ETV Bharat / sports

IPL 2023: ଆଜି ୱାର୍ଣ୍ଣର-ରୋହିତ ଲଢେଇ, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇ ଦଳ

author img

By

Published : Apr 11, 2023, 10:06 AM IST

ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ ସଂସ୍କରଣରେ ଆଜି 16ତମ ମୁକାବିଲା ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

delhi capitals vs mumbai indians
IPL 2023

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଏଯାବତ 15ଟି ମୁକାବିଲା ଖେଳା ସରିଛି । ଆଜି 16ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ଚଳିତ ସିଜନରେ ବିଜୟ ସ୍ବାଦ ଚାଖିବାକୁ ଅନାଇ ବସିଛନ୍ତି । ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଆଜି ମଇଦାନକୁ ଓହ୍ଲାଇବେ ଦୁଇ ଦଳ । ଘରୋଇ ଗ୍ରାଉଣ୍ଡରେ ଏହା ଦିଲ୍ଲୀର ଦ୍ବିତୀୟ ମୁକାବିଲା ।

DC VS MI: ଚଳିତ ଆଇପିଏଲ ସଂସ୍କରଣରେ ଦିଲ୍ଲୀ ଓ ମୁମ୍ବାଇ ବିଜୟ ଖାତା ଖୋଲିନାହାନ୍ତି । ଦିଲ୍ଲୀ 3ଟି ମ୍ୟାଚ ଖେଳିଥିବା ବେଳେ ମୁମ୍ବାଇ 2ଟି ମ୍ୟାଚ ଖେଳିଛି । ହେଲେ ଦୁଇ ଦଳ ପାଇଁ ବିଜୟ ସ୍ବପ୍ନ ହୋଇଛି । ଦିଲ୍ଲୀ ପଏଣ୍ଟ ଟେବୁଲ ଶେଷରେ ରହିଥିବାବେଳେ ମୁମ୍ବାଇ ଶେଷ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବ ସିଜନରେ ମଧ୍ୟ ମୁମ୍ବାଇର ନିରାଶାଜନକ ପ୍ରଦର୍ଶନ ରହିଥିଲା । ଏଥର ମଧ୍ୟ ମୁମ୍ବାଇର ପ୍ରଦର୍ଶନ ଭଲ ନାହିଁ । ଲଗାତାର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ମୁକାବିଲାରେ ଆରସିବି ଓ ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ନିକଟରୁ ପରାସ୍ତ ହୋଇଥିଲା । ଆଜିର ମୁକାବିଲାରେ ଦିଲ୍ଲୀକୁ ହରାଇ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ମୁମ୍ବାଇ । ମୁମ୍ବାଇର ବୋଲିଂ ବିଭାଗ ଦୁର୍ବଳ ରହିଛି । ଏହାବାଦ ଆହତ ସମସ୍ୟା ଓ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ବିଜୟ ଖାତା ଖୋଲିବାକୁ ହେଲେ ଉତ୍ତମ ରଣନୀତି ସହ ଉଭୟ ବିଭାଗରେ MIକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ଏହା ବି ପଢନ୍ତୁ...IPL 2023: ଘରୋଇ ଗ୍ରାଉଣ୍ଡରେ ବାଙ୍ଗାଲୋରକୁ ହରାଇଲା ଲକ୍ଷ୍ନୌ, ଦେଖନ୍ତୁ କ୍ୟାମେରାରେ କଏଦ ମ୍ୟାଚର ଦୃଶ୍ୟ

ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ଦିଲ୍ଲୀ ମଧ୍ୟ ଚଳିତ ସଂସ୍କରଣରେ ଖାତା ଖୋଲି ପାରି ନାହିଁ । ଦଳ 3ଟି ମ୍ୟାଚ୍‌ ଖେଳି ବିଜୟ ଖାତା ଖୋଲିବାରେ ବିଫଳ ହୋଇଛି । ଏମଆଇ ପରି ଦିଲ୍ଲୀରେ ମଧ୍ୟରେ ଆହତ ସମସ୍ୟା ଓ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆଜି ବିଜୟ ଖାତା ଖୋଲିବାକୁ ଦେଲେ ଦିଲ୍ଲୀକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଦିଲ୍ଲୀ ଖେଳାଳି ମିଚେଲ ମାର୍ଶ ବିବାହ ପାଇଁ ସ୍ବଦେଶ ଫେରିଛନ୍ତି । ପେସ ବୋଲର ଖଲିଲ ଅହମ୍ମଦ ଆହତ ହୋଇଛନ୍ତି । ପୃଥ୍ବୀ ଶ' ଓ ସର୍ଫରାଜ ଫର୍ମରେ ନାହାନ୍ତି ଫଳରେ ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଛି । ଆଜି ଦଳକୁ ସମସ୍ତ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବାକୁ ହେବ ତେବେ ଯାଇ ବିଜୟ ସହଜ ହେବ ।

ଏହା ବି ପଢନ୍ତୁ...IPL 2023 RCB vs LSG: ବିଶାଳ ସ୍କୋର ସତ୍ତ୍ବେ ହାରିଲା ଆରସିବି, ଲକ୍ଷ୍ନୌର ରୋମାଞ୍ଚକ ବିଜୟ

DC ସାମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', ମନୀଷ ପାଣ୍ଡେ, ରାଇଲି ରସୋ, ରୋଭମାନ ପାୱେଲ, ଲଳିତ ଯାଦବ, ଅକ୍ଷର ପଟେଲ, ଅଭିଷେତ ପୋରେଲ, ଚେତନ ସକରିୟା, କୁଲଦୀପ ଯାଦବ, ଆନରିକ ନର୍ଜ ।

MI ସାମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଇଶାନ କିଷନ, କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟ୍ରିଷ୍ଟନ ଷ୍ଟଚ୍‌, ଟିମ୍‌ ସାଉଦି, ହ୍ରିତିକ ସୋକିନ, ପିୟୂଷ ଚାୱାଲା, ଜାସନ ବେହରନଡର୍ଫ, ସନ୍ଦିପ ୱାରିୟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.