ETV Bharat / sports

IPL 2023: ଚେପକରେ ଚେନ୍ନାଇର ଶେଷ ଘରୋଇ ମ୍ୟାଚ, MSDଙ୍କଠୁ ଅଟୋଗ୍ରାଫ ନେଲେ ଗାଭାସ୍କର - ସୁନୀଲ ଗଭାସ୍କରଙ୍କୁ ଅଟୋଗ୍ରାଫ ଦେଲେ ଧୋନୀ

ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସଂସ୍କରଣରେ ରବିବାର ଚେନ୍ନାଇ ସୁପରକିଙ୍ଗସ ଚେପକରେ ତାର ଶେଷ ଘରୋଇ ଲିଗ୍‌ ମ୍ୟାଚ ଖେଳିଛି । ଏହାପରେ ଚେପକରେ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗଭାସ୍କର ଏମ୍‌ଏସ୍‌ ଧୋନୀଙ୍କଠୁ ଅଟୋଗ୍ରାଫ୍‌ ନେଉଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

IPL 2023
Sunil Gavaskar gets autograph from MS Dhoni
author img

By

Published : May 15, 2023, 1:17 PM IST

MSDଙ୍କଠୁ ଅଟୋଗ୍ରାଫ ନେଲେ ଗାଭାସ୍କର

ଚେନ୍ନାଇ: ଫ୍ୟାନ୍ସଙ୍କ ପାଇଁ... ଫ୍ୟାନ୍ସଙ୍କର... ପ୍ୟାନ୍ସଙ୍କ ସହ ଜଡ଼ିତ ଚେନ୍ନାଇ ସୁପରକିଙ୍ଗ୍‌ସ୍‌ । ଏହି ଦଳ କୋଟି କୋଟି ଫ୍ୟାନ୍ସଙ୍କ ଭାବାବେଗ ସହ ଜଡିତ । ଚେପକ୍‌ ମ୍ୟାଚ ଜିତିଲା କୋଲକାତା ମାତ୍ର ଦର୍ଶକଙ୍କ ମନ ଜିଣିଲା ଚେନ୍ନାଇ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର 16ତମ ସଂସ୍କରଣରେ ରବିବାର ଚେପକରେ ଏକ ମ୍ୟାଚ ଖେଳାଯାଇଥିଲା । ଏହା ଚେନ୍ନାଇ ସୁପରକିଙ୍ଗସ୍‌ର ଶେଷ ଘରୋଇ ଲିଗ୍‌ ମ୍ୟାଚ ଥିଲା । ଏହି ମ୍ୟାଚ୍‌ରେ ହଳଦିଆ ରଙ୍ଗରେ ରଙ୍ଗୀନ ହୋଇଥିଲା ଚେପକ୍‌ ଷ୍ଟାଡିୟମ । ମ୍ୟାଚ ସରିବା ପରେ ଚେନ୍ନାଇ ସୁପର କିଙ୍ଗସକୁ ସ୍ବତନ୍ତ୍ର ସମ୍ମାନ ଦିଆଯାଇଥିଲା । ସୁପରକିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହଙ୍କଠୁ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ତାଙ୍କ ସାର୍ଟରେ ଅଟୋଗ୍ରାଫ ନେଉଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...Sub junior Womens Hockey National Championship: ହରିୟାଣା ଚମ୍ପିଆନ୍, ତୃତୀୟରେ ଓଡିଶା

ଚେପକରେ ଚେନ୍ନାଇ ମ୍ୟାଚ୍‌ ହାରିଲା ସତ ହେଲେ ଫ୍ୟାନ୍ସଙ୍କ ମନ ଜିଣିଛି । କୋଲକାତା ବିପକ୍ଷ ମୁକାବିଲା ପରେ ଷ୍ଟାଡିୟମରେ ରାଉଣ୍ଡ ମାରିଥିଲେ ଚେନ୍ନାଇ ପ୍ଲେୟାର । ଚେନ୍ନାଇ ଚେନ୍ନାଇ ନାରାରେ କମ୍ପିଥିଲା ପୁରା ଷ୍ଟାଡିୟମ । ଦଳକୁ ଘରୋଇ ଗ୍ରାଉଣ୍ଡରେ ସ୍ବତନ୍ତ୍ର ସମ୍ମାନ ଦିଆଯାଇଥିଲା । ଏହି ସମୟରେ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଚେନ୍ନାଇ କ୍ୟାପ୍ଟେନ ଅଧିନାୟକ ମହେନ୍ଦ୍ର ସିଂହଙ୍କଠୁ ତାଙ୍କ ସାର୍ଟରେ ଅଟୋଗ୍ରାଫ ନେଉଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟ ହିଁ ବୟାନ କରୁଥିଲା ସୁନୀଲ ଗାଭାସ୍କର ଧୋନୀଙ୍କର ଜଣେ ବଡ଼ ଫ୍ୟାନ । ଚଳିତ ସିଜନରେ ଚେନ୍ନାଇ ସୁପରକିଙ୍ଗସ ମୋଟ 13ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଛି । 15 ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ଦଳ । ଆସନ୍ତା 20 ତାରିଖରେ ଦିଲ୍ଲୀ ବିପକ୍ଷରେ ଖେଳିବ ଚେନ୍ନାଇ ।

ଏହା ବି ପଢନ୍ତୁ...IPL 2023 CSK vs KKR: ଚେପକରେ ହାରିଲା ଚେନ୍ନାଇ, 6 ୱିକେଟରେ କୋଲକାତା ବିଜୟୀ

ପ୍ରକାଶଥାଉ କି, ଆଇପିଏଲ 61ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିଜୟ ହାସଲ କରିଛି । ଚେନ୍ନାଇକୁ 6 ୱିକେଟରେ ପରାସ୍ତ କରିଛି କୋଲକାତା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 6 ୱିକେଟ ହରାଇ 144ରନ କରିଥିଲା । କୋଲକାତା 4 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.