ETV Bharat / sports

IPL 2023: ଆଜି ରୋହିତ-ପାଣ୍ଡ୍ୟା ଲଢେଇ, ଜାଣନ୍ତୁ କେତେ ଗୁରୁତ୍ୱପୂର୍ଣ୍ଣ ଏହି ମ୍ୟାଚ୍

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଗୁଜୁରାଟ ଓ ମୁମ୍ବାଇ। ଓ୍ବାଙ୍ଖଡେ ଷ୍ଟାଡିମରେ ଖେଳାଯିବ ମ୍ୟାଚ। ଅଧିକ ପଢନ୍ତୁ

author img

By

Published : May 12, 2023, 3:40 PM IST

Etv Bharat
Etv Bharat

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଆଜି 57 ତମ ମ୍ୟାଚ ଖେଳାଯିବ। ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିମରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଗ୍ରାଉଣ୍ଡରେ ଗୁଜୁରାଟକୁ ହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ରୋହିତ ବାହିନୀ। ଅନ୍ୟପଟେ ନିଜର ବିଜୟ ଧାରା ଜାରି ରଖିବାକୁ ଜୋରଦାର ଉଦ୍ୟମ କରିବ ପାଣ୍ଡ୍ୟାଙ୍କ ଟିମ। ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ହେବାକୁ ଥିବା ବେଳେ ମୁମ୍ବାଇର ମନୋବଳ ଦୃଢ ରହିଛି।

ଏହା ମଧ୍ୟ ପଢନ୍ତୁ-IPLରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଯଶସ୍ବୀ, 13 ବଲରେ କଲେ 50 ରନ

ବର୍ତ୍ତମାନ ଗୁଜୁରାଟ ମୋଟ 11ଟି ମ୍ୟାଚ ଖେଳି 8ଟିରେ ବିଜୟୀ ହୋଇଛି। ମୋଟ 16 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଗୁଜୁରାଟ। ଯାହା ପ୍ଲେ ଅଫରେ ସ୍ଥାନ ପକ୍କା କରିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ମୋଟ 11ଟି ମ୍ୟାଚ ଖେଳି 6ଟିରେ ବିଜୟୀ ହୋଇଛି। ମୋଟ 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ମୁମ୍ବାଇ। ଆଜିର ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବ ମୁମ୍ବାଇ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ଚହଲଙ୍କ ରେକର୍ଡ, ବ୍ରାଭୋଙ୍କୁ ପଛରେ ପକାଇ ହେଲେ ନଂ 1 ବୋଲର

ଏହାପୂର୍ବରୁ ଗତ 25 ତାରିଖରେ ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇକୁ ପରାସ୍ତ କରିଥିଲା ଗୁଜୁରାଟ। ତେଣୁ ପୂର୍ବ ପରାଜୟକୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ମୁମ୍ବାଇ। ପୂର୍ବ ଅପେକ୍ଷା ମୁମ୍ବାଇ ଉଭୟ ବ୍ୟାଟିଂ ଓ ବୋଲିଂରେ ସୁଧାର ଆଣିଛି। ଅନ୍ୟପଟେ ଗୁଜୁରାଟ ଟାଇଟନ୍ସର ବୋଲିଂ ଓ ବ୍ୟାଟିଂ ବିଭାଗ ଖୁବ ସୁଦୃଢ ରହିଛି। କ୍ରମାଗତ ନିଜର ଅଲରାଉଣ୍ଡର ପ୍ରଦର୍ଶନ ଜାରି ରଖିଛନ୍ତି ଗୁଜୁରାଟ ଖେଳାଳି। ତେଣୁ ଗୁଜୁରାଟର ରଣନୀତି ସାମ୍ନା କରିବାକୁ ମୁମ୍ବାଇ ପାଇଁ କଷ୍ଟକର ହୋଇପାରେ। ଗୁଜୁରାଟକୁ ହରାଇବାକୁ ହେଲେ ଆଜି ମୁମ୍ବାଇକୁ ପୁରା ରଣନୀତି ସହ ପଡିଆକୁ ଓହ୍ଳାଇବାକୁ ପଡିବ। ଆଜିର ମ୍ୟାଚ ବେଶ ରୋମାଞ୍ଚଙ୍କର ରହିବ। ଏହି ଦଳ ମଧ୍ୟରେ ଲଢେଇ ଦେବାକୁ ଦର୍ଶକ ମଧ୍ୟ ବେଶ ଉତ୍ସାହିତ। ସନ୍ଧ୍ୟା ସମୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିମରେ ଏହି ମ୍ୟାଚ ଖେଳାଯିବ।

ଗୁରୁବାର ଆଇପିଏଲର 56ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ କୋଲକାତାକୁ 9 ଓ୍ବି୍କେଟରେ ହରାଇ ବିଜୟୀ ହୋଇଥିଲା ରାଜସ୍ଥାନ। ତେବେ ଆଜିର ମ୍ୟାଚ ଗୁଜୁରାଟ ବିଜୟୀ ହେଲେ ଟପ୍-2 ଟିମ୍ ଚେନ୍ନାଇ ଓ ଗୁଜୁରାଟ ଏକ ପ୍ରକାର ସ୍ଥାନ ପକ୍କା କରିବେ । ଏପଟେ ଆଜିର ମ୍ୟାଚରେ ମଧ୍ୟ ଗୁଜୁରାଟ ବିଜୟୀ ହେଲେ ମୁମ୍ବାଇକୁ ଛାଡିଦେଲେ ବାକି ସମସ୍ତ ଟିମ୍ ପାଇଁ ଫାଇଦା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.