ଦୁବାଇ: ଆଜି IPLର ୪୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଲଗାତାର ଦୁଇ ଦିନ ଧରି ଡବଲ୍ ହେଡର୍ ମ୍ୟାଚ୍ ହୋଇଥିବା ବେଳେ ଆଜି ମାତ୍ର ଏହି ଗୋଟିଏ ମ୍ୟାଚ ରହିଛି । ଦୁବାଇରେ ସନ୍ଧ୍ୟା ୭ଟା ୩୦(ଭାରତୀୟ ସମୟ)ରେ ଖେଳାଯିବ ଏହି ମ୍ୟାଚ ।
ଆଜି ଫିଲ୍ଡକୁ ବିଜୟ ଲକ୍ଷ୍ୟର ଆଶା ରଖି ଓହ୍ଲାଇବ SRH । ଚଳିତ IPLରେ ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି କେବଳ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଫଏଣ୍ଟ ଟେବୁଲର ଶେଷରେ ରହିଛି SRH । ସେହିପରି ରାଜସ୍ଥାନ ରୟାଲ୍ସ (RR) ୯ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚରେ ପରାଜିତ ହୋଇ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି । ତେବେ ପଏଣ୍ଟ ଟେବୁଲରେ ଶେଷରେ ଥିବା ବେଳେ ଆଜିର ମ୍ୟାଚ ହାଇଦ୍ରାବାଦ ଚିମ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ ।