ETV Bharat / sports

IPL 2023: ଚିପକରେ ଧୋନୀ-ସଞ୍ଜୁ ଫାଇଟ, ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଏହା ଚଳିତ ସଂସ୍କରଣର 17ତମ ମ୍ୟାଚ । ଅଧିକ ପଢନ୍ତୁ

author img

By

Published : Apr 12, 2023, 11:08 AM IST

IPL 2023
ଆଜି ଧୋନୀ-ସଞ୍ଜୁ ଫାଇଟ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲର 16ତମ ସଂସ୍କରଣ ଜାରି ରହିଛି । ମୋଟ 70 ମ୍ୟାଚରୁ 16ଟି ମ୍ୟାଚ ଖେଳା ସରିଛି । ଆଜି (ବୁଧବାର) 17 ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଘରୋଇ ମାଟିରେ ରାଜସ୍ଥାନକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ । ସେହିପରି ଚେନ୍ନାଇକୁ ତାର ଘରୋଇ ମାଟିରେ ମାତ ଦେଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ଦୁଇଦଳ 3ଟି ଲେଖାଏଁ ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛନ୍ତି । ଆଜି ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇଦଳ । ରାଜସ୍ଥାନ ଏହି ମ୍ୟାଚ ଜିତିଲେ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଯିବ । ଚେନ୍ନାଇ ସୁପରକିଙ୍ଗସକୁ ଦ୍ବିତୀୟ ସ୍ଥାନକୁ ଉଠିବାକୁ ସୁଯୋଗ ରହିଛି । ଯଦି ରାଜସ୍ଥାନକୁ ସୁପର କିଙ୍ଗସ ହରାଇ ଦେଉଛି ତେବେ ଦଳ ଦ୍ବିତୀୟ ସ୍ଥାନକୁ ଉଠିବ । ଘରୋଇ ଗ୍ରାଉଣ୍ଡରେ ଅର୍ଥାତ ଚିପରେ ଚେନ୍ନାଇ 72 ପ୍ରତିଶତ ମ୍ୟାଚ ଜିତିଛି । ଏଠାରେ ଖେଳିଥିବା 57ଟି ମ୍ୟାଚରୁ ସିଏସକେ 42ଟି ମ୍ୟାଚ ଜିତିଛି । ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ଚମକିବା ଆକଳନ କରାଯାଉଛି । ସିଏସକର ଆହତ ସମସ୍ୟା ରହିଛି । ଦୀପକ ଚହଲ, ଷ୍ଟୋକ ଆହତ ହୋଇଛନ୍ତି ତେଣୁ ଆଜିର ମ୍ୟାଚରୁ ଉଭୟ ବାଦ ପଡିବେ । ଆହତ ସମସ୍ୟା ଯେପରି ଦଳ ଉପରେ କିଛି ପ୍ରଭାବ ନ ପକାଏ ସେ ନେଇ ଦଳକୁ ପ୍ରସ୍ତୁତ ହେବାକୁ ପଡିବ । ପୂର୍ବ ମ୍ୟାଚରେ ଆଜିଙ୍କେ ରାହାଣେଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ଆଜି ତାଙ୍କ ଉପରେ ନଜର ରହିବ ।

ଅନ୍ୟପଟେ ଘରୋଇ ଦଳକୁ ହରାଇବା ପାଖରେ ରାଜସ୍ଥାନ ପାଖରେ ଯଥେଷ୍ଟ କ୍ଷମତା ରହିଛି । ଦଳର ବିସ୍ଫୋରକ ବ୍ୟାଟର ରହିଛନ୍ତି । ସମସ୍ତେ ଫର୍ମରେ ରହିଛନ୍ତି । ତେଣୁ ଘରୋଇ ମାଟିରେ ଚେନ୍ନାଇକୁ ମାତ ଦେଇ ଦଳ ରାଜୁତି କରିବା ଲକ୍ଷ୍ୟରେ ରହିଛି । ରାଜସ୍ଥାନ ଦଳରେ ୟୁଝବେନ୍ଦ୍ର ଚହଲ, ଅଶ୍ବିନୀଙ୍କ ଭଳି ସ୍ପିନର ରହିଛନ୍ତି । ଚିପକ ପିଚ ସ୍ପିନରଙ୍କ ପାଇଁ ସହାୟକ ହେବ । ଆଜିର ମୁକାବିଲାରେ ସ୍ପିନ ଲଢେଇ ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ...IPL 2023: ମ୍ୟାଚ ଜିତିବା ପରେ ଆଚରଣ ବିଧି ଉଲ୍ଲଙ୍ଘନ କଲେ ଅଭେଶ, ଧିମା ଓଭର ପାଇଁ ଡୁପ୍ଲେସିସଙ୍କୁ ଫାଇନ

ଏହା ବି ପଢନ୍ତୁ...IPL 2023 DC vs MI: ଖାତା ଖୋଲିଲା ମୁମ୍ବାଇ, ଦିଲ୍ଲୀର ପରାଜୟ ଧାରା ଜାରି

CSK ସାମ୍ଭାବ୍ୟ ଏକାଦଶ: ଡେଭନ କନୱେ, ଋତୁରାଜ ଗାଏକ୍ବାର୍ଡ, ଅଜିଙ୍କ୍ୟ ରାହାଣେ/ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା,ଡ୍ବେନ ପ୍ରିଟୋରିୟସ, ମହେନ୍ଦ୍ର ସିଂ ଧୋନୀ, ମିଚେଲ ସାଣ୍ଟନର, ମହୀଶ ତୀଷଣା, ତୁଷାର ଦେଶପାଣ୍ଡେ ।

RR ସାମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ସଞ୍ଜୁ ସାମସନ, ରିୟାନ ପରାଗ, ସିମରନ ହେତମାୟର, ଜାସନ ହୋଲ୍ଟର, ରବି ଚନ୍ଦ୍ରନ ଅଶ୍ବିନୀ, ମୁରୁଗାନ, ଟ୍ରେଣ୍ଟ ବୋଲ୍ଡ, ୟୁଝବେନ୍ଦ୍ର ଚହଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.