ETV Bharat / sports

IPL 2023 CSK vs LSG: ପଏଣ୍ଟ ବାଣ୍ଚିଲେ ଚେନ୍ନାଇ ଓ ଲକ୍ଷ୍ନୌ, ମ୍ୟାଚ୍‌ ଧୋଇ ଦେଲା ବର୍ଷା

author img

By

Published : May 3, 2023, 8:22 PM IST

ବର୍ଷା ଯୋଗୁଁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ମଧ୍ୟରେ ମ୍ୟାଚ୍‌ ରଦ୍ଦ ହୋଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୯.୪ ଓଭରରେ ୧୨୫ ରନ୍‌ କରିଥିଲା । ଅଧିକ ପଢ଼ନ୍ତୁ

IPL 2023 Match between CSK and LSG called off due to heavy rain
ପଏଣ୍ଟ ବାଣ୍ଚିଲେ ଚେନ୍ନାଇ ଓ ଲକ୍ଷ୍ନୌ, ମ୍ୟାଚ୍‌ ଧୋଇ ଦେଲା ବର୍ଷା

ମୋହାଲି: ବର୍ଷାରେ ଧୋଇଗଲା ଆଇପିଏଲ ୨୦୨୩ର ୪୫ତମ ମ୍ୟାଚ୍‌ । ଏହି ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ମଧ୍ୟରେ ଖେଳାଯାଉଥିଲା । ଟସ୍‌ ଜିତି ଧୋନୀ ବାହିନୀ ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌର ବ୍ୟାଟିଂ ଲାଇନ ଧ୍ବସ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରଥମ ଇନିଂସ ଶେଷ ହେବାକୁ ୪ଟି ବାକି ଥିବା ବେଳେ ମୋହାଲିରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲେ । ଫଳରେ ମ୍ୟାଚ୍‌ ରଦ୍ଦ ହେବା ସହ ପଏଣ୍ଟ ଭାଗ ହୋଇଛି ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ଲକ୍ଷ୍ନୌ ଓପନର ମାତ୍ର ୧୮ ରନ୍‌ ହିଁ ଯୋଡ଼ି ପାରିଥିଲେ । ଏହାପରେ ମନନ ବୋହରା ମଧ୍ୟ ଅଧିକ ସମୟ ପିଚ୍‌ରେ ବିତାଇ ପାରିନଥିଲେ । ସ୍କୋର୍‌ବୋର୍ଡ ଆଗକୁ ବଢ଼ୁନଥିବା ବେଳେ ଗୋଟିଏ ଗୋଟିଏ ପରେ ୱିକେଟ ହରାଇ ଚାଲିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ । ୯.୪ ଓଭର ବେଳକୁ ଦଳ ୪୪ ରନ୍‌ରେ ୫ଟି ୱିକେଟ ହରାଇ ସାରିଥିଲା । ଗୋଟିଏ ସମୟରେ ଦଳ ୧୦୦ ରନ୍‌ ପାର୍‌ କରିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ତେବେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଆୟୁଶ ଆକ୍ରାମକ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ । ସେ ୩୩ଟି ବଲ୍‌ରେ ଦୃତ ୫୯ ରନ୍‌ କରି ଦଳୀୟ ସ୍କୋର୍‌କୁ ୧୨୫ରେ ପହଞ୍ଚାଇଥିଲେ । ସେପଟେ ଦୀର୍ଘ ଦିନରେ ଦଳକୁ ଫେରିଥିବା ଦୀପକ ଚହର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୧୦.୨୦ ହାରରେ ୪ ଓଭରରେ ୪୧ ରନ୍‌ ଖର୍ଚ୍ଚ କରିଥିଲେ । ଅନ୍ୟ ସମସ୍ତ ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ମୋଇନ ଅଲୀ, ମହିଶ ଥିକ୍ଷାଣା ଓ ପଥିରାଣା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ ରବିନ୍ଦ୍ର ଜାଡେଜା ।

ତେବେ ଶେଷ ଓଭର ପଥିରାଣା ବୋଲିଂ କରୁଥିବା ବେଳେ ଘୋଟି ଆସିଥିଲ କଳା ବାଦଲ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଦ୍ବିତୀୟ ଇନିଂସ ଆରମ୍ଭ ହୋଇ ପାରିନଥିଲା । ମ୍ୟାଚ୍‌କୁ ରଦ୍ଦ କରିଥିଲେ ଅମ୍ପାୟାର । ଫଳରେ ମ୍ୟାଚ୍‌ ପଏଣ୍ଟ ଦୁଇ ଦଳ ମଧ୍ୟରେ ଭାଗ ହୋଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ତୃତୀୟ ସ୍ଥାନରେ ରହିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦ୍ବିତୀୟ ସ୍ଥାନରେ ରହିଛି । ଉଭୟ ଦଳ ୧୧ ପଏଣ୍ଟ ଲେଖାଏଁ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.