ETV Bharat / sports

IPL 2022: ଆଜି ଲକ୍ଷ୍ନୌ-ମୁମ୍ବାଇ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ MI - ଆଇପିଏଲ 2022

ଆଜି ଆଇପିଏଲର ୨୦୨୨ ଟୁର୍ଣ୍ଣାମେଣ୍ଟର 37ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଆଇପିଏଲର ସବୁଠୁ ଶକ୍ତିଶାଳୀ ତଥା 5 ଥର ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ନବାଗତ ଲକ୍ଷୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଲକ୍ଷ୍ନୌ - ମୁମ୍ବାଇ ମୁକାବିଲା
ଆଜି ଲକ୍ଷ୍ନୌ - ମୁମ୍ବାଇ ମୁକାବିଲା
author img

By

Published : Apr 24, 2022, 11:21 AM IST

ମୁମ୍ବାଇ: ଆଜି ଆଇପିଏଲର ୨୦୨୨ ଟୁର୍ଣ୍ଣାମେଣ୍ଟର 37ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଆଇପିଏଲର ସବୁଠୁ ଶକ୍ତିଶାଳୀ ତଥା 5 ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ନବାଗତ ଲକ୍ଷୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଚଳିତ ସିଜିନରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏଯାଏଁ 7ଟି ମ୍ୟାଚ ଖେଳିସାରିଛି । ହେଲେ ଗୋଟିଏ ବି ଜିତିନାହିଁ । ଆଜିର ମ୍ୟାଚ ଜିତି ଖାତା ଖୋଲିବାକୁ ଚେଷ୍ଟା କରିବ ।

ଚଳିତ ସିଜିନରେ ନବାଗତ ଲକ୍ଷ୍ନୌ ଫୁଲ ଫର୍ମରେ ଅଛି । ମୋଟ 7ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି ଦଳ । 8 ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ସୁପରଜାଏଣ୍ଟସ । ଶେଷଥର ପାଇଁ ବାଙ୍ଗାଲୋରକୁ ଭେଟିଥିବା ଲକ୍ଷ୍ନୌ । 18ରନରେ ପରାସ୍ତ ହୋଇଥିଲା । ପୂର୍ବ ପରାଜୟକୁ ଭୁଲି ଆଜି ସମସ୍ତ ତ୍ରୁଟି ସୁଧାରି ଦଳକୁ ପ୍ରଦର୍ଶନ କରିବାକୁ ପଡିବ । ମୁମ୍ବାଇକୁ ହରାଇ ପଏଣ୍ଟ ଟେବୁଲ ଉପରକୁ ଉଠିବାକୁ ଚେଷ୍ଟା କରିବ ରାହୁଲ ବାହିନୀ । ଦଳର ସବୁ ବିଭାଗର ପ୍ରଦର୍ଶନ ଭଲ ରହିଛି । ଶେଷ ଥର ପାଇଁ ମୁମ୍ବାଇ ବିପକ୍ଷରେ ଲୋକେଶ ରାହୁଲ ଅପରାଜିତ ଶତକ (103) ହାସଲ କରିଥିଲେ ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରାଯାଉଛି ।

ଏହା ବି ପଢନ୍ତୁ...IPL 2022: ବାଙ୍ଗାଲୋର ବିପକ୍ଷରେ ସନରାଇଜର୍ସର ସହଜ ବିଜୟ

ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ 5ଥର ଟ୍ରଫି ହାତେଇଥିବା ମୁମ୍ବାଇର ପ୍ରଦର୍ଶନ ଫିକା ରହିଛି । ଲଗାତାର 7ଟି ପରାଜୟ ବରଣ କରିଛି ଏମଆଇ । ମୁମ୍ବାଇ ତାର ଶେଷ ମ୍ୟାଚରେ ଚେନ୍ନାଇକୁ ଭେଟିଥିଲା । ସୁପରକିଙ୍ଗସଠୁ ପରାସ୍ତ ହୋଇଥିଲା ଇଣ୍ଡିଆନ୍ସ । ମୁମ୍ବାଇରେ ଦକ୍ଷ ପେସ ବୋଲର ଅଛନ୍ତି । ହେଲେ ସସସ୍ତେ ନିରାଶ କରିଛନ୍ତି । ସ୍ପିନ ବିଭାଗ ବି କିଛି ବିଶେଷ ପ୍ରଦର୍ଶନ କରିନାହାନ୍ତି । ଆଜିର ମ୍ୟାଚରେ ରୋହିତ ଓ ଇଶାନ କିଷନଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଉଭୟ ସଫଳ ହେଲେ ବିଜୟ ସହଜ ହେବ । ଆଜି ମ୍ୟାଚକୁ ଜିତି ଦଳ ପରାଜୟ ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି । ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.