ETV Bharat / sports

IPL 2023: ଆଜି ଡବଲହେଡରରେ MI-KKR ଓ RR-GT ମୁକାବିଲା - ମୁମ୍ବାଇ ବନାମ କୋଲକାତା

ଆଜି ସୁପର ସନଡେରେ ସୁପର ମୁକାବିଲା ଅନୁଷ୍ଠିତ ହେବ । ଆଇପିଏଲର 16 ତମ ସଂସ୍କରଣରେ ଆଜି ଡବଲହେଡର ମ୍ୟାଚ ରହିଛି । ମୁମ୍ବାଇ ବନାମ କୋଲକାତା ଓ ରାଜସ୍ଥାନ ବନାମ ଗୁଜୁରାଟ ମଧ୍ୟରେ ମୁକାବିଲା ଖେଳାଯିବ । ଅଧିକ ପଢନ୍ତୁ

Indian Premier League
ଆଜି ଡବଲେଡରରେ MI-KKR ଓ RR-GT ମୁକାବିଲା
author img

By

Published : Apr 16, 2023, 10:20 AM IST

Updated : Apr 16, 2023, 10:25 AM IST

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲର 16 ତମ ସଂସ୍କରଣ ଜାରି ରହିଛି । ଆଜି ସୁପର ସନଣ୍ଡେରେ ଡବଲ ହେଡର ମ୍ୟାଚ ରହିଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ଟାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ବନାମ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଘରୋଇ ମାଟି ୱାଙ୍ଖଡେରେ ଆଜି କୋଲକାତାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ଗତ ସିଜନର ଚମ୍ପିଅନ ଗୁଜୁରାଟକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରାଜସ୍ଥାନ ରୟାଲ୍ସ ।

MI-KKR: ଆଜି ଘରୋଇ ମାଟିରେ କୋଲକାତାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ 3ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଛି । ପଏଣ୍ଟ ତାଲିକାର ନବନ ସ୍ଥାନରେ ରହିଛି ମୁମ୍ବାଇ । ପ୍ରଥମ ବିଜୟ ପରେ ଦଳର ମନୋବଳ ବଢିଛି । ଦିଲ୍ଲୀକୁ ହରାଇ ଚଳିତ ସିଜନରେ ବିଜୟ ଖାତା ଖୋଲିଥିଲା ଇଣ୍ଡିଆନ୍ସ । ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ 31ଟି ମ୍ୟାଚ ଖେଳାଯାଇଛି । ମୁମ୍ବାଇ 22ଟି ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ 9ଟି ମ୍ୟାଚ ଜିତିଛି । ରେକର୍ଡ ଦେଖିଲେ ମୁ୍ମ୍ବାଇ ପଲ୍ଲା ଭାରି ରହିଛି । ଆଜି କୋଲକାତାକୁ ହରାଇ ଦଳ ଦ୍ବିତୀୟ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି । କୋଲକାତା ତାର ପୂର୍ବ ମ୍ୟାଚରେ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା । ଆଜି ମୁମ୍ବାଇକୁ ଭେଟିବାକୁ ଯାଉଛି ଦଳ । ସନରାଇଜର୍ସ ବିପକ୍ଷରେ କରିଥିବା ଭୁଲକୁ ସୁଧାରି ଦଳ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ । ବିଶେଷ କରି କୋଲକାତାର ରିଙ୍କୁ ସିଂହଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବର୍ତ୍ତମାନ ନାଇଟ ରାଇଡର୍ସ 4ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରି ଟେବୁଲ ପଞ୍ଚମ ସ୍ଥାନରେ ରହିଛି ।

RR-GT: ଗତ ସିଜନ ଫାଇନାଲରେ ଗୁଜୁରାଟ ଓ ରାଜସ୍ଥାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ବାଜି ମାରି ନେଇଥିଲା ଗୁଜୁରାଟ । ରୟାଲ୍ସକୁ 7 ୱିକେଟରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ । ଆଜି ଗୁଜୁରାଟ ଘରୋଇ ମାଟିରେ ତାକୁ ପରାସ୍ତ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରାଜସ୍ଥାନ । ଆଜି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଏହି ପରାଜୟର ପ୍ରତିଶୋଧ ନେବାକୁ ଯୋଜନା କରିଛି । ଚଳିତ ସିଜନରେ ଉଭୟ ଦଳ ମଜବୁତ ସ୍ଥିତିରେ ରହିଛନ୍ତି । ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନର ବ୍ୟାଟିଂ ବିଭାଗ ଭଲ ଥିଲେ ସୁଦ୍ଧା ବୋଲିଂ ବିଭାଗ ଦୁର୍ବଳ ରହିଛି । ଦଳ ଏ ଦିଗରେ ବିଶେଷ ଧ୍ୟାନ ଦେବ । ରେକର୍ଡକୁ ଦେଖିଲେ ଗୁଜୁରାଟ ପଲ୍ଲା ଭାରି ରହିଛି । ଗତ ବର୍ଷ ଉଭୟ ଦଳ 3 ଥର ପରସ୍ପରକୁ ଭେଟିଥିଲେ । ଟାଇଟାନ୍ସ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଥିଲା । ଗୁଜୁରାଟର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ରାଜସ୍ଥାନ ବିପକ୍ଷରେ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଗୁଜୁରାଟ ।

ଏହା ବି ପଢନ୍ତୁ...IPL 2023 LSG vs PBKS: ଲକ୍ଷ୍ନୌକୁ 2 ୱିକେଟରେ ମାତ ଦେଲା ପଞ୍ଜାବ

MI ସାମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଇଶାନ କିଷନ, କାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ସାଉଦି, ନେହାଲ ୱଦେରା, ହ୍ରିତିକ ସୋକିନ, ପିୟୂଷ ଚାୱାଲା, ରିଲି ମେରେଡିଥ, ଜାସନ ବେହରନଡର୍ଫ ।

KKR ସାମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ. ନାରାୟଣ ଜଗଦୀଶନ, ଭେଙ୍କଟେଶ ଆୟର, ସୁନିଲ ନାରାଏନ, ନିତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସାର୍ଦୁଳ ଠାକୁର, ଉମେଶ ଯାଦବ, ଲୋଡି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।

RR ସାମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ସିମରନ ହେତମାୟର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ଜାସନ ହୋଲ୍ଡର, ଆର ଅଶ୍ବିନୀ, ସନ୍ଦୀପ ଶର୍ମା, ଟ୍ରେଣ୍ଡ ବୋଲ୍ଡ/ଆଡନ ଜାମ୍ପା, କୁଲଦୀପ ସେନ ।

GT ସାମ୍ଭାବ୍ୟ ଏକାଦଶ: ରିଦ୍ଧିମାନ ଶାହା, ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଦାସୁନ ଶାଣକା, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ମହମ୍ମଦ ସାମି, ଅଲଜାରୀ ଜୋଶେଫ ।

Last Updated : Apr 16, 2023, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.