ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସର(GT) ଆଉ ଏକ ଦମଦାର ବିଜୟ । ଶନିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ(KKR) ୮ ରନ୍ରେ ହରାଇଛି ଗୁଜରାଟ । ଫଳରେ ୭ଟି ମ୍ୟାଚ୍ରୁ ୬ଟି ବିଜୟ ସହିତ ମୋଟ ୧୨ ପଏଣ୍ଟ ହାସଲ କରି ପୁଣି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଗୁଜରାଟ ।
-
WHAT A WIN! 👊@gujarat_titans win by 8 runs and are back to the 🔝 of the table 👏#TATAIPL #KKRvGT pic.twitter.com/PylbPa6HD1
— IndianPremierLeague (@IPL) April 23, 2022 " class="align-text-top noRightClick twitterSection" data="
">WHAT A WIN! 👊@gujarat_titans win by 8 runs and are back to the 🔝 of the table 👏#TATAIPL #KKRvGT pic.twitter.com/PylbPa6HD1
— IndianPremierLeague (@IPL) April 23, 2022WHAT A WIN! 👊@gujarat_titans win by 8 runs and are back to the 🔝 of the table 👏#TATAIPL #KKRvGT pic.twitter.com/PylbPa6HD1
— IndianPremierLeague (@IPL) April 23, 2022
ପ୍ରଥମେ ବ୍ୟାଟିଂ କରି ଗୁଜରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା ଟାଇଟନ୍ସ । ଫଳରେ KKR ସାମ୍ନାରେ ୧୫୭ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର କୋଲକାତା ୮ ୱିକେଟ ହରାଇ ୧୪୮ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଗୋଟିଏ ଓଭରରେ ୪ଟି ୱିକେଟ ହାସଲ କରି ବଲ୍ରେ କମାଲ କରିଥିବା ଆନ୍ଦ୍ର ରସେଲ ବ୍ୟାଟ୍ରେ ମଧ୍ୟ ଦମ ଦେଖାଇଥିଲେ ।
୨୫ ବଲ୍ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ୪୮ ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ବିଜୟୀ କରାଇ ପାରିନଥିଲେ । ରିଙ୍କୁ ସିଂ ୨୮ ବଲ୍ରୁ ୩୫ ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ । ଦୁଇ ଓପନର ସାମ ବିଲିଙ୍ଗ୍ସ ଓ ସୁନିଲ ନାରିଲ ଫେଲ୍ ମାରିଥିଲେ । କ୍ୟାପଟେନ ଶ୍ରେୟସ ଆୟର ମଧ୍ୟ ମାତ୍ର ୧୨ ରନ୍ କରି ଶ୍ରୀଘ୍ର ପାଭିଲିଅନ ଫେରିଯାଇଥିଲେ ।
ଗୁଜରାଟ ପକ୍ଷରୁ ମହମ୍ମଦ ସାମି, ୟଶ ଦୟାଲ ଓ ରସିଦ ଖାନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଲଜେରୀ ଜୋସେଫ ଓ ଲୋକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ପୂର୍ବରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ୬୭ ରନ୍ର ଅର୍ଦ୍ଧଶତକୀୟ ଇଂନିସ ବଳରେ ଗୁଜୁରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୫୬ ରନ୍ କରିବାକୁ ସମର୍ଥ ହୋଇଥିଲା ।
IANS