ETV Bharat / sports

IPL 2023: ଆଜି ଡବଲହେଡରରେ DC-PBKS ଓ SRH-LSG ମୁକାବିଲା

author img

By

Published : May 13, 2023, 1:36 PM IST

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଡବଲହେଡର ମ୍ୟାଚ ରହିଛି । ଦିଲ୍ଲୀ ବନାମ ପଞ୍ଜାବ ଓ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

IPL 2023
DC-PBKS ଓ SRH-LSG ମୁକାବିଲା

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ଡବଲହେଡର ମ୍ୟାଚ ରହିଛି । ଆଜି 58 ଓ 59ତମ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଦେବାକୁ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ । ହାଇଦ୍ରାବାଦ ଓ ଦିଲ୍ଲୀ ସେମାନଙ୍କ ପ୍ରତିନ୍ଦନ୍ଦ୍ବୀ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ଖେଳିବେ ।

SRHVSLSG: 58ତମ ମ୍ୟାଚରେ ହାଇଦ୍ରାବାଦ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯିବ । ଲକ୍ଷ୍ନୌ 11ପଏଣ୍ଟ ସହ ଟେବୁଲ ପଞ୍ଚମ ସ୍ଥାନରେ ରହିଛି । ଆଜି ହାଇଦ୍ରାବାଦକୁ ତାର ଘରୋଇ ମଇଦାନରେ ହରାଇ ବାଜି ମାରିବା ଲକ୍ଷ୍ୟରେ ରହିଛି । କେଏଲ ରାହୁଲ ଆହତ ହୋଇ ଆଇପିଏଲରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ କୃନାଳ ପାଣ୍ଡ୍ୟା ଦଳର କମାଣ ସମ୍ଭାଳିଛନ୍ତି । କୃନାଲଙ୍କ ନେତୃତ୍ବରେ ଦଳ ଚଳିତ ସିଜନରେ ଷଷ୍ଠ ବିଜୟ ଲକ୍ଷ୍ୟରେ ରହିଛି । ହାଇଦ୍ରାବାଦ 10ଟି ମ୍ୟାଚରୁ 4ଟିରେ ବିଜୟୀ ହେଇ ଟେବୁଲ ନବମ ସ୍ଥାନରେ ରହିଛି । ସନରାଇଜର୍ସ ପାଇଁ ଆଜିର 'ମ୍ୟାଚ କର ବା ମର' ସଦୃଶ ହୋଇଛି । ଲକ୍ଷ୍ନୌକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ସନରାଇଜର୍ସ ।

DCvsPBKS: 59ତମ ମ୍ୟାଚରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ ସ୍ବପ୍ନ ନେଇ ମୈଦାନକୁ ଓହ୍ଲାଇବ ଦିଲ୍ଲୀ । ଚଳିତ ସିଜନରେ ଦିଲ୍ଲୀ ମୋଟ 11ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରି ଟେବଲ ଶେଷରେ ରହିଛି । ପଞ୍ଜାବ 11ଟି ମ୍ୟାଚରୁ 5ଟି ଜିତି ଟେବୁଲ ଅଷ୍ଟମ ସ୍ଥାନରେ ରହିଛି । ଉଭୟ ଦଲ ପାଇଁ ବିଜୟ ଜରୁରୀ ହୋଇଛି । ଦୁଇ ଦଳ ମଧ୍ୟରେ ଏକ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ 5 ମ୍ୟାଚରେ କ୍ୟାପିଟାଲ୍ସ 4ଟି ଜିତିଛି ତେଣୁ ଦିଲ୍ଲୀପ ପଲ୍ଲା ଭାରି ରହିଛି । ଦିଲ୍ଲୀ ଚଳିତ ସିଜନରେ ଫର୍ମ ନାହିଁ । ମିଚେଲ ମାର୍ଶ ଓ ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ କେହି ଖେଳାଳି ଫର୍ମରେ ନାହାନ୍ତି । ଦିଲ୍ଲୀ ଅପେକ୍ଷା ପଞ୍ଜାବ ଭଲ ସ୍ଥିତିରେ ରହିଛି । ପଞ୍ଜାବ କିଙ୍ଗସ ତା ଏକାଦଶରେ ପରିବର୍ତ୍ତନ କରିପାରେ । ଦଳରେ ଆହତ ସମସ୍ୟା ରହିଛି । ଉପଅଧିନାୟକ କୁରାନଙ୍କ ସ୍ଥାନରେ ରାବାଡାଙ୍କୁ ସୁଯୋଗ ମିଲିପାରେ ।

ଏହା ବି ପଢନ୍ତୁ...IPL 2023 MI vs GT: ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଶତକ, 27 ରନରେ ଜିତିଲା ମୁମ୍ବାଇ

ଏହା ବି ପଢନ୍ତୁ...IPLରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଯଶସ୍ବୀ, 13 ବଲରେ କଲେ 50 ରନ

SRH ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ (ଅଧିନାୟକ), ହ୍ୟାରୀ ବ୍ରୁକ/ଗ୍ଲେନ ଫିଲିପ୍ସ, ହେନରିକ କ୍ଲାସେନ, ଅବଦୁଲ ସମଦ, ମାର୍କୋ ଜାନସେନ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡେ, ଉମ୍ରାନ ମଲିକ ।

LSG ସମ୍ଭାବ୍ୟ ଏକାଦଶ: କେଲି ମେୟର୍ସ, କ୍ବିଣ୍ଟନ ଡି କକ୍, କରୁଣ ନାଏର, କୃନାଳ ପାଣ୍ଡ୍ୟା (ଅଧିନାୟକ), ମାର୍କସ ଷ୍ଟଇନିସ, ନିକୋଲାସ ପୂରନ, ଆୟୁଷ ବଦୋନି, କେ ଗୋଥାମ, ଅମିତ ମିଶ୍ରା, ରବି ବିଷ୍ଣୋଇ, ଆଭେଶ ଖାନ ।

DC ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଫିଲ ସଲ୍ଟ, ମିଚେଲ ମାର୍ଶ, ରାଇଲି ରସୋ, ଲଳିତ ଯାଦବ, ରିପଲ ପଟେଲ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଲଳିତ ଯାଦବ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା ।

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ (ଅଧିନାୟକ), ଭାନୁକା ରଜାପକ୍କା, ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଶାହରୁଖ ଖାନ, ହରପ୍ରୀତ ବ୍ରାର,ରିଶି ଧାୱନ, ସାମ କୁରାନ/କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.