ETV Bharat / sports

IPL 2023: ଆଜି RCB-SRH ମୁକାବିଲା, ବାଙ୍ଗାଲୋର ବାଟ ଓଗାଳିବ ହାଇଦ୍ରାବାଦ

author img

By

Published : May 18, 2023, 12:58 PM IST

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ବାଙ୍ଗାଲୋର ବନାମ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ରହିଛି । ଅଧିକ ପଢନ୍ତୁ

bangalore vs hyderabad
ଆଜି RCB-SRH ମୁକାବିଲା

ନୂଆଦିଲ୍ଲୀ: ଚଳିତ ଆଇପିଏଲ 16ତମ ସଂକରଣରେ ଆଜି (ଗୁରୁବାର) 65ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡରେ ଖେଳିବ ହାଇଦ୍ରାବାଦ । ପ୍ଲେ ଅଫ ଦୌଡରୁ ହାଇଦ୍ରାବାଦ ବାଦ ପଡି ସାରିଛି । ଏହି ମ୍ୟାଚ ଯଦିଓ ଦଳ ପାଇଁ ଗୁରୁତ୍ବବହନ କରୁନାହିଁ ମାତ୍ର ବାଙ୍ଗାଲୋର ବାଟ ଓଗାଳିବାକୁ ଦଳ ଚେଷ୍ଟା କରିବ । ଆରସିବି ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଥିବା ବେଳେ ସମ୍ମାନ ପାଇଁ ଖେଳିବ ହାଇଦ୍ରାବାଦ ।

RCB VS SRH: ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ବାଙ୍ଗାଲୋରକୁ ତାର ଶେଷ ଦୁଇଟି ମ୍ୟାଚ ଜିତିବାକୁ ହେବ । ଆରସିବି ଆଜି ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ସବୁ ଶକ୍ତି ଖଟାଇବ । ବାଙ୍ଗାଲୋର ଏଯାବତ ମୋଟ 12ଟି ମ୍ୟାଚରୁ 6ଟି ଜିତି ପଏଣ୍ଟ ଟେବୁଲ ପଞ୍ଚମ ସ୍ଥାନରେ ରହିଛି । ହାଇଦ୍ରାବାଦ ଏଯାବଦ 12ଟି ମ୍ୟାଚରୁ 4ଟି ଜିତି ଟେବୁଲ ଶେଷରେ ରହିିଛି । ଦଳ ପାଇଁ ଆଜିର ମ୍ୟାଚ କିଛି ପ୍ରଭାବ ପକାଇବ ନାହିଁ ସତ ହେଲେ ବାଙ୍ଗାଲୋରକୁ ବାଟ ନଛାଡିବାକୁ ଦଳ ପ୍ରୟାସ କରିବ । ଏହା ପୂର୍ବରୁ ଦୁଇ ଦଳ 22ଥର ପରସ୍ପରକୁ ଭେଟିଛନ୍ତି । ଯେଉଁଥିରେ ହାଇଦ୍ରାବାଦ 12 ଓ ଆରସିବି 9ଟି ମ୍ୟାଚ ଜିତିଛି । ଗତ ସିଜନରେ ଦୁଇଦଳ ମଧ୍ୟରେ 2 ଥର ଭେଟ ହୋଇଥିଲା । ଏଥିରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିିତଥିଲେ । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ 7ଟି ମ୍ୟାଚ ଖେଳାଯାଇଛି ଯେଉଁଥିରେ ସନରାଇଜର୍ସ 6ଟି ମ୍ୟାଚ ଜିତିଛି । ବାଙ୍ଗାଲୋର ବିପକ୍ଷରେ ହାଇଦ୍ରାବାଦର ପଲ୍ଲା ଭାରି ରହିଛି ।

ଏହା ବି ପଢନ୍ତୁ...IPL 2023: ଏକା ଲଢିଲେ ଲିଭିଙ୍ଗଷ୍ଟୋନ, ତଥାପି ହାରିଲା ପଞ୍ଜାବ

ଏହା ବି ପଢନ୍ତୁ...IPL 2023 PBKS vs DC: ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ହାରିଲା ପଞ୍ଜାବ, 15 ରନରେ ଦିଲ୍ଲୀ ବିଜୟୀ

RCB ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି, ଫାଫ୍‌ ଡୁ ପ୍ଲେସିସ୍‌(ଅଧିନାୟକ), ମହିପାଲ ଲୋମରର, ଗ୍ଲେନ୍‌ ମ୍ୟାକ୍ସୱେଲ, ଦିନେଶ କାର୍ତ୍ତିକ, ଅନୁଜ ରାୱତ, ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, କରଣ ଶର୍ମା, ଜୋସ ବାଜେଲଉଡ, ମହମ୍ମଦ ସିରାଜ ।

SRH ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ (ଅଧିନାୟକ), ହ୍ୟାରୀ ବ୍ରୁକ/ଗ୍ଲେନ ଫିଲିପ୍ସ, ହେନରିକ କ୍ଲାସେନ, ଅବଦୁଲ ସମଦ, ମାର୍କୋ ଜାନସେନ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡେ, ଉମ୍ରାନ ମଲିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.