ETV Bharat / sports

IPL 2023: ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା, ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇଦଳ

author img

By

Published : Apr 18, 2023, 10:15 AM IST

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି 25ତମ ମ୍ୟାଚ ଖେଳାଯିବ । ଏଥିରେ 5 ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ

IPL 2023
mumbai indians vs sunrisers hyderabad

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଚଳିତ ସଂସ୍କରଣରେ ଆଜି 25ତମ ମୁକାବିଲା ଖେଳାଯିବ । ଏଥିରେ ଆଇପିଏଲର ସଫଳ ଦଳ ତଥା 5ଥର ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭୋଟିବ ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦରେ ଖେଳାଯିବ ମ୍ୟାଚ । ହାଇଦ୍ରାବାଦକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ସେହପରି ଘରୋଇ ମାଟିରେ ମୁମ୍ବାଇକୁ ମାତ ଦେଇ ତୃତୀୟ ବିଜୟ ଲକ୍ଷ୍ୟ ସହ ମଇଦାନକୁ ଓହ୍ଲାଇବ ଆଡେନ ମାରକ୍ରମଙ୍କ ହାଇଦ୍ରାବାଦ ।

ଏହା ବି ପଢନ୍ତୁ...IPL 2023 RCB vs CSK: ଚିନ୍ନାସ୍ବାମୀରେ ରନ ବର୍ଷା, ସଙ୍ଘର୍ଷ କରି ହାରିଲା RCB

MI VS SRH: ଉଭୟ ଦଳ 2ଟି ଲେଖାଏଁ ମ୍ୟାଚ ଖେଳିବା ପରେ ବିଜୟ ଖାତା ଖୋଲିଥିଲେ । ଦୁଇ ଦଳ 4ଟି ଲେଖାଏଁ ମ୍ୟାଚ ଖେଳି 2ଟି ଲେଖାଏଁରେ ବିଜୟ ହାସଲ କରିଛନ୍ତି । ସମାନ 4 ପଏଣ୍ଟ ପାଇ ମୁମ୍ବାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ନବମ ସ୍ଥାନରେ ରହିଛି । ଏହି ମ୍ୟାଚ୍‌ରେ ଦୁଇଦଳ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ଏହି ମ୍ୟାଚରେ କିଏ ବାଜି ମାରିବ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ଦୁଇ ଦଳ ମଧ୍ୟରେ ଏକ କଡା ମୁକାବିଲା ହେବ । ଉଭୟ ଦଳ ପରସ୍ପରକୁ 19 ଥର ଭେଟିଛନ୍ତି । ମୁମ୍ବାଇ 10ଟି ଜିତିଥିବାବେଳେ ହାଇଦ୍ରାବାଦ 9ଟି ମ୍ୟାଚ ଜିତିଛି । ରେକର୍ଡ ଦେଖିଲେ ମୁମ୍ବାଇ ପଲ୍ଲା ଭାରି ରହିଛି ।

ଆଜି ହ୍ୟାରୀ ବ୍ରୁକଙ୍କ ଉପରେ ନଜର ରହିବ । କୋଲକାତା ବିପକ୍ଷରେ ହ୍ୟାରୀ ବ୍ରୁକଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେ ଶତକ ହାସଲ କରିଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ସେହିପରି ଆଜି ଦୁଇ ଯମଜ ଭାଇଙ୍କ ମଧ୍ୟରେ ଲଢେଇ ହେବ । ମୁମ୍ବାଇର ଡୁଆନ ଜାନସେନ ଓ ହାଇଦ୍ରାବାଦର ମାର୍କୋ ଜାନସେନଙ୍କ ମଧ୍ୟରେ ଫାଇଟ ହେବ । ହ୍ୟାରୀ ବ୍ରୁକଙ୍କୁ ଅଟକାଇବାକୁ ହେଲେ ଚାୱାଲଙ୍କ ଅସ୍ତ୍ର ଭାବରେ ବ୍ୟବହାର କରିବ ମୁମ୍ବାଇ ଇଣ୍ଡିଆନ୍ସ । ଉମ୍ରାନ ମଲିକ ମୁମ୍ବାଇ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଏହା ବି ପଢନ୍ତୁ...IPL 2023: କ୍ରମାଗତ ପରାଜୟ ପରେ ଦିଲ୍ଲୀ ଉପରେ ଖପ୍ପା ସେହୱାଗ, ପ୍ରଦର୍ଶନ ପାଇଁ କୋଚ୍‌ଙ୍କୁ କଲେ ଦାୟୀ

MI ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କାମେରନ ଗ୍ରୀନ, ନେହାଲ ୱାଧେରା, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।

SRH ସମ୍ଭାବ୍ୟ ଏକାଦଶ: ମୟଙ୍କ ଅଗ୍ରୱାଲ, ହ୍ୟାରୀ ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ଅଭିଷେକ ଶର୍ମା, ହେନରିକ କ୍ବାସେନ, ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ବର କୁମାର, ଉମ୍‌ରାନ୍‌ ମଲିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.