ETV Bharat / sports

IPL 2023: MSDଙ୍କ ପରି ଆକାଶ ମଧୱାଲଙ୍କ କାହାଣୀ, 2ବର୍ଷ ଥିଲେ JE

ଆଇପିଏଲ ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ଘାତକ ବୋଲିଂ କରି ବିଜୟର ହିରୋ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଆକାଶ ମଧୱାଲ । ଜାଣନ୍ତୁ ତାଙ୍କର ଜୁନିୟର ଇଞ୍ଜିନିୟରୁ କ୍ରିକେଟର ହେବା ଯାତ୍ରା ସମ୍ପର୍କରେ ।

ipl 2023
ଧୋନୀଙ୍କ ପରି ଆକାଶ ମଧୱାଲଙ୍କ କାହାଣୀ
author img

By

Published : May 25, 2023, 3:07 PM IST

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ସମ୍ଭାବନା ଆକାଶ ମଧୱାଲ । ଆଇପିଏଲ ଏଲିମିନେଟର ମ୍ୟାଚରେ ମଧୱାଲଙ୍କ ମ୍ୟାଜିକ ବଳରେ ମୁମ୍ବାଇ ଲକ୍ଷ୍ନୌ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଯୁବ ପେସ ବୋଲର ଆକାଶ ମଧୱାଲ ଘାତକ ବୋଲିଂ କରି ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ । 3 ଓଭର 3ଟି ବଲ ବୋଲିଂ କରି 5 ରନ ଦେଇ 5ଟି ୱିକେଟ ହାତେଇଥିଲେ ଆକାଶ । ଏବେ ଏହି ଘାତକ ବୋଲରଙ୍କୁ ନେଇ ଚର୍ଚ୍ଚା । ଆକାଶଙ୍କ ଜୀବନ କାହାଣୀ ଭାରତୀୟ ପୂର୍ବତନ ଅଧିକନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କାହାଣୀ ପରି ରହିଛି । ତେବେ ଆଇପିଏଲ୍ ଏଲିମିନେଟର ମ୍ୟାଚରେ 5ଟି ଓ୍ୱିକେଟ ନେବାରେ ସେ ପ୍ରଥମ ଖେଳାଳି ବନିବା ସହିତ ରେକର୍ଡ କରିଛନ୍ତି ।

2 ବର୍ଷ ଥିଲେ JE: ଉତ୍ତରାଖଣ୍ଡ ରାମନଗରବାସୀ ଆକାଶ ମଧୱାଲ । 29 ବର୍ଷୀୟ ଆକାଶ ଋଡକୀ ଆର୍ମି ସ୍କୁଲରୁ ସ୍କୁଲ ପାଠପଢା ଶେଷ କରିଥିଲେ । ଏହା ପରେ କଲେଜ ଅଫ୍ ଇଞ୍ଜିନିୟରିଂରୁ ସିଭିଲ ଇଞ୍ଜିନିୟରିଂ ପାସ କରିଥିଲେ । ଏହାପରେ ବହାଦରାବାଦ ବ୍ଲାକରେ 2026-2028 ଯାଏ ଜୁନିୟର ଇଞ୍ଜିନିୟରିଂ ଭାବେ ଚାକିରି କରିଥିଲେ । ମାତ୍ର କ୍ରିକେଟ ପ୍ରତି ଆକାଶଙ୍କର ଆହେତୁକ ଦୁର୍ବଳତା ଥିଲା । ତେଣୁ କ୍ରିକେଟ ଟ୍ରାଏଲ ଦେଇଥିଲେ ଆକାଶ । ଏହାପରେ ଉତ୍ତରାଖଣ୍ଡ ପାଇଁ କ୍ରିକେଟ ଖେଳିଥିଲେ । ଏହି ପରି ଆକାଶଙ୍କ ଜୀବନ କାହାଣୀ ମଧ୍ୟ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନ କାହାଣୀ ସହ ମେଳ ଖାଉଛି । କାରଣ ଏମଏସଡି ସଫଳ କ୍ରିକେଟର ହେବା ପୂର୍ବରୁ ରେଲୱେ ଟିଟି ଭାବେ ଚାକିରି କରୁଥିଲେ ।

2012ରେ ଆକାଶଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତାଙ୍କ ବାପା ବେଙ୍ଗଲ ଇଞ୍ଜିନିୟରିଂ ଗ୍ରୁପରେ କାର୍ଯ୍ୟରତ ଥିଲେ । ବାପାଙ୍କ ଦେହାନ୍ତ ପରେ ଆକାଶଙ୍କୁ ପରିବାର ଚଳାଇବାକୁ ପଡିଥିଲା । ବାପାଙ୍କ ଯିବା ପରେ ସେ ନିଜକୁ ସମ୍ଭାଳିବା ସହ ପାଠପଢା ଓ କ୍ରିକେଟ ଉପରେ ଫୋକସ କରିଥିଲେ । ପୁଅର ସଫଳତା ନେଇ ତାଙ୍କ ମାଆ ଆଶା ମଧୱାଲ ଖୁସି ବ୍ୟକ୍ତ କରିଛନ୍ତି । ଏବେ ଆକାଶ ଉତ୍ତରାଖଣ୍ଡ ଛୋଟ ଫର୍ମାଟର ଅଧିନାୟକ ଅଛନ୍ତି । 20 ଲକ୍ଷ ଟଙ୍କାରେ ଆକାଶଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କ୍ରୟ କରିଛି । ମାତ୍ର ଭାରତୀୟ ଟିମରେ ସାମିଲ ହେବା ତାଙ୍କର ପ୍ରଥମ ଲକ୍ଷ୍ୟ । ବ୍ଲୁ ଜର୍ସି ପାଇଁ ଆଗ୍ରହୀ ଅଛନ୍ତି ଆକାଶ ।

ଏହା ବି ପଢନ୍ତୁ...IPL 2023 Eliminator: ଆକାଶ ମାଢୱାଲଙ୍କ ଶ୍ରେଷ୍ଠ ପ୍ରଦର୍ଶନର, ବିଦା ହେଲା ଲକ୍ଷ୍ନୌ

ପ୍ରକାଶଥାଉ କି, ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଆଇପିଏଲ 16ତମ ସଂସ୍କରଣର ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଏଥିରେ ଲକ୍ଷ୍ନୌକୁ 81ରନରେ ପରାସ୍ତ କରି କ୍ବାଲିଫାୟାର ପାଇଁ ଯୋଗ୍ୟତା ହାସଲ କିରିଛି ମୁମ୍ବାଇ । ଆସନ୍ତାକାଲି (ଶୁକ୍ରବାର ) ଗୁଜୁରାଟ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ । ଏହି ମ୍ୟାଚରେ ବିଜୟୀ ଦଳ 28 ତାରିଖରେେ ଫାଇନାଲରେ ଚେନ୍ନାକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.