ETV Bharat / sports

IPL 2023 LSG vs MI: ମୁମ୍ବାଇ ପାଇଁ ବଢ଼ିଲା ଅଡ଼ୁଆ, 5 ରନରେ ଜିତିଲା ଲକ୍ଷ୍ନୌ - 5 ରନରେ ଜିତିଲା ଲକ୍ଷ୍ନୌ

ଆଇପିଏଲ 2023ରେ ଆଜି ପ୍ରଥମେ ବ୍ୟାଟିଂ କରି ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ 20 ଓଭରରେ 177 ରନ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ହେଲେ ଏହାର ମୁକାବିଲାରେ 172 ରନରେ ଅଟକି ଯାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ଏହି ମ୍ୟାଚକୁ 5 ରନରେ ଲକ୍ଷ୍ନୌ ଜିତି ନେଇଛି । ଅଧିକ ପଢ଼ନ୍ତୁ

IPL 2023 LSG vs MI
IPL 2023 LSG vs MI
author img

By

Published : May 17, 2023, 1:22 AM IST

ଲକ୍ଷ୍ନୌ: ଦିନକୁ ଦିନ ଆଇପିଏଲ 2023 ପଏଣ୍ଟ ଟେବୁଲ ସ୍ଥିତି ଜଟିଳ ହେଉଥିବା ବେଳେ ଆଜି ମୁମ୍ବାଇ ଠାରୁ 5 ରନରେ ରୋମାଞ୍ଚକର ବିଜୟ ସହିତ ଏହାକୁ ଆହୁରି ଜଟିଳ କରିଛି ଲକ୍ଷ୍ନୌ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ 20 ଓଭରରେ 177 ରନ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ହେଲେ ଏହାର ମୁକାବିଲାରେ 172 ରନରେ ଅଟକି ଯାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ଏହି ମ୍ୟାଚକୁ 5 ରନରେ ଲକ୍ଷ୍ନୌ ଜିତି ନେଇଛି ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷ୍ନୌକୁ ଭଲ ଆରମ୍ଭ ମିଳିପାରିନଥିଲା । ଦୀପକ ହୁଡ୍ଡା ମାତ୍ର 5 ରନ କରି ଆଉଟ ହୋଇଥିବା ବେଳେ ଏହାର ପର ବଲରେ ହିଁ ଖାତା ଖୋଲିବା ପୂର୍ବରୁ ପ୍ରେରକ ମଙ୍କଡଙ୍କୁ ପାଭିଲିୟନ ଫେରାଇଇଥିଲେ ଜାଶନ ବେରେନଡର୍ଫ । ସେପଟେ କ୍ବିଣ୍ଟନ ଡିକକ୍ ମଧ୍ୟ କେବଳ 16 ରନ କରି ଆଉଟ ହୋଇଯାଇଥିଲେ । ତେବେ ଏହାପରେ ପରିସ୍ଥିତିକୁ ଅଧିନାୟକ କୃଣାଲ ପାଣ୍ଡ୍ୟାଙ୍କ ସହ ମିଶି ସମ୍ଭାଳିଥିଲେ ମାର୍କସ ଷ୍ଟୋଇନିସ । ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ 42 ବଲରୁ 49 ରନ କରି ଆହତ କାରଣରୁ ପାଭିଲିୟନ ଫେରିଯାଇଥିଲେ ପାଣ୍ଡ୍ୟା । ଏହାପରେ ଗୋଟିଏ ପଟେ ନିକୋଲସ ପୁରନ ପାଳି ତୁଲାଉଥିବା ବେଳେ ଅନ୍ୟପଟେ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ ଷ୍ଟୋଇନିସ । ସେ 47 ବଲରୁ 8 ଛକା ଓ 4 ଚୌକା ବଳରେ ଦୃତ 89 ରନ କରି ଦଳକୁ 177 ରନରେ ପହଞ୍ଚାଇଥିଲେ ।

ମୁମ୍ବାଇ ପକ୍ଷରୁ ଜାଶନ ବେରେନଡର୍ଫ 4 ଓଭରରେ 30 ରନ ଖର୍ଚ୍ଚ କରି 2ଟି ୱିକେଟ ହାସଲ କରିଥିଲେ । 3 ଓଭରରୁ 26 ରନ ବ୍ୟୟରେ ଗୋଟିଏ ୱିକେଟ ନେଇଥିଲେ ପୀୟୁଷ ଚାୱଲା । ଅନ୍ୟ କୌଣସି ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିଲା । 4 ଓଭରରେ 50 ରନ ଖର୍ଚ୍ଚ କରି କ୍ରିସ ଜୋର୍ଦାନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ପ୍ଲେ ଅଫର ନିକଟତର ହେବା ପାଇଁ ମୁମ୍ବାଇକୁ 178 ରନର ଆବଶ୍ୟକତା ରହିଥିଲା । ଦଳକୁ ଭଲ ଆରମ୍ଭ ମଧ୍ୟ ମିଳିଥିଲା । ପ୍ରଥମରୁ ଉଭୟ ରୋହିତ ଶର୍ମା ଓ ଈଶାନ କିଶାନ ବିପକ୍ଷ ବୋଲରଙ୍କୁ ଆକ୍ରମଣ କରିଥିଲେ । ଦୁହେଁ ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 90 ରନ ଯୋଡ଼ିଥିଲେ । ଏହାପରେ 37 ରନ କରି ରବି ବିଷ୍ଣୋଇଙ୍କର ଶିକାର ପାଲଟିଥିଲେ ଅଧିନାୟକ ରୋହିତ ଶର୍ମା । ଏହାପରେ 39 ବଲରୁ 59 ରନ ସଂଗ୍ରହ କରିଥିବା ଈଶାନ କିଶାନଙ୍କୁ ମଧ୍ୟ ଦଳ ହରାଇଥିଲା । ସୂର୍ଯ୍ୟକୁମାର ଯାଦବ ଆଜି ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ସେ କେବଳ 7 ରନ କରି ଆଉଟ ହୋଇଥିବା ବେଳେ ନେହାଲ ୱାଧିରା 16 ରନ କରି ପାଭିଲିୟନ ଫେରିଥିଲେ । ତେବେ ଟିମ ଡେଭିଡ 19 ବଲରୁ 32 ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ ଦଳ 172 ରନରେ ଅଟକି ଯାଇଥିଲା ।

ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କୃଣାଲ ପାଣ୍ଡ୍ୟାଙ୍କ ସମେତ ରବି ବିଷ୍ଣୋଇ ମଧ୍ୟ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ବିଷ୍ଣୋଇ 4 ଓଭରରେ 26 ରନ ଖର୍ଚ୍ଚ କରି 2ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ଯଦିଓ ୟଶ ଠାକୁର 2ଟି ୱିକେଟ ପାଇଥିଲେ, ତେବେ 40 ରନ ଖର୍ଚ୍ଚ ମଧ୍ୟ କରିଦେଇଥିଲେ । 3 ଓଭରରୁ 26 ରନ ଖର୍ଚ୍ଚ କରି ଗୋଟିଏ ସଫଳତା ହାସଲ କରିଥିବା ମୋହସୀନ ଖାନ ଶେଷ ଓଭରରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.