ETV Bharat / sports

IPL 2023 KKR vs GT: ବିଜୟ ଶଙ୍କରଙ୍କ ଧୂଆଁଧାର ପାଳି, ୭ୱିକେଟରେ ଜିତି ଶୀର୍ଷରେ ଗୁଜରାଟ - କୋଲକାତା ନାଇଟ ରାଇଡର୍ସ

କୋଲକାତା ବିପକ୍ଷ ମ୍ୟାଚକୁ ୭ ୱିକେଟରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ୧୭୯ ରନ କରିଥିଲା କୋଲକାତା ନାଇଟ ରାଇଡର୍ସ । ତେବେ ବିଜୟ ଶଙ୍କରଙ୍କ ଧୂଆଁଧାର ପାଳି ବଳରେ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଗୁଜରାଟ । ଅଧିକ ପଢ଼ନ୍ତୁ

IPL 2023 KKR vs GT
IPL 2023 KKR vs GT
author img

By

Published : Apr 29, 2023, 9:35 PM IST

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚ୍‌କୁ ୭ ୱିକେଟରେ ଜିତି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଗୁଜରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୯ ରନ କରିଥିଲା କୋଲକାତା ନାଇଟ ରାଇଡର୍ସ । ତେବେ ବିଜୟ ଶଙ୍କରଙ୍କ ଧୂଆଁଧାର ପାଳି ବଳରେ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଗୁଜରାଟ ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ସେନାପତି ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ପ୍ରଥମରୁ କୋଲକାତାକୁ ଭଲ ଆରମ୍ଭ ଦେଇଥିଲେ ଦଳର ପ୍ରାରମ୍ଭିକ ବ୍ୟାଟର । କିନ୍ତୁ ଏନ ଜଗଦୀଶନ ମାତ୍ର ୧୯ ରନ କରି ସାମିଙ୍କ ଶିକାର ହୋଇଥିଲେ । ଏହାପରେ ତୃତୀୟରେ ଖେଳିବାକୁ ସୁଯୋଗ ପାଇ ମୈଦାନକୁ ଓହ୍ଲାଇଥିବା ଶାର୍ଦ୍ଦୁଲ ଠାକୁର ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ । ଭେଙ୍କଟେଶ ଆୟର ୧୧ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ନୀତିଶ ରାଣା ୪ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ରାମାନୁଲ୍ଲା ଗୁରବାଜ ୩୯ ବଲ ଖେଳି ୫ ଚୌକା ଓ ୭ ଛକା ବଳରେ ଦୃତ ୮୧ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ରିଙ୍କୁ ସିଂହ ୧୯ ରନ କରି ଆଉଟ ହୋଇଥିବା ବେଳେ ରୁସେଲଙ୍କ ୧୯ ବଲରୁ ୩୪ ରନ ଓ ଡେଭିଡ ୱେସେଙ୍କ ୮ ରନ ବଳରେ ଦଳ ୧୭୯ ସ୍କୋରରେ ପହଞ୍ଚି ପାରିଥିଲା ।

ଗୁଜରାଟ ପକ୍ଷରୁ ଦଳର ଅନୁଭବୀ ଦୃତ ବୋଲର ମହମ୍ମଦ ସାମି ୪ ଓଭରରୁ ୩୩ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜୋଶୁଆ ଲିଟିଲ ଓ ନୁର ଅହମ୍ମଦ ୪ ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ ୨୫ ଓ ୨୧ ରନ ବ୍ୟୟରେ ୨ଟି ଲେଖାଏଁ ୱିକେଟ ହାତେଇଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନାହିଁ ।

ଏହାପରେ ୧୮୦ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟକୁ ଦଳୀୟ ସ୍କୋର ୪୧ ରନ ହୋଇଥିବା ବେଳେ ପ୍ରଥମ ଝଟକା ଲାଗିଥିଲା । ରିଦ୍ଧିମାନ ଶାହା ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ । ଶୁଭମନ ଗିଲ ୩୫ ବଲରୁ ୮ ଚୌକା ସହ ୪୯ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୨୬ ରନ କରିପାରିଥିଲେ । ଏହାପରେ ଦେଖିବାକୁ ମିଳିଥିଲା ବିଜୟ ଶଙ୍କର ଓ ଡେଭିଡ ମିଲର ଶୋ' । ବିଜୟ ଶଙ୍କର ମାତ୍ର ୨୪ ବଲରୁ ୨ ଚୌକା ଓ ୫ ଛକା ବଳରେ ୫୧ ରନର ଧୂଆଁଧାର ପାଳି ଖେଳି ଅପରାଜିତ ଥିଲେ । ସେହିଭଳି ମିଲର ୧୮ ବଲରୁ ୨ଟି ଲେଖାଏଁ ଛକା ଓ ଚୌକା ବଳରେ ୩୨ ରନ କରି ଦଳକୁ ବିଜୟ ଦେଇଥିଲେ ।

ସେପଟେ କୋଲକାତା ପକ୍ଷରୁ ହିତେଶ ରାଣା, ଆନ୍ଦ୍ରେ ରୁସେଲ ଓ ସୁନୀଲ ନାରାୟଣଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଅନ୍ୟ କୌଣସି ବୋଲର ଦଳ ପାଇଁ ସଫଳତା ଆଣି ପାରିନଥିଲେ । ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ ଓଭରରୁ ୪୨ ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.