଟି ଶତକ ଓ 50ଟି ଅର୍ଦ୍ଧଶତକ ରହିଛି । କୋହଲିଙ୍କ ପଛକୁ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହକାରୀଙ୍କ ମଧ୍ୟରେ ଶିଖର ଧାୱନ (6536), ଡେଭିଡ ୱାର୍ଣ୍ଣର (6189) ଓ ରୋହିତ ଶର୍ମା (6063) ରହିଛନ୍ତି ।

ଏହା ବି ପଢନ୍ତୁ...IPL 2023: IPLରେ ୬୦୦ ଚୌକା ମାରିଲେ ବିରାଟ, ୪୮ତମ ଅର୍ଦ୍ଧ ଶତକ ବି ହାସଲ କଲେ

ଏହା ବି ପଢନ୍ତୁ...IPL 2023 DC vs RCB: 7 ୱିକେଟରେ ଜିତିଲା ଦିଲ୍ଲୀ, ବାଙ୍ଗାଲୋରର ଶୋଚନୀୟ ପରାଜୟ

2008ରୁ ଆଇପିଏଲ ଆରମ୍ଭ ହୋଇଥିଲା । ବିରାଟ କୋହଲି ପ୍ରଥମରୁ ଆରସିବି ଫ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି । ପୂର୍ବରୁ ଚଳିତ ସିଜନରେ କୋହଲିଙ୍କ ନାମରେ ଆଉ ଏକ ରେକର୍ଡ ରହିଛି । ଆଇପିଏଲରେ 600 ଚୌକା ମାରିଥିବାର ରେକର୍ଡ ହାସଲ କରିଥିଲେ ବିରାଟ । ଏହା ସହ ଆଇପିଏଲର 50ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି କିଙ୍ଗ କୋହଲି । କୋହଲିଙ୍କ ଏହି ରେକର୍ଡ ପରେ ବି ଆରସିବି ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି । ବାଙ୍ଗାଲୋରକୁ 7ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବାଙ୍ଗାଲୋର ମୋଟ 10ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛି । 10 ପଏଣ୍ଟ ପାଇ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଗାମୀ ମୁକାବିଲାରେ ମଇ 14 ତାରିଖରେ ରାଜସ୍ଥାନକୁ ଭେଟିବ ।

Last Updated : May 7, 2023, 11:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.