ETV Bharat / sports

IPL 2022: ଗୁଜୁରାଟ ସାମ୍ନାରେ ୧୯୦ ଟାର୍ଗେଟ ରଖିଲା ପଞ୍ଜାବ

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ଗୁଜୁରାଟ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

author img

By

Published : Apr 8, 2022, 9:34 PM IST

Updated : Apr 8, 2022, 10:07 PM IST

Gujarat Titans restrict punjab kings
IPL 2022: ଗୁଜରାଟ ଟାଇଟନ୍ସ ସାମ୍ନାରେ ୧୯୦ ଟାର୍ଗେଟ ରଖିଲା ପଞ୍ଜାବ

ମୁମ୍ବାଇ: ଆଇପିଏଲର ୧୬ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ଗୁଜୁରାଟ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଦମଦାର ଫର୍ମରେ ଥିବା ଲିଆମ ଲିଭିଂଷ୍ଟୋନ ପୁଣି ଏକ ଧମାକାଦାର ଇଂନିସ ଖେଳିଛନ୍ତି । ମାତ୍ର ୨୭ ବଲ୍‌ରୁ ୭ଟି ଚୌକା ଓ ୪ଟି ଛକା ସହାୟତାରେ ୬୪ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି ।

ଭେଟେରାନ ଓପନର ଶିଖର ଧାୱନ ୩୦ ବଲ୍‌ରୁ ୩୫ ଓ ଜିତେଶ ଶର୍ମା ୧୧ ବଲ୍‌ରୁ ୨୩ ରନ୍‌ର ଉପଯୋଗୀ ଦ୍ରୁତ ଇଂନିସ ଖେଳିଛନ୍ତି । ତେବେ କ୍ୟାପଟେନ ମୟଙ୍କ ଅଗ୍ରୱାଲ ପୁଣି ଥରେ ବିଫଳ ହେବାସହ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ । ମାତ୍ର ଶେଷ ଭାଗରେ ରାହୁଲ ଚହର ୧୪ ବଲ୍‌ରୁ ୨୨ ଓ ଅର୍ଶଦୀପ ସିଂ ୫ ବଲ୍‌ର ୧୦ ରନ୍‌ର ଯୋଗଦାନ ସହ ପଞ୍ଜାବର ସ୍କୋର ୧୮୦ ପାର୍‌ କରାଇଥିଲେ ।

ଅନ୍ୟପଟେ ଗୁଜରାଟ ପକ୍ଷରୁ ରାହୁଲ ତେୱାତିଆଙ୍କ ବ୍ୟତୀତ ସମସ୍ତ ବୋଲରଙ୍କୁ ସଫଳତା ମିଳିଛି । ଷ୍ଟାର ସ୍ପିନର ରସିଦ ଖାନଙ୍କୁ ସର୍ବାଧିକ ୩ଟି ଓ ଦର୍ଶନ ନଲକଣ୍ଡେଙ୍କୁ ୨ଟି ୱିକେଟ ମିଳିଛି । ସେହିପରି ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକି ଫର୍ଗୁସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2022, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.