ETV Bharat / sports

IPL 2023 MI vs GT: ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଶତକ, 27 ରନରେ ଜିତିଲା ମୁମ୍ବାଇ

ଆଇପିଏଲ 2023ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ 218 ରନର ବିଶାଳ ସ୍କୋର କରିଥିଲା । ଗୁଜରାଟ ନିର୍ଦ୍ଧାରିତ ଓଭରରେ 191 ରନରେ ପହଞ୍ଚି ପାରିଥିଲା । ଫଳରେ ଆଜିର ମ୍ୟାଚକୁ 27 ରନରେ ଜିତିନେଇଛି ମୁମ୍ବାଇ । ଅଧିକ ପଢ଼ନ୍ତୁ

author img

By

Published : May 13, 2023, 12:57 AM IST

IPL 2023 MI vs GT
IPL 2023 MI vs GT

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଚୌକା ଛକାର ବର୍ଷା ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 218 ରନର ବିଶାଳ ସ୍କୋର କରିଥିଲା । ଗୁଜରାଟର ଶୀର୍ଷକ୍ରମ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ରସିଦ ଖାନଙ୍କ ଧୂଆଁଧାର ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ 191 ରନରେ ପହଞ୍ଚି ପାରିଥିଲା । ଫଳରେ ଆଜିର ମ୍ୟାଚକୁ 27 ରନରେ ଜିତିନେଇଛି ମୁମ୍ବାଇ । ଧୂଆଁଧାର ବ୍ୟାଟିଂ କରି ଶତକୀୟ ପାଳିଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ପ୍ରଥମେ ଟସ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇକୁ ପ୍ରଥମରୁ ଭଲ ଆରମ୍ଭ ମିଳିଥିଲା । ଅଧିନାୟକ ରୋହିତ ଶର୍ମା 18 ବଲରୁ 29 ଓ ଈଶାନ କିଶାନ 20 ବଲରୁ 31 ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ନେହାଲ ୱାଧିରା 7 ବଲରୁ 15 ରନର ପାଳି ଖେଳି ପାଭିଲିୟନ ଫେରିଥିବା ବେଳେ ବିଷ୍ଣୁ ବିନୋଦ 30 ରନର ପାଳି ଖେଳିଥିଲେ । ତେବେ ନିଜର ପୁରୁଣା ଲୟକୁ ଫେରିଥିବା ସୂର୍ଯ୍ୟକୁମାର ଯାଦବ ଆଜି ଷ୍ଟାଡିୟମରେ ଚୌକା ଛକାର ବର୍ଷା କରିଥିଲେ । କେବଳ 49 ବଲରୁ ସେ ଦୃତ ଶତକ ହାସଲ କରିଥିଲେ । 6 ଛକା ଓ 11 ଚୌକା ବଳରେ ସେ ସମୁଦାୟ 103 ରନ କରିଥିଲେ ।

ଗୁଜରାଟ ପକ୍ଷରୁ ଆଜି କେବଳ ରସିଦ ଖାନ ଶ୍ରେଷ୍ଠ ପ୍ରଦର୍ଶନ କରି 4 ୱିକେଟ ହାସଲ କରିଥିଲେ । ତେବେ ସେ 4 ଓଭରରେ 30 ରନ ବ୍ୟୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୋହିତ ଶର୍ମାଙ୍କୁ ଯଦିଓ ଗୋଟିଏ ସଫଳତା ମିଳିଥିଲା, ସେ 4 ଓଭରରେ 43 ରନ ଖର୍ଚ୍ଚ କରିଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନଥିଲା । ଦଳର ଅନୁଭବୀ ଷ୍ଟାର ବୋଲର ମହମ୍ମଦ ସାମି 53 ରନ ଖର୍ଚ୍ଚ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ସେପଟେ 219 ରନର ବଡ଼ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସର ଶୀର୍ଷକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରିଦ୍ଧିମାନ ଶାହା 2, ଶୁଭମନ ଗିଲ 6 ଓ ଅଧିନାୟକ ପାଣ୍ଡ୍ୟା କେବଳ 4 ରନ କରି ଆଉଟ ହୋଇଥିଲେ । ଏହାପରେ ବିଜୟ ଶଙ୍କର 14 ବଲରୁ ଦଳୀୟ ଖାତାରେ 29 ରନ ଯୋଡ଼ି ଆଉଟ ହୋଇଥିଲେ । ସେହିଭଳି ବ୍ୟକ୍ତିଗତ 41 ରନ କରି ଡେଭିଡ ମିଲର ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ରାହୁଲ ତେୱତିଆ କେବଳ 14 ରନ ହିଁ କରିପାରିଥିଲେ । ତେବେ ରସିଦ ଖାନ ଏକାକୀ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ । ସେ ମାତ୍ର 32 ବଲରୁ 10 ଛକା ଓ 3 ଚୌକା ବଳରେ 79 ରନର ଧୂଆଁଧାର ପାଳି ଖେଳିଥିଲେ । ଏହାସତ୍ତ୍ବେ ସେ ଏକାକୀ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 191 ରନରେ ଅଟକି ଯାଇଥିଲା ।

ମୁମ୍ବାଇ ପକ୍ଷରୁ ଆକାଶ ମାଢୱାଲ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ସେ 4 ଓଭରରେ 31 ରନ ଖର୍ଚ୍ଚ କରିଥିଲେ । ପୀୟୁଷ ଚାୱଲା ଓ କୁମାର କାର୍ତ୍ତିକେୟଙ୍କୁ 2ଟି ଲେଖାଏଁ ୱିକେଟ ମିଳିଥିଲା । ତେବେ ଉଭୟ ଯଥାକ୍ରମେ 36 ଓ 37 ରନ ଖର୍ଚ୍ଚ କରିଥିଲେ । ସେହିଭଳି 4 ଓଭରରେ 37 ରନ ବ୍ୟୟରେ ଗୋଟିଏ ସଫଳତା ପାଇଥିଲେ ଜାଶନ ବେରେନଡ୍ରଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.