ETV Bharat / sports

IPL 2022: ଆଇପିଏଲ ନିୟମ ଉଂଲଘନ କରି ଅଡୁଆରେ ଏହି ଦୁଇ କ୍ରିକେଟର

author img

By

Published : Apr 7, 2022, 5:36 PM IST

ମୁମ୍ବାଇ ଇଣ୍ଡିଆନ୍ସ(MI)ର ଜଶପ୍ରୀତ ବୁମରା ଓ କୋଲକାତା ନାଇଟ ରାଇଡର୍ସ(KKR)ର ନୀତିଶ ରାଣାଙ୍କୁ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଚାର ସଂହିତାକୁ ଉଲ୍ଲଂଘନ କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି । ଅଧିକ ପଢନ୍ତୁ

IPL 2022 KKR VS MI NITISH RANA AND JASPRIT BUMRAH BIG TROUBLE BOTH CRICKETERS
IPL 2022: ଆଇପିଏଲ ନିୟମ ଉଂଲଘନ କରି ଅଡ଼ୁଆରେ ଏହି ଦୁଇ କ୍ରିକେଟର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ(MI)ର ଜଶପ୍ରୀତ ବୁମରା ଓ କୋଲକାତା ନାଇଟ ରାଇଡର୍ସ(KKR)ର ନୀତିଶ ରାଣାଙ୍କୁ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଚାର ସଂହିତାକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୋରିମାନା ଓ ଚେତାବନୀ ମିଳିଛି । ଆଇପିଏଲ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ପୁନେରେ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ ଟାଟା ଆଇପିଏଲ(IPL)ର ଆଚାର ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ଚେତାବନୀ ସହ ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ ଜୋରିମାନା ଲଗାଯାଇଛି ।

ଏକ ଅଧିକାରିକ ବୟାନରେ ଆଇପିଏଲ ପକ୍ଷରୁ କୁହାଯାଇଛି, ଉଭୟ ରାଣା ଓ ଜଶପ୍ରୀତ ବୁମରା ଆଇପିଏଲ ଆଚାର ସଂହିତାର ପ୍ରଥମ ସ୍ତରର ଅପରାଧ ସ୍ବୀକାର କରିନେଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବୁଧବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆଇପିଏଲ ୨୦୨୨ର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.