ETV Bharat / sports

IPL 2023: ଆଜି ଡବଲହେଡରରେ CSK-PBKS ଓ RR-MI ଫାଇଟ

author img

By

Published : Apr 30, 2023, 10:09 AM IST

ଇଣ୍ଡିଆମ ପ୍ରିମିୟର ଲିଗରେ ଆଜି ଡବଲହେଡର ମୁକାବିଲା ରହିଛି । ପ୍ରଥମଟି ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳା ଯିବାକୁ ଥିବାବେଳେ ଦ୍ବିତୀୟଟି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

IPL 2023
ଆଜି ଡବଲହେଡରରେ CSK-PBKS ଓ RR-MI ଫାଇଟ

ନୂଆଦିଲ୍ଲୀ: ସନଣ୍ଡେକୁ ଭରପୁର ଭପଭୋଗ କରିବେ କ୍ରିକେଟପ୍ରେମୀ । ସୁପର ସନଣ୍ଡେରେ ଆଜି ସୁପର ଫାଇଟ । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ଦୁଇଟି ମୁକାବିଲା ରହିଛି । ଇଣ୍ଡିଆନ ପ୍ରିମିୟର ଲିଗର 41ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବାବେଳେ 42ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇ ଓ ପଞ୍ଜାବ ମ୍ୟାଚ ଆଇପିଏଲ ଇତିହାସରେ 999ତମ ମୁକାବିଲା ହେବାକୁ ଥିବାବେଳେ ରାଜସ୍ଥାନ ଓ ମୁମ୍ବାଇ ମ୍ୟାଚ 1000ତମ ମ୍ୟାଚ ହେବ ।

CSK VS PBKS: ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚେନ୍ନାଇ ତାର ପୂର୍ବ ମ୍ୟାଚରେ ରାଜସ୍ଥାନଠୁ ପରାସ୍ତ ହୋଇଥିଲା । ପଞ୍ଜାବ ତାର ଶେଷ ମୁକାବିଲାରେ ଲକ୍ଷ୍ନୌଠୁ ପରାସ୍ତ ହୋଇଥିବା । ଉଭୟ ଦଳ କମବ୍ୟାକ ଲକ୍ଷ୍ୟରେ ରହିଛନ୍ତି । ଚେନ୍ନାଇ ମୋଟ 8ଟି ମ୍ୟାଚ ଖେଳି 5ଟି ଜିତି ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ପଞ୍ଜାବ 8ଟିରୁ 4ଟିରେ ବିଜୟ ହାସଲ କରି ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଆଜି ଉଭୟ ଦଳ ବିଜୟ ସ୍ବପ୍ନ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ଗତ 15 ବର୍ଷ ମଧ୍ୟରେ ଉଭୟ ଦଳ ପରସ୍ପରକୁ 27ଥର ଭେଟିଛନ୍ତି । ଏଥିରେ ଚେନ୍ନାଇ ସୁପର କିଙ୍ଗସ 15ଟି ଓ ପଞ୍ଜାବ କିଙ୍ଗସ 12ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ପୂର୍ବ ସିଜନରେ ପଞ୍ଜାବ କିଙ୍ଗସ ସୁପର କିଙ୍ଗସକୁ 2ଟି ମ୍ୟାଚରେ ପରାସ୍ତ କରିଥିଲା । ଆଜି ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ତେବେ ଘରୋଇ ଚିପକ ଷ୍ଟାଡିୟମରେ ଚେନ୍ନାଇ ଚମକକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

RR VS MI: ଆଇପିଏଲରେ ସବୁଠି ସଫଳ ଦଳ ତଥା 5ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । 5ଥର ଚମ୍ପିଆନ ମୁମ୍ବାଇର ଗତ ବର୍ଷ ପରି ଏ ବର୍ଷ ମଧ୍ୟ ନୈରାଶଜନକ ପ୍ରଦର୍ଶନ ରହିଛି । ରାଜସ୍ଥାନ ଭଲ ଫର୍ମରେ ରହିଛି । ରାଜସ୍ଥାନ 8ଟି ମ୍ୟାଚ ଖେଳି 5ଟି ମ୍ୟାଚ ଜିତି ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ମୁ୍ମ୍ବାଇ 7ଟି ମ୍ୟାଚ ଖେଳି ମାତ୍ର 3ଟିରେ ବିଜୟ ହାସଲ କରି ନବମ ସ୍ଥାନରେ ରହିଛି । ପୂର୍ବ ରେକର୍ଡ ଅନୁସାରେ ମୁମ୍ବାଇ ପଲ୍ଲା ଭାରି ଥିଲେ ସୁଦ୍ଧା ରାଜସ୍ଥାନର ଯେଉଁଭଳି ଚମକପ୍ରଦ ପ୍ରଦର୍ଶନ ରହିଛି ମ୍ୟାଚକୁ ନେଇ କିଛି ଅନୁମାନ କରି ହେବ ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା 27ଟି ମୁକାବିଲାରେ ମୁମ୍ବାଇ 14 ଓ ରାଜସ୍ଥାନ 13ଟି ମ୍ୟାଚ ଜିତିଛି । ଗତ ସିଜନରେ ଦୁଇଦଳ ପରସ୍ପରକୁ ଦୁଇଥର ଭେଟିଥିଲେ । ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ରାଜସ୍ଥାନ ଓ ମୁମ୍ବାଇର ଏହି ମ୍ୟାଚ ଆଇପିଏଲ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିବ । 2008ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏହା 1000ତମ ମ୍ୟାଚ ହେବାକୁ ଯାଉଛି ।

ଏହା ବି ପଢନ୍ତୁ...Wrestlers Protest: ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା-କେଜ୍ରିୱାଲ

ଏହା ବି ପଢନ୍ତୁ...IPL 2023 DC vs SRH: ଘରୋଇ ମୈଦାନରେ ହାରିଲା ଦିଲ୍ଲୀ, 9 ରନରେ ଜିତିଲା ହାଇଦ୍ରାବାଦ

CSK ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ, ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମଥିଶା ପତିରଣା/ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା, ଆକାଶ ସିଂହ ।

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ, ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ଲାଏମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଭିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।

RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର/ଜୋ ରୁଟ, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ଦେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ଜାସନ ହୋଲ୍ଡର ।

MI ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କ୍ୟାମେରନ ଗ୍ରୀନ, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.