ETV Bharat / sports

IPL 2023 SRH vs LSG: ହାଇଦ୍ରାବାଦରେ ହାରିଲା ହାଇଦ୍ରାବାଦ, ଲକ୍ଷ୍ନୌର ଦମଦାର ବିଜୟ

author img

By

Published : May 13, 2023, 8:02 PM IST

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ତେବେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ ସ୍କୋର କରିଥିବା ବେଳେ ୧୯.୨ ଓଭରରେ ଟାର୍ଗେଟ ହାସଲ କରିନେଇଛି ଲକ୍ଷ୍ନୌ । ଅଧିକ ପଢ଼ନ୍ତୁ

IPL 2023 SRH vs LSG
IPL 2023 SRH vs LSG

ହାଇଦ୍ରାବାଦ: ହାଇଦ୍ରାବାଦରେ ଲକ୍ଷ୍ନୌର ଦମଦାର ବିଜୟ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ ସ୍କୋର କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ଏହି ବଡ଼ ଟାର୍ଗେଟକୁ ୧୯.୨ ଓଭରରେ ହାସଲ କରିନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଲକ୍ଷ୍ନୌ ପକ୍ଷରୁ ପ୍ରେରକ ମଙ୍କଡ ସର୍ବାଧିକ ୬୪ ରନର ଅପରାଜିତ ପାଳି ଖେଳିଥିବା ବେଳେ ଅନ୍ୟପଟେ ୧୩ ବଲରୁ ୪୪ ରନର ଧୂଆଁଧାର ପାଳି ଖେଳିଥିଲେ ନିକୋଲସ ପୁରନ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ଖୁବ ଶୀଘ୍ର ଏହାର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମାଙ୍କୁ ହରାଇଥିଲା । ତେବେ ଅନମୋଲପ୍ରୀତ ସିଂହ ଓ ରାହୁଲ ତ୍ରିପାଠୀ କିଛି ସମୟ ପାଳି ସମ୍ଭାଳିଥିଲେ ମଧ୍ୟ ୧୩ ବଲରୁ ୨୦ ରନର ପାଳି ଖେଳି ଆଉଟ ହୋଇଯାଇଥିଲେ ରାହୁଲ ତ୍ରିପାଠୀ । କିଛି ସମୟ ପରେ ୨୭ ବଲରୁ ୭ ଚୌକା ବଳରେ ୩୬ ରନ କରିଥିବା ଅନମୋଲପ୍ରୀତ ସିଂହ ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଅଧିନାୟକ ମାର୍କ୍ରମ କେବଳ ୨୮ ରନ ହିଁ କରିପାରିଥିଲେ । ତେବେ ହେନରିକ୍‌ କ୍ଲାସିନ ଓ ଅବଦୁଲ ସମଦ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋର୍‌କୁ ୧୮୦ ପାର କରାଇଥିଲେ । ୨୯ ବଲରୁ ୩ଟି ଲେଖାଏଁ ଚୌକା ଓ ଛକା ସହିତ ଯୋଡ଼ି ୪୭ ରନ କରି ଆଉଟ ହୋଇଥିଲେ କ୍ଲାସିନ୍‌ । ଅବଦୁଲ ସମଦ ୨୫ ବଲରୁ ୩୭ ରନର ଅପରାଜିତ ପାଳି ଖେଳିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ ସ୍କୋର କରିଥିଲା ହାଇଦ୍ରାବାଦ ।

ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କୃଣାଲ ପାଣ୍ଡ୍ୟା ଦଳ ପାଇଁ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ସେ ୪ ଓଭରରେ ୨୪ ରନ ଖର୍ଚ୍ଚ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଦ୍ଧବୀର ସିଂହ, ଅଭେଶ ଖାନ, ୟଶ ଠାକୁର ଓ ଅମିତ ମିଶ୍ରାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ଅମିତ ମିଶ୍ରା ୪ ଓଭରରେ ସର୍ବାଧିକ ୪୦ ରନ ଖର୍ଚ୍ଚ କରିଥିଲେ ।

ଏହାପରେ ମହତ୍ତ୍ବପୂର୍ଣ୍ଣ ୨ ପଏଣ୍ଟ ପାଇଁ ଲକ୍ଷ୍ନୌ ଆଗରେ ୧୮୩ ରନର ବିଜୟଲକ୍ଷ୍ୟ ରହିଥିଲା । ତେବେ ଆରମ୍ଭରୁ ହିଁ ପିଚ୍‌ରେ ସଂଘର୍ଷ କରିଥିଲେ କାୟଲ ମାୟର୍ସ । ସେ ୧୪ଟି ବଲ୍‌ ଖେଳିଥିବା ବେଳେ କେବଳ ୨ ରନ୍‌ କରି ଆଉଟ ହୋଇଥିଲେ । ଅନ୍ୟପଟେ କ୍ବିଣ୍ଟନ ଡିକକ୍‌ ୧୯ ବଲରୁ ୨୯ ରନ କରି ଆଉଟ ହୋଇଥିଲେ । ତେବେ ଏହାପରେ ପ୍ରେରକ ମଙ୍କଡ ଓ ମାର୍କସ ଷ୍ଟୋଇନିସଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ହୋଇଥିଲା । ୨୫ ବଲରୁ ୪୦ ରନ କରି ଷ୍ଟୋଇନିସ ଆଉଟ ହୋଇଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୁରନ ଶୋ' । ଗୋଟିଏ ପଟେ ପ୍ରେରକ ମଙ୍କଡ ୪୫ ବଲରୁ ୭ ଚୌକା ଓ ୨ ଛକା ବଳରେ ଅପରାଜିତ ୬୪ ରନ ସ୍କୋର କରିଥିବା ବେଳେ ଅନ୍ୟପଟେ ୧୩ ବଲରୁ ୩ ଚୌକା ଓ ୪ ଛକା ବଳରେ ଧୂଆଁଧାର ୪୪ ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ ନିକୋଲାସ ପୁରନ ।

ହାଇଦ୍ରାବାଦ ପକ୍ଷରୁ ଗ୍ଲେନ ଫିଲିପ୍ସ, ମୟଙ୍କ ମାର୍କଣ୍ଡେ ଓ ଅଭିଷେକ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଷ୍ଟାର ବୋଲର ଭୁବନେଶ୍ବର କୁମାର ୪ ଓଭରରୁ ୩୦ ରନ ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ । ତେବେ ମୟଙ୍କ ମାର୍କଣ୍ଡେ ଓ ଅଭିଷେକ ଶର୍ମା ୩ ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ ୩୯ ଓ ୪୨ ରନ ଖର୍ଚ୍ଚ କରିଥିଲେ । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.