ETV Bharat / sports

IPL 2023 SRH vs PBKS: ପଞ୍ଜାବ ପାଇଁ ଏକାକୀ ଲଢ଼ି ହାରିଲେ ଧାୱନ, ୮ ୱିକେଟରେ ହାଇଦ୍ରାବାଦର ପ୍ରଥମ ବିଜୟ

author img

By

Published : Apr 10, 2023, 12:34 AM IST

ଆଇପିଏଲ ୨୦୨୩ରେ ଆଜି ପ୍ରଥମ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆଜି ୮ ୱିକେଟରେ ବିଜୟ ହାସଲ କରିଛି ଦଳ । ଅଧିକ ପଢ଼ନ୍ତୁ

IPL 2023 SRH vs PBKS
IPL 2023 SRH vs PBKS

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ଆଜି ପ୍ରଥମ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ନିଜ ଘରୋଇ ଗ୍ରାଉଣ୍ଡରେ ଦଳକୁ ଚଳିତ ସଂସ୍କରଣର ପ୍ରଥମ ବିଜୟ ମିଳିଛି । ପଞ୍ଜାବ କିଙ୍ଗସର ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଆଜି ଦଳକୁ ପରାଜୟର ସ୍ବାଦ ଚଖାଇଛି ହାଇଦ୍ରାବାଦ । ପଞ୍ଜାବ ପକ୍ଷରୁ ଶିଖର ଧାୱନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଆଜି ପିଚରେ କମାଲ କରିପାରିନଥିଲେ । ଫଳରେ ହାଇଦ୍ରାବାଦ ମାତ୍ର 17.1 ଓଭରରେ ଟାର୍ଗଦେଟ ହାସଲ କରିଥିଲା ।

ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ହାଇଦ୍ରାବାଦ ଅଧିନାୟକ । ପଞ୍ଜାବ ପାଳି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଦଳୀୟ ଖାତା ଖୋଲିବା ପୂର୍ବରୁ ପ୍ରଭସିମ୍ରନ ସିଂହ ପାଭିଲିୟନ ଫେରିଥିଲେ । ଶିଖର ଧାୱନଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଆଜି ପଞ୍ଜାବ ପକ୍ଷରୁ 9 ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ କରିପାରି ନଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଡକ୍ ଆଉଟ ହୋଇଥିବା ବେଳେ ତିନି ଜଣ କେବଳ 1 ରନ ହିଁ କରିପାରିଛନ୍ତି । ଅନ୍ୟପଟେ ଶିଖର ଧାୱନ ଲଗାତାର ବଡ଼ ସଟ୍ ଖେଳି ଚାଲଥିଲେ । ସେ 66 ବଲରୁ 99 ରନ କରି ଅପରାଜିତ ରହିଥିଲେ । ଯେଉଁଥିରେ 12ଟି ଚୌକା ଓ 5ଟି ଛକା ସାମିଲ ରହିଛି । ଅଲରାଉଣ୍ଡର ସାମ କରନ 15ଟି ବଲରୁ 22 ରନ ହିଁ କରିବାକୁ ସକ୍ଷମ ହୋଇଥିଲେ । ଆଜି ନିର୍ଦ୍ଧାରିତ 20 ଓଭରରେ ପଞ୍ଜାବ କିଙ୍ଗସ 9 ୱିକେଟରେ 143 ରନ ହିଁ କରିପାରିଥିଲା ।

ସେପଟେ ହାଇଦ୍ରାବାଦ ପକ୍ଷରୁ ଆଜି ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ମୟଙ୍କ ମାର୍କଣ୍ଡେ ଆଜି ସର୍ବନିମ୍ନ ରନ ଖର୍ଚ୍ଚ କରିବା ସହିତ 4ଟି ୱିକେଟ ଅକ୍ତିଆର କରିଥିଲେ । ମାର୍କୋ ଜାନସେନ ଓ ଉମ୍ରାନ ମଲିକ 2ଟି ଲେଖାଏଁ ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର ମଧ୍ୟ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

ଏହାପରେ 144 ରନର ବିଜୟ ଲକ୍ଷ ପିଛା କରିବାକୁ ଯାଇ ଆକ୍ରାମକ ନୀତି ଆପଣାଇଥିଲେ ହାଇଦ୍ରାବାଦ ବ୍ୟାଟର । ମାତ୍ର 2ଟି ୱିକେଟ ବିନିମୟରେ ଟାର୍ଗେଟ ହାସଲ କରିଛି ଦଳ । ଦଳୀୟ ସ୍କୋର 27 ବେଳେ ପ୍ରଥମ ୱିକେଟର ପତନ ଘଟିଥିଲା । ଏହାପରେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ବଡ଼ ସଟ ଖେଳିବା ଜାରି ରଖିଥିଲେ । ତେବେ ମୟଙ୍କ ଅଗ୍ରୱାଲ କେବଳ 21 ରନ କରି ପାଭିଲିୟନ ଫେରିଥିଲେ । ସେପଟେ ରାହୁଲ ତ୍ରିପାଠୀ 48 ବଲରୁ ଦୃତ 74 ରନ କରି ଦଳକୁ ବିଜୟ ଦ୍ବାରକୁ ନେଇଯାଇଥିଲେ । ଏଥିରେ ତାଙ୍କର ଭରପୁର ସାଥ ଦେଇଥିଲେ ଅଧିନାୟକ ମାର୍କ୍ରମ । ଯିଏକି 21 ବଲରୁ 37 ରନ ସଂଗ୍ରହ କରିଛନ୍ତି । ଯାହା ଫଳରେ ଦଳ ମାତ୍ର 17.1 ଓଭରରେ ବିଜୟ ଲାଭ କରିଛି ।

ପଞ୍ଜାବ ପକ୍ଷରୁ ଆଜି ଆଶାନୁରୂପ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ରାହୁଲ ଚହର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟ କୌଣସି ବୋଲର ୱିକେଟ ଦଖଲ କରିବାରେ ସକ୍ଷମ ହୋଇପାରି ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.