ETV Bharat / sports

IPL 2023 SRH vs KKR: 166ରେ ଅଟକିଗଲା ହାଇଦ୍ରାବାଦ, 5 ରନରେ ଜିତିଲା କୋଲକାତା

ଆଇପିଏଲ 2023ରେ ଆଜି ପୁଣି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 171 ରନ କରିଥିଲା କୋଲକାତା । ତେବେ 166 ରନରେ ଅଟକି ଯାଇଛି ହାଇଦ୍ରାବାଦ । ଫଳରେ ଏହି ମୁକାବିଲାକୁ 5 ରନରେ ଜିତି ନେଇଛି କୋଲକାତା । ଅଧିକ ପଢ଼ନ୍ତୁ

author img

By

Published : May 4, 2023, 11:57 PM IST

IPL 2023 SRH vs KKR
IPL 2023 SRH vs KKR

ହାଇଦ୍ରାବାଦ: ଆଇପିଏଲ 2023ର 47 ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ । ରୋମାଞ୍ଚକର ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 171 ରନ କରିଥିଲା କୋଲକାତା । ତେବେ 172 ରନର ଟାର୍ଗେଟକୁ ପିଛା କରି 166 ରନରେ ଅଟକି ଯାଇଛି ହାଇଦ୍ରାବାଦ । ଫଳରେ ଏହି ମ୍ୟାଚକୁ 5 ରନରେ ଜିତି ନେଇଛି କୋଲକାତା ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନାସନାଲ ଷ୍ଟାଡିୟମରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ତେବେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ ପ୍ରାରମ୍ଭିକ ବ୍ୟାଟର ରାମାନୁଲ୍ଲା ଗୁରବାଜ । ଏହାପରେ ଭେଙ୍କଟେଶ ଆୟର ମଧ୍ୟ କେବଳ 7 ରନ ହିଁ କରିପାରିଥିଲେ । ତେବେ ପ୍ରଥମରୁ ପାଳି ସମ୍ଭାଳୁଥିବା ଜାସନ ରୟ 20 ରନ କରି କାର୍ତ୍ତିକ ତ୍ୟାଗୀଙ୍କ ଶିକାର ପାଲଟିଥିଲେ । ଏହାପରେ ଅଧିନାୟକ ନୀତିଶ ରାଣା ଓ ରିଙ୍କୁ ସିଂହଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । 31 ବଲରୁ 42 ରନର ପାଳି ଖେଳି ବିପକ୍ଷ ଦଳର ଅଧିନାୟକ ମାର୍କ୍ରମଙ୍କ ଚତୁର ବୋଲିଂର ଶିକାର ହୋଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ଆନ୍ଦ୍ରେ ରୁସେଲ 15 ବଲରୁ 24 ରନ କରି ପାଭିଲିୟନ ଫେରିଥିଲେ । ରିଙ୍କୁ ସିଂହ ଦଳ ପାଇଁ ସର୍ବାଧିକ 35 ବଲରୁ 46 ରନ କରି ଆଉଟ ହୋଇଥିଲେ । ତେବେ ଅନୁକୁଲ ରାୟଙ୍କ 7 ବଲରୁ 13 ରନର ମହତ୍ତ୍ବପୂର୍ଣ୍ଣ ପାଳି ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 171 ରନ କରିପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ 3 ଓଭରରୁ 24 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିଲେ । ସେହିଭଳି 4 ଓଭରରେ 30 ରନ ଖର୍ଚ୍ଚ କରି 2ଟି ୱିକେଟ ଅକ୍ତିଆର କରିଥିଲେ ଟି ନଟରାଜନ । ଅନ୍ୟପଟେ ଅଧିନାୟକ ମାର୍କ୍ରମଙ୍କ ସମେତ ଭୁବନେଶ୍ବର କୁମାର, କାର୍ତ୍ତିକ ତ୍ୟାଗୀ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । କାର୍ତ୍ତିକ ତ୍ୟାଗୀ କେବଳ 2 ଓଭରରେ 30 ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମାଙ୍କୁ ଆଶାନୁରୂପ ସଫଳତା ମିଳିନଥିଲା । ସେ କେବଳ 9 ରନ କରି ଆଉଟ ହୋଇଥିଲେ । 11 ବଲରୁ 18 ରନ କରି ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ 9 ବଲରୁ ଦୃତ 20 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ଏଡେନ ମାର୍କ୍ରମ ଓ ହେନରିଚ କ୍ଲାସିନଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ହୋଇଥିଲା । 20 ବଲରୁ ମହତ୍ତ୍ବପୂର୍ଣ୍ଣ 36 ରନ କରି କ୍ଲାସିନ ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳୁଥିବା ଅଧିନାୟକ ମାର୍କ୍ରମ 40 ବଲରୁ 4 ଚୌକା ସହିତ 41 ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଦଳ ଉପରେ ସଂକଟ ବଢ଼ିଥିଲା । ଅବଦୁଲ ସମଦ 21 ରନର ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦେବା ଆଗରୁ ଆଉଟ ହୋଇଯାଇଥିଲେ । ଯେଉଁଥିପାଇଁ ଦଳ 166 ରନରେ ଅଟକି ଯାଇଥିଲା । ଫଳରେ ଏହି ମ୍ୟାଚକୁ 5 ରନରେ କୋଲକାତା ଜିତିନେଇଛି ।

ସେପଟେ କୋଲକାତା ପକ୍ଷରୁ 3 ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ 23 ଓ 32 ରନ ଖର୍ଚ୍ଚ କରି 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ଶାର୍ଦ୍ଦୁଲ ଠାକୁର ଓ ବୈଭବ ଆରୋରା । ଅନ୍ୟମାନଙ୍କ ମଧ୍ୟରେ ହର୍ଷିତ ରାଣା, ଆନ୍ଦ୍ରେ ରୁସେଲ, ଅନୁକୁଲ ରାୟ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । 4 ଓଭରରେ 20 ରନ ଖର୍ଚ୍ଚ କରି ଗୁରୁତ୍ବପୂର୍ଣ୍ଣ ସମୟରେ ବିପକ୍ଷ ଦଳର ଅବଦୁଲ ସମଦଙ୍କ ୱିକେଟ ନେଇଥିବା ବରୁଣ ଚକ୍ରବର୍ତ୍ତୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.