ETV Bharat / sports

IPL 2023 LSG vs PBKS: ଲକ୍ଷ୍ନୌକୁ 2 ୱିକେଟରେ ମାତ ଦେଲା ପଞ୍ଜାବ - punjab won by two wickets

ଲକ୍ଷ୍ନୌ ବିପକ୍ଷରେ ଆଜି ଦୁଇ ୱିକେଟରେ ବିଜୟ ହାସଲ କରିଛି ପଞ୍ଜାବ । 160 ରନ ଟାର୍ଗେଟକୁ 19.3 ଓଭରରେ ହାସଲ କରିଛି ପଞ୍ଜାବ । ସିକନ୍ଦର ରାଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

IPL 2023 LSG vs PBKS
IPL 2023 LSG vs PBKS
author img

By

Published : Apr 16, 2023, 12:11 AM IST

Updated : Apr 16, 2023, 1:24 AM IST

ଲକ୍ଷ୍ନୌ: IPLର 16ତମ ସଂସ୍କରଣର ଲିଗ ମ୍ୟାଚରେ ତୃତୀୟ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ମ୍ୟାଚ ଖେଳିଥିଲା ପଞ୍ଜାବ କିଙ୍ଗସ । ଆଜିର ମ୍ୟାଚକୁ ଦୁଇ ୱିକେଟରେ ଜିତି ନେଇଛି ପଞ୍ଜାବ । ଉଭୟଙ୍କ ମଧ୍ୟରେ ଆଜି ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଛି ।

ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓପନର ଆଜି ଭଲ ଆରମ୍ଭ କରିଥିଲେ । ଦୁଇ ଓପନରଙ୍କ ମଧ୍ୟ ଆଜି ଅର୍ଦ୍ଧ ଶତକୀୟ ଭାଗିଦାରୀ ହୋଇଥିଲା । ଏହାପରେ କାୟଲ ମାୟର୍ସ 29 ରନ କରି ଆଉଟ ହୋଇଥିଲେ। ସେ 29 କରି ପାଭିଲିୟନ ଫେରିଥିଲେ। ଏହାପରେ ଦୀପକ ହୁଡ୍ଡା ଦୁଇ ରନ ଆଉଟ ହୋଇଥିଲେ। କୃଣାଳ ପାଣ୍ଡ୍ୟାଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ସେ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରିନଥିଲେ । ମାର୍କସ୍ ଷ୍ଟୋଇନିସ୍ ମଧ୍ୟ 15 ରନ୍ କରି ପାଭିଲିୟନ ଫେରିଥିଲେ । ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ। ଅଧିନାୟକ କେ.ଏଲ ରାହୁଲଙ୍କ 74 ରନ ବଳରେ 159 ରନ କରିବାକୁ ହିଁ ସକ୍ଷମ ହୋଇଥିଲେ ।

ପଞ୍ଜାବ ପକ୍ଷରୁ ସାମ କରନ ସର୍ବାଧିକ 3 ୱିକେଟ ନେଇଥିବା ବେଳେ କାଗିସୋ ରାବାଡ଼ା ଦୁଇଟି ୱିକେଟ ନେଇଛନ୍ତି। ଅର୍ଶଦୀବ ସିଂହ, ହରପ୍ରୀତ ବ୍ରାର, ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ରାବାଡ଼ା 4 ଓଭରରେ ସର୍ବାଧିକ 34 ରନ ଖର୍ଚ୍ଚ କରିଥିଲେ।

160 ଟାର୍ଗେଟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇ ପଞ୍ଜାବ କିଙ୍ଗସ ଦଳୀୟ ଖାତା ଖୋଲିବା ପୂର୍ବରୁ ପ୍ରଥମ ୱିକେଟ ହରାଇଥିଲା । ଏହାପରେ ପ୍ରଭାସିମରନ ମଧ୍ୟ ବେଶି ସମୟ ପିଚରେ ବିତାଇ ପାରିନଥିଲେ। ସଅଳ ଦୁଇଟି ୱିକେଟ ହରାଇବା ପରେ ପଞ୍ଜାବ କିଙ୍ଗସର ସ୍କୋର ବୋର୍ଡକୁ ଗତି ଦେବାକୁ ଚେଷ୍ଟା କରିଥିଲେ ମାଥ୍ୟୁ ସର୍ଟ ସେ 22 ବଲରେ 34 ରନ କରିଥିଲେ। ହରପ୍ରୀତ ସିଂହ ଭାଟିଆ 22 ବଲରେ 22 ରନ କରିଥିଲେ। ସିକନ୍ଦର ରାଜା ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ 41 ବଲରେ 57ରନ କରିଥିଲେ। ଯାହା ଫଳରେ ଦଳ ବିଜୟ ଦ୍ୱାରରେ ପହଞ୍ଚି ପାରିଥିଲେ। ଶାହାରୁଖ ଖାନ ଶେଷ ବେଳକୁ 23 ରନ କରି ଟାର୍ଗେଟ ହାସଲ କରିଥିଲେ । 8 ୱିକେଟ ବିନିମୟରେ ବିଜୟ ହାସଲ କରିଛି ପଞ୍ଜାବ ।

ଲକ୍ଷ୍ନୌ ପକ୍ଷରୁ ୟୁଧବୀର ସିଂହ, ମାର୍କ ଉଡ ଓ ରବି ବିଷ୍ଣୋଇ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି। କ୍ରୀଷ୍ଣାପା ଗୌତମ ଓ କୃଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Last Updated : Apr 16, 2023, 1:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.