ETV Bharat / sports

IPL 2023: ଆଜି କୋହଲି-ରାହୁଲ ଫାଇଟ

author img

By

Published : May 1, 2023, 1:23 PM IST

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମୁକାବିଲା ହେବ । ପୂର୍ବ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ବାଙ୍ଗାଲୋର । ଅଧିକ ପଢନ୍ତୁ

IPL 2023
ଆଜି କୋହଲି-ରାହୁଲ ଫାଇଟ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇ ଆଗଉଛି ଆଇପିଏଲର ଚଳିତ ସଂସ୍କରଣ । ଆଜି ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସିଜନର 43ତମ ମ୍ୟାଚ ଖେଳାଯିବ । ଏଥିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବ ଲକ୍ଷ୍ନୌ । ନିଜ ମାଟିରେ ବାଙ୍ଗାଲୋରକୁ ପରାସ୍ତ କରି ସିଜନର ଷଷ୍ଠ ବିଜୟ ଲକ୍ଷ୍ୟରେ ରହିଛି ଲକ୍ଷ୍ନୌ । ଅନ୍ୟ ପଟେ ଲକ୍ଷ୍ନୌକୁ ତାର ଘରୋଇ ମାଟିରେ ମାତ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେବା ସ୍ବପ୍ନ ନେଇ ମଇଦାନକୁ ଓହ୍ଲାଇବ ବାଙ୍ଗାଲୋର ।

ଏହା ବି ପଢନ୍ତୁ...IPL 2023 MI vs RR: ଫିକା ପଡ଼ିଲା ଜୟସ୍ବାଲଙ୍କ ଧୂଆଁଧାର ଶତକ, ଡେଭିଡଙ୍କ ମାଡ଼ରେ ରାଜସ୍ଥାନ ବେହାଲ

RCB VS LSG: ଗତ ଏପ୍ରିଲ 10 ତାରିଖରେ ଚଳିତ ସିଜନରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ବାଙ୍ଗାଲୋର ବିଶାଳ ସ୍କୋର କରିଥିଲା ମାତ୍ର ପରାସ୍ତ ହୋଇଥିଲା । ଲକ୍ଷ୍ନୌ 1 ୱିକେଟରେ ରୋମାଞ୍ଚକ ବିଜୟ ହାସଲ କରିଥିଲା । ଆଜିର ମୁକାବିଲା ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରାୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ଏଯାବଦ 8ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଥିବାବେଳେ 4ଟିରେ ପରାସ୍ତ ହୋଇଛି । ଆଜିର ମୁକାବିଲା ଜିତିଲେ ଦଳ ନାମରେ ଆଉ ଏକ ବିଜୟ ଯୋଡି ହେବ । ଆରସିବି 8 ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଗତ ସିଜିନରେ ଦୁଇଦଳ ପରସ୍ପରକୁ 2 ଥର ଭେଟିଥିଲେ ଆରିସିବି ଅପରାଜେୟ ସାବ୍ୟସ୍ତ ହୋଇଥିଲା । ଶେଷ ମ୍ୟାଚରେ ଆରସିିବି କୋଲକାତାଠୁ ପରାସ୍ତ ହୋଇଥିଲା ।

ଏହା ବି ପଢନ୍ତୁ...Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସେପଟେ ଚଳିତ ସିଜନରେ ବାଙ୍ଗାଲୋର ବିପକ୍ଷରେ ଅପରାଜୟ ରହିବାକୁ ପ୍ରସ୍ତୁତି ଜୋରଦାର କରିଛି ଲକ୍ଷୌ । ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସକୁ 56ରନରେ ପରାସ୍ତ କରି ଦୃଢ ମନୋବଳରେ ରହିଛି ଦଳ । ଏଯାବତ ଦଳ 8ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ବିଜୟ ପାଇଁ ଦୁଇ ଦଳ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ।

RCB ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି(ଅଧିନାୟକ), ଫାଫ୍‌ ଡୁ ପ୍ଲେସିସ୍‌, ମହିପାଲ ଲୋମରର, ଗ୍ଲେନ୍‌ ମ୍ୟାକ୍ସୱେଲ, ସୂୟଶ ପ୍ରଭୁଦେଶାଇ, ସାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି, ମହମ୍ମଦ ସିରାଜ ।

LSG ସମ୍ଭାବ୍ୟ ଏକାଦଶ: କେ ଏଲ ରାହୁଲ(ଅଧିନାୟକ), କାୟଲ ମାୟର୍ସ, ଦୀପକ ହୁଡା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ମାର୍କସ ଷ୍ଟଇନିସ, ଆୟୁଷ ବାଦୋନୀ, କେ ଗୋଥମ, ରବି ବିଷ୍ଣୋଇ, ଆଭେଷ ଖାନ, ମାର୍କ ଉଡ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.