ETV Bharat / sports

IPL 2023: ରଜତ ପଟିଦାର ଆଇପିଏଲରୁ ବାଦ୍ - ଆଇପିଏଲରୁ ବାଦ ରଜତ ପଟିଦାର

ଆରସିବିକୁ ଝଟକା । ଆହତ ସମସ୍ୟା ପାଇଁ ଚଳିତ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି ରଜତ ପଟିଦାର । ଅଧିକ ପଢନ୍ତୁ

ରଜତ ପଟିଦାର ଆଇପିଏଲରୁ ବାଦ
rajat patidar ruled out of ipl
author img

By

Published : Apr 5, 2023, 12:04 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 31 ତାରିଖରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରମିୟର ଲିଗ ଜାରି ରହିଛି । ଏହାରି ଭିତରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଝଟକା ଲାଗିଛି । ଆହତ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ ପଡିଛନ୍ତି ରଜତ ପଟିଦାର । କିଛି ଦିନ ହେବ ଆହତ ସମସ୍ୟା ଦେଇ ଗତି କରୁଥିଲେ ଆରସିବିର ପ୍ରମୁଖ ଖେଳାଳି ରଜତ । ତାଙ୍କ ସ୍ଥାନରେ ଆରସିବି ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ।

ରଜତ ପଟିଦାରଙ୍କ ଗୋଇଠିରେ ଆଘାତ ଲାଗିଥିଲା । ସେ ଦଳରେ ଯୋଗ ଦେଇ ନଥିଲେ ହିଁ ସୁସ୍ଥ ହୋଇ ପରବର୍ତ୍ତୀ ସମୟରେ ଦଳରେ ଯୋଗ ଦେବା ଅନୁମାନ କରାଯାଉଥିଲା । ସମ୍ପୂର୍ଣ୍ଣ ଫିଟ ନଥିବାରୁ ସେ ଅଭ୍ୟାସ କରୁନଥିଲେ । ଦ୍ବିତୀୟାର୍ଦ୍ଧ ବେଳକୁ ଫିଟ ହୋଇଯିବେ ବୋଲି ଆଶା କରାଯାଉଥିଲା । ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଫିଟ ହେବାକୁ ତାଙ୍କୁ ସମୟ ଲାଗିବ ବୋଲି ଜଣାପଡିଛି । ଏପ୍ରିଲ ମଧ୍ୟଭାଗ ଯାଏ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ କରାଯାଇଛି ।

ରଜତ ପଟିଦାର ଆଇପିଏଲ ପୂର୍ବ ସଂସ୍କରଣରେ ଅନସୋଲ୍ଡ ରହିଥିଲେ । ମାତ୍ର 2022ରେ ତାଙ୍କ ଚମକପ୍ରଦ ପ୍ରଦର୍ଶନ ରହିଥିଲା । ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ 54 ବଲର ସାମ୍ନା କରି ଅପରାଜିତ 112 ରନ କରିଥିଲେ । 49 ବଲରେ ଶତକ ହାସଲ କରିଥିଲେ । ଦ୍ରୁତତମ ଶତକ ହାସଲକାରୀ ଖେଳାଳି ହୋଇଥିଲେ ରଜତ । 7ଟି ଇନିଂସରେ ସେ 333 ରନ କରିଛନ୍ତି । ସେଥିରେ 2ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ରହିଛି । ପଟିଦାର ବାଦ ପଡିବା ପରେ ଆରସିବିର ଚିନ୍ତା ବଢିଛି । ପ୍ରଥମ ମ୍ୟାଚରେ ରିସ ଟପଲି ଆହତ ହୋଇଥିଲେ । ଦଳର ଏହି ଆହତ ସମସ୍ୟା ଯେପରି ମ୍ୟାଚ ଉପରେ କୌଣସି ପ୍ରଭାବ ନ ପକାଉ ସେ ଦିଗରେ ଦଳକୁ ପ୍ରସ୍ତୁତ ରହିବାକୁ ପଡିବ ।

ଏହା ବି ପଢନ୍ତୁ...IPL 2023: ଆଜି ରାଜସ୍ଥାନ-ପଞ୍ଜାବ ଫାଇଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ

ଏହା ବି ପଢନ୍ତୁ...IPL 2023: ଗୁଜରାଟର ବିଜୟଧାରା ଜାରି, ଦିଲ୍ଲୀର ଦ୍ବିତୀୟ ପରାଜୟ

ଫାଫ ଡୁପ୍ଲେସିଙ୍କ ନେତୃତ୍ବାଧୀନ ଆରସିବି ବିଜୟରୁ ଅଭିଯାନ ଆରମ୍ଭ କରିଛି । 5 ଥର ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ମୁକାବିରେ 8 ୱିକେଟରେ ବିଜୟ ହାସଲ କରିଥିଲା ଆରସିବି । ଏହି ମ୍ୟାଚରେ ବିରାଟ କୋହଲି ଓ ଫାଫ ଡୁପ୍ଲେସିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଆସନ୍ତାକାଲି (ଗୁରୁବାର) କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଚଳିତ ଆଇପିଏଲ ସଂସ୍କରଣର ଇଡେନ ଗାର୍ଡେନରେ ଦ୍ବିତୀୟ ମ୍ୟାଚ ଖେଳିବ ବେଙ୍ଗାଲୁରୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.