ETV Bharat / sports

IPL 2022: ମୁମ୍ବାଇର ଷଷ୍ଠ ପରାଜୟ, ୧୮ ରନ୍‌ରେ ଜିତିଲା ଲକ୍ଷ୍ନୌ

author img

By

Published : Apr 16, 2022, 8:11 PM IST

Updated : Apr 16, 2022, 8:42 PM IST

ଆଇପିଏଲ ୨୦୨୨ର ୨୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍‌ରେ ହରାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ । ଅଧିକ ପଢନ୍ତୁ

IPL 2022: LSG beat MI by 18 runs
IPL 2022: ମୁମ୍ବାଇର ଷଷ୍ଠ ପରାଜୟ, ୧୮ ରନ୍‌ରେ ଜିତିଲା ଲକ୍ଷ୍ନୌ

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସର କ୍ରଗାମତ ଷଷ୍ଠ ପରାଜୟ । ବ୍ରାବୋର୍ନୋ ଷ୍ଟାଡିୟମରେ ଆଇପିଏଲ ୨୦୨୨ର ୨୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍‌ରେ ହରାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୨୭ ବଲ୍‌ରୁ ୩୭ ରନ୍‌ର ଇଂନିସ ସର ସର୍ବାଧିକ ରନସଂଗ୍ରହକାରୀ ରହିଛନ୍ତି । ଅନ୍ୟପଟେ ଅଭେଶ ଖାନ ଲକ୍ଷ୍ନୌ ପକ୍ଷରୁ ୩ଟି ୱିକେଟ ହାତେଇଛନ୍ତି ।

200 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ୍‌ କରିପାରିଥିଲା । ଓପନର ଇଶାନ କିଶନ ୧୩ ଓ କ୍ୟାପଟେନ ରୋହିତ ଶର୍ମା ୬ ରନ୍‌ କରି ପୁଣି ନିରାଶ କରିଥିଲେ । ତେବେ ଯୁବ ବ୍ୟାଟର ଡେୱାଲ୍ଡ ବ୍ରେଭିସ ୧୩ ବଲ୍‌ରୁ ଦ୍ରୁତ ୩୧ ରନ୍‌ର ଇଂନିସ ଖେଳି ମୁମ୍ବାଇ କ୍ୟାମ୍ପରେ ସାମାନ୍ୟ ବିଶ୍ବାସ ଭରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୭ ଓ ତିଳକ ବର୍ମା ୨୬ ରନର ଇଂନିସ ଖେଳିଥିଲେ । ଶେଷ ଭାଗରେ କିରଣ ପୋଲାର୍ଡ ୧୪ ବଲ୍‌ରୁ ୨୫ ରନ୍‌ର ଲଢୁଆ ଇଂନିସ ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା । ବିଜୟ ଲକ୍ଷ୍ୟ ଠାରୁ ୧୮ ରନ୍‌ ଦୂରରେ ରହିଯାଇଥିଲା ମୁମ୍ବାଇ । ଫଳରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ପାଞ୍ଚ ଥରର ଚାମ୍ପିୟନ ଟିମ ମୁମ୍ବାଇର ନୈରାଶାଜନକ ପ୍ରଦର୍ଶନ ଜାରି ରହିଛି ।

ଅନ୍ୟପଟେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ଖେଳାଳି ଭାବେ ଶତକ ହାସଲ କରିଥିବା ସୁପରଜିଆଣ୍ଟ୍‌ସ କ୍ୟାପଟେନ କେଏଲ ରାହୁଲ ପ୍ଳେଆର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଛନ୍ତି । ୬୦ ବଲ୍‌ରୁ ୯ଟି ଚୌକା ଓ ୫ଟି ଛକା ସହାୟତାରେ ୧୦୩ ରନ୍‌ର ମ୍ୟାଚ୍‌ ବିଜୟୀ ଅପରାଜିତ ଇଂନିସ ବଳରେ ଲକ୍ଷ୍ନୌ ୧୯୯ ରନ୍‌ କରିପାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.