ETV Bharat / sports

IPL 2022: ଆଜି ଚେନ୍ନାଇ ବନାମ ମୁମ୍ବାଇ ମୁକାବିଲା

author img

By

Published : May 12, 2022, 1:46 PM IST

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 59ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ଆଜି ଚେନ୍ନାଇ ବନାମ ମୁମ୍ବାଇ ମୁକାବିଲା
ଆଜି ଚେନ୍ନାଇ ବନାମ ମୁମ୍ବାଇ ମୁକାବିଲା

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 59ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଖେଳାଯିବ । ପ୍ଲେ-ଅଫ୍‌ ଦୌଡରୁ ବାଦ ପଡିଥିବା ମୁମ୍ବାଇ କେବଳ ସମ୍ମାନ ପାଇଁ ଖେଳିବ । ପ୍ଲେ-ଫରେ ପହଞ୍ଚିବା କଷ୍ଟ ହେଲେ ମଧ୍ୟ ସୁପରକିଙ୍ଗ୍ସର ସାମାନ୍ୟ ଆଶା ରହିଛି । ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ଓ ମୁମ୍ବାଇର ପ୍ରଦର୍ଶନ ଚଳିତ ସିଜିନରେ ନୈରାଶ୍ୟଜନକ ରହିଛି । ଉଭୟ ମୋଟ 9ଟି ଟାଇଟଲ ଜିତି ସାରିଛନ୍ତି ହେଲେ ଏଥର ଟାଇଟଲ ଦୌଡରେ ପଛୁଆ ପଡିଯାଇଛନ୍ତି ।

ସୁପରକିଙ୍ଗ୍ସ ବର୍ତ୍ତମାନ 11ଟି ମ୍ୟାଚରୁ 4ଟି ବିଜୟ ସହ 8 ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏଯାଏଁ ମାତ୍ର 2ଟି ମ୍ୟାଚ ଜିତିଛି । ଉଭୟ ଦଳ ଗତ 21 ତାରିଖରେ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚକୁ ସୁପରକିଙ୍ଗ୍ସ ଜିତି ନେଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ମୁମ୍ବାଇ । ଆଜିର ମ୍ୟାଚକୁ ଜିତିବାକୁ ହେଲେ ମୁମ୍ବାଇକୁ ବ୍ୟାଟିଂ ବିଭାଗକୁ ଗୁରୁତ୍ବ ଦେବାକୁ ପଡିବ । ସୂର୍ଯ୍ୟକୁମାର ଆହତ ହୋଇ ବାଦ ପଡିଛନ୍ତି । ମଧ୍ୟଭାଗ ବ୍ୟାଟିଂରେ ତିଲକ ବର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ବି ପଢନ୍ତୁ...IPL 2022: କ୍ୟାପିଟାଲ୍ସ କବଜାରେ ମ୍ୟାଚ, 8 ୱିକେଟରେ ହାରିଲା ରାଜସ୍ଥାନ

ସେପଟେ ଚେନ୍ନାଇର ଓପନର କନୱେ ଓ ଗାଏକ୍ବାର୍ଡ ଫର୍ମକୁ ଫେରିଛନ୍ତି । ଦଳକୁ ବୋଲିଂ ବିଭାଗ ଉପରେ ନଜର ରଖିବାକୁ ପଡିବ । ସେପଟେ ଅଲରାଉଣ୍ଡର ଜାଡେଜା ଆହତ ହୋଇ ଆଇପିଏଲରୁ ବାଦ ପଡିଛନ୍ତି ତାଙ୍କ ଅନୁପସ୍ଥିତି ପାଇଁ ଦଳ ଯେପରି କିଛି ତ୍ରୁଟି ନ କରେ ସେ ଦିଗରେ ଧ୍ୟାନ ଦେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.