ETV Bharat / sports

IPL 2023: ଆଜି ଚେନ୍ନାଇ-ରାଜସ୍ଥାନ ଲଢେଇ, ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ CSK

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି 37ତମ ମୁକାବିଲା ଖେଳାଯିବ । ଏଥିରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ସୁପର କିଙ୍ଗସକୁ ଭେଟିବ ରୟାଲ୍ସ । ଅଧିକ ପଢନ୍ତୁ

author img

By

Published : Apr 27, 2023, 12:23 PM IST

IPL 2023
ଆଜି ଚେନ୍ନାଇ-ରାଜସ୍ଥାନ ମୁକାବିଲା

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଗୋଟିଏ ପରେ ଗୋଟିଏ ମ୍ୟାଚ ସରୁଛି ରୋମାଞ୍ଚ ବଢୁଛି । ଏହାରି ଭିତରେ 36ଟି ମ୍ୟାଚ ସରିଛି । ଆଜି 37ତମ ମୁକାବିଲା ଖେଳାଯିବ । ଏଥିରେ ଟେବୁଲ ଟପର ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଘରୋଇ ମଇଦାନରେ ସୁପର କିଙ୍ଗସକୁ ଭେଟିବ ରୟାଲ୍ସ । ରାଜସ୍ଥାନକୁ ତାର ଘରୋଇ ମାଟିରେ ପରାସ୍ତ କରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ । ସେହିପରି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଚେନ୍ନାଇ ବିପକ୍ଷରେ ବଡ ବିଜୟ ଆଶା ରଖିଛି ସଞ୍ଚୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ।

CSKvsRR: ଏହି ମ୍ୟାଚକୁ ନେଇ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଚଳିତ ସିଜନରେ ପ୍ରଥମ ମୁକାବିଲାରେ ଚେନ୍ନାଇକୁ ପରାସ୍ତ କରିଥିଲା ରାଜସ୍ଥାନ । ଆଜିର ମୁକାବିଲାରେ ବିଜୟ ହାସଲ କରି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ସିଏସକେ । ଗତ 12 ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଚେନ୍ନାଇ ଘରୋଇ ଗ୍ରାଉଣ୍ଡ ଚିପକରେ ଏହି ମ୍ୟାଚ ଖେଳାଯାଇଥିଲା । ଏଥିରେ ରାଜସ୍ଥାନ 3 ରନରେ ସୁପରକିଙ୍ଗସକୁ ପରାସ୍ତ କରିଥିଲା । ରୟାଲ୍ସ ଗତ 16 ତାରିଖରେ ଗୁଜୁରାଟକୁ ପରାସ୍ତ କରିଥିଲା । ଏହା ପରେ ଲକ୍ଷ୍ନୌ ଓ ବାଙ୍ଗାଲୋରଠୁ ପରାସ୍ତ ହୋଇଥିଲା । ଚେନ୍ନାଇ ତାର ଶେଷ ମୁକାବିଲାରେ କୋଲକାତା ବିପକ୍ଷରେ ବିରାଟ ବିଜୟ ହାସଲ କରି ଟେବୁଲ ଶୀର୍ଷ ସ୍ଥାନ ଅଧିକାର କରିଥିଲା ।

ଆଜି ରାଜସ୍ତାନକୁ ପରାସ୍ତ କରି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ୟେଲୋ ବାହିନୀ । ରେକର୍ଡ ଦେଖିଲେ ଚେନ୍ନାଇ ପଲ୍ଲା ଭାରି ରହିଛି । ଉଭୟ ଦଳ ପରସ୍ପରକୁ 27 ଥର ଭେଟିଛନ୍ତି । ଚେନ୍ନାଇ 15ଟି ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ 12ଟି ଜିତିଛି । ଆଜି ଧାରା ବଦଳୁଛି ନା ବଜାୟ ରହୁଛି ତାହା ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ । ଚେନ୍ନାଇର ବ୍ୟାଟିଂ ବିଭାଗ ଦୃଢ ଥିଲେ ବୋଲିଂ ବିଭାଗ ଦୁର୍ବଳ ରହିଛି । ପୂର୍ବ ମ୍ୟାଚରେ କେକେଆର ବିପକ୍ଷରେ ଘାତକ ବୋଲିଂ କରିଥିଲେ ଜାଡେଜା ଆଜି ମଧ୍ୟ ସେ ସଫଳ ହେବେ ବୋଲି ଆଶା କରାଯାଉଛି । ରୟାଲ୍ସର ଉଭୟ ବିଭାଗ ଭଲ ରହିଛି । ଜୋସ ବଟଲର ଫର୍ମରେ ରହିଛନ୍ତି । ଏକାଧିକ ଦକ୍ଷ ସ୍ପିନ ବୋଲର ରହିଛନ୍ତି । ଚେନ୍ନାଇ ବ୍ୟାଟରଙ୍କୁ ଅଟକାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି ରାଜସ୍ଥାନ ।

ଏହା ବି ପଢନ୍ତୁ...IPL 2023: ବିଜୟ ଟ୍ରାକକୁ ଫେରିଲା କୋଲକାତା, ଦେଖନ୍ତୁ KKR-RCB ମ୍ୟାଚ ବେଳର ଦୃଶ୍ୟ

ଏହା ବି ପଢନ୍ତୁ...IPL 2023: ଘରୋଇ ମାଟିରେ ହାରିଲା ବାଙ୍ଗାଲୋର, 21 ରନରେ ଜିତିଲା କୋଲକାତା

CSK ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ, ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମଥିଶା ପତିରଣା/ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା, ଆକାଶ ସିଂହ ।

RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର/ଜୋ ରୁଟ, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ଦେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ଜାସନ ହୋଲ୍ଡର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.