ETV Bharat / sports

IPL 2023: ଆଜି କୋଲକାତା-ବାଙ୍ଗାଲୋର ଫାଇଟ, ଖାତା ଖୋଲିବା ଲକ୍ଷ୍ୟରେ KKR - କେକେଆର ବନାମ ଆରସିବି

ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସଂସ୍କରଣରେ ଆଜି ନବମ ମୁକାବିଲା ଖେଳାଯିବ । ଏଥିରେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

ଆଜି କୋଲକତା-ବାଙ୍ଗାଲୋର ଫାଇଟ
IPL 2023
author img

By

Published : Apr 6, 2023, 10:06 AM IST

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଆଇପିଏଲ 16 ତମ ସଂସ୍କରଣରେ ଆଜି ନବମ ମ୍ୟାଚ ଖେଳାଯିବ । ଏଥିରେ କୋଲତାତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ମ୍ୟାଚ । ଚଳିତ ସଂସ୍କରଣରେ ଆରସିବି ବିଜୟ ଖାତା ଖୋଲି ସାରିଛି । 5 ଥର ଆଇପିଏଲ ଚମ୍ପିଅନ ମୁମ୍ବାଇକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବାଙ୍ଗଲୋର । ଆଜି କୋଲକାତା ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଦଳ । ସେହିପରି ଘରୋଇ ମାଟିରେ ଆରସିବିକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି କେକେଆର ।

RCB: ପ୍ରଥମ ମୁକାବିଲାରେ ବାଙ୍ଗାଲୋର ମୁମ୍ବାଇକୁ 8 ୱିକେଟରେ ପରାସ୍ତ କରିଥିଲା । ଏହା ପରେ ଦଳର ମନୋବଳ ସୃଦୁଢ ରହିଛି । ଏଥିରେ ଫାଫ ଡୁପ୍ଲେସି ଓ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବାକ ମିଳିଥିଲା । କୋଲକାତା ବିପକ୍ଷରେ ମଧ୍ୟ ଦଳର ସମାନ ପ୍ରଦର୍ଶନ ରହିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । କୋହଲି ମୁମ୍ବାଇ ବିପକ୍ଷରେ 82 ରନ କରିଥିଲେ । ଫାଫ ଡୁପ୍ଲେସି 73 ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଫର୍ମକୁ ଫେରିଥିବା ବିରାଟ କୋଲକାତା ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ବାଙ୍ଗାଲୋରରେ ଆହତ ସମସ୍ୟା ରହିଛି ।

ଏମଆଇ ବିପକ୍ଷ ମ୍ୟାଚରେ ରିସ ଟପଲି ଆହତ ହୋଇଥିଲେ । ରଜତ ପଟିଦାର ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ ପଡିଛନ୍ତି । ଜୋସ ହାଜେଲଉଢ ଓ ୱାନିଣ୍ଡୁ ହସରଙ୍ଗା ଏଯାଏ ଦଳରେ ଯୋଗ ଦେଇ ନାହାନ୍ତି । ଆହତ ସମସ୍ୟା ଭିତରେ ଦଳ ପାଇଁ ଏକାଦଶ ଚୟନ ନେଇ ସମସ୍ୟା ହୋଇପାରେ । ସମସ୍ୟା ଭିତରେ ବି ଆଜି ଏକ ସନ୍ତୁଳିତ ଦଳକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଆରସିବି ।

KKR: କେକେଆର ପ୍ରଥମ ମୁକାବିଲାରେ ପଞ୍ଜାବ କିଙ୍ଗସଠୁ ପରାସ୍ତ ହୋଇଥିଲା । ଏବେ ବିଜୟ ସ୍ବାଦ ଚାଖିବାକୁ ବ୍ୟାକୁଳ ରହିଛି କୋଲକାତା । ଦଳରେ ମଧ୍ୟ ଆହତ ଓ ଅନୁପସ୍ଥିତି ସମସ୍ୟା ରହିଛି । ଅଲରାଉଣ୍ଡର ସାକିବ ଉଲ ହାସନ ଆଇପିଏଲରୁ ଓହରି ଯାଇଛନ୍ତି ଯାହା ଦଳର ଚିନ୍ତାର କାରଣ ହୋଇଛି । ତାଙ୍କ ସ୍ଥାନରେ ଜାସନ ରୟଙ୍କୁ 2.8 କୋଟି ଟଙ୍କାରେ କିଣିଛି ଦଳ । ଘରୋଇ ମାଟିରେ ଆରସିବିକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି କେକେଆର । କୋଲକାତାକୁ ଆଜିର ମୁକାବିଲା ଜିତିବାକୁ ହେଲେ ବିରାଟ କୋହଲି ଓ ଫାଫ ଡୁପ୍ଲେସିଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ବୋଲର । ରସଲେ ଓ ସୁନୀଲ ନାରାଏଲ ଯଥାକ୍ରମେ ସେମାନଙ୍କର 100 ଓ 150 ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ...TATA IPL 2023 PBKS vs RR: ପଞ୍ଜାବର ବିଜୟ ଧାରା ଜାରି, 5 ରନରେ ହାରିଲା ରାଜସ୍ଥାନ

ଏହା ବି ପଢନ୍ତୁ...IPL 2023: KKRକୁ ଝଟକା, ଆଇପିଏଲରୁ ଓହରିଲେ ସାକିବ

ଦୁଇ ଦଳ ମଧ୍ୟରେ ଗତ 5ଟି ମୁକାବିଲାରେ ଆରସିବି ପଲ୍ଲା ଭାରି ରହିଛି । 5ଟି ମ୍ୟାଚରୁ ଆରସିବି 3ଟି ଜିତିଥିବା ବେଳେ କୋଲକାତା 2ଟି ମୁକାବିଲା ଜିତିଛି । ଚଳିତ ଆଇରିଏଲ ସଂସ୍କରଣରେ ପ୍ରଥମଥର ଦୁଇ ଦଳ ପରସ୍ପରକୁ ଭେଟିବେ । ଇଡେନ ଗାର୍ଡେନ ଉଭୟ ପେସ ଓ ସ୍ପିନରଙ୍କୁ ସହାୟତା କରିବ । ଦ୍ବିତୀୟ ଭାଗରେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ ।

KKR ସାମ୍ଭାବ୍ୟ ଏକାଦଶ: ମନଦୀପ ସିଂହ, ରହମନୁଲ୍ଲା ଗୁରବାଜ, ଅନୁକୂଳ ରୟ, ଭେଙ୍କଟେଶ ଆୟର, ନିତିଶ ରାଣା, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ସାର୍ଦୁଳ ଠାକୁର, ଉମେଶ ଯାଦବ, ଟିମ ସାଉଦି ।

RCB ସାମ୍ଭାବ୍ୟ ଏକାଦଶ: ଫାଫ ଡୁ ପ୍ଲେସି, ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ମାଇକେଲ ବ୍ରେସୱେଲ, ଦିନେଶ କାର୍ତ୍ତିକ, ସାହବାଜ ଅହମ୍ମଦ, ହର୍ଷଲ ପଟେଲ, ଆକାଶ ଦୀପ, ଡେଭିଡ ୱିଲି, କରଣ ଶର୍ମା, ମହମ୍ମଦ ସିରାଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.