ପୁଣେ: ଚଳିତ ଆଇପିଏଲରେ ଆଜି (ବୁଧବାର) 23 ତମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । 5 ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଚଳିତ ସିଜିନରେ ଖାତା ଖୋଲିନାହିଁ । ଟାଇଟଲ ଦୌଡରୁ ଦଳକୁ ବାଦ ପଡିବାର ଆଶଙ୍କା ରହିଛି । ଆଜିର ମ୍ୟାଚ ଜିତି ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ମୁମ୍ବାଇ । ସେହିପରି କିଙ୍ଗସ 4ଟିରୁ 2ଟି ମ୍ୟାଚ ଜିତିଛି । ଆଜି ତୃତୀୟ ବିଜୟ ପାଇଁ ସବୁ ଶକ୍ତି ଖଟାଇବ ଦଳ ।
ଚଳିତ ସିଜିନରେ ମୁମ୍ବାଇର ପଦର୍ଶନ ନିରାଶଜନକ ରହିଛି । ଲଗାତାର 4ଟି ମ୍ୟାଚ ହାରିଛି । ଦଳରେ ଦକ୍ଷ ଖେଳାଳି ରହିଛନ୍ତି ହେଲେ କେଉଁଠି ନା କେଉଁଠି ପ୍ରସ୍ତୁତିରେ ଅଭାବ ରହିଯାଉଛି । ପୂର୍ବ ପରାଜୟ ପୀଡାକୁ ଭୁଲି ଦଳକୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ରୋହିତ ଶର୍ମାଙ୍କ ଉପରେ ନଜର ରହିବ ।
ଏହା ବି ପଢନ୍ତୁ...IPL 2022: ବିଜୟ ଖାତା ଖୋଲିଲା ଚେନ୍ନାଇ, 23 ରନରେ ହାରିଲା RCB
ସେପଟେ 4ଟି ମ୍ୟାଚରୁ 2ଟି ଜିତି ପଏଣ୍ଟ ଟେବୁଲ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ । ଆଜି ତୃତୀୟ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବାକୁ ଚେଷ୍ଟା କରିବ ଦଳ । ଦଳରେ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ । ବୋଲିଂ ବିଭାଗକୁ ନେଇ ଚିନ୍ତା ରହିଛି । ଉଭୟ ବିଭାଗରେ ସନ୍ତୁଳନ ରଖି ପ୍ରଦର୍ଶନ କଲେ ଦଳ ପାଇଁ ବିଜୟ ସହଜ ହେବ ।