ETV Bharat / sports

IPL-2021: ଆଜି ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା - ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା

IPL-2021 ର 33ତମ ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

IPL-2021: ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା
IPL-2021: ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା
author img

By

Published : Sep 22, 2021, 11:52 AM IST

ଦୁବାଇ: ଆଜି IPL-2021ର ୪ର୍ଥ ଦିନ । 33ତମ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ପ୍ରଥମାର୍ଦ୍ଧରେ ଖରାପ ପ୍ରଦର୍ଶନ କରିଥିବା ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିବ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମାର୍ଦ୍ଧ ପରି ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିବ ।

ତେବେ ୧୨ ପଏଣ୍ଟ ସହ ଶୀର୍ଷରେ ରହିଥିଲା କ୍ୟାପିଟାଲ୍ସ । ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୨ ପଏଣ୍ଟ ପାଇଥିଲା । ଏପରିକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଅଧିନାୟକ ପରିବର୍ତ୍ତନ କରାଯାଇଥିଲା । ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ୱିଲିୟମସନଙ୍କୁ ନେତୃତ୍ବ ଭାର ଦିଆଯାଇଥିଲା । ୱାର୍ଣ୍ଣର ଏକାଦଶରୁ ମଧ୍ୟ ବାଦ ପଡିଥିଲେ । ତଥାପି ମଧ୍ୟ ଫଳାଫଳ ସମାନ ରହିଥିଲା ।

ଏହି ମ୍ୟାଚ ସନରାଇଜର୍ସ ପାଇଁ ଅଧିକ ଗୁରୁତ୍ବ ବହନ କରିବ । ଦଳ ପାଇଁ ଏକ ପ୍ରକାର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିବ । ତେବେ କିଏ ଆଜିର ମ୍ୟାଚରେ ବିଜୟର ସ୍ବାଦ ଚାଖୁଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.